Mileage Politics: ସାର ସଙ୍କଟକୁ ନେଇ ମାଇଲେଜ୍ ପଲିଟିକ୍ସ ! ମୁଲତବି ଆଲୋଚନାରେ ଭାଗ ନେଲାନି ବିଜେଡି

mileage-politics:-ସାର-ସଙ୍କଟକୁ-ନେଇ-ମାଇଲେଜ୍-ପଲିଟିକ୍ସ-!-ମୁଲତବି-ଆଲୋଚନାରେ-ଭାଗ-ନେଲାନି-ବିଜେଡି

ସାର ସଙ୍କଟ ପାଇଁ ମୁଲତବି ପ୍ରସ୍ତାବ ଦେଲା କଂଗ୍ରେସ, ହେଲେ ଗୃହକୁ ଅଚଳ କଲା ବିଜେଡି । ବିଧାନସଭାରେ ବିରୋଧୀଙ୍କ ମାଇଲେଜ୍ ରାଜନୀତିକୁ ନେଇ ଚର୍ଚ୍ଚା। ବିଜେଡି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଦିନ ତମାମ ମାତ୍ର ୮ ମିନିଟ୍ ଚାଲିପାରିଲା ଗୃହ । ମୁଖ୍ୟ ବିରୋଧୀ ଦଳର ଏଭଳି ଆଭିମୁଖ୍ୟକୁ କଂଗ୍ରେସ ଓ ବିଜେପି କଡା ସମାଲୋଚନା କରିଛନ୍ତି।…..

Tapan Kumar Swain

  • Published: Friday, 19 September 2025
  • Last updated: 19 September 2025, 08:37 PM IST

PoliticsCredit: OTV

Politics

ସାର ସଙ୍କଟ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଚି କି ବିଜେଡି ! ମୁଲତବି ଆଲୋଚନାରେ ଭାଗ ନେଲା ନାହିଁ, କିନ୍ତୁ ଗୃହରେ ହଟ୍ଟଗୋଳ କଲା। ବିଜେଡି ଓ କଂଗ୍ରେସ ଭିତରେ ଚାଲିଛି ମାଇଲେଜ୍ ପଲିଟିକ୍ସ। ଯାହାକୁ ନେଇ ତେଜିଲା ରାଜନୀତି। ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେଉ ହେଉ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ ବିଜେଡି ବିଧାୟକମାନେ ।

ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଉ ବାଚସ୍ପତି ଯେତେ ନିବେଦନ କରିଥିଲେ ବି ବିରୋଧୀ ଶୁଣିବାକୁ ନାରାଜ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବିଜେଡି ସାର ସଙ୍କଟକୁ ନେଇ ଗୃହ ଅଚଳାବସ୍ଥା କରୁଥିବା ବେଳେ କଂଗ୍ରେସ କିନ୍ତୁ ଆଜି ଦେଇଥିଲା ସାର ସଙ୍କଟରେ ମୁଲତବି ପ୍ରସ୍ତାବ। ଶୂନ୍ୟକାଳରେ ମୁଲତବି ଆଲୋଚନା ହେବାକୁ ଥିବା ବେଳେ ଏଥିରେ ଭାଗ ନନେଇ ହଟ୍ଟଗୋଳ କରି ଗୃହକୁ ଅଚଳ କରିଥିଲା ବିଜୁ ଜନତା ଦଳ । ଯାହାକୁ ନେଇ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି ।

Also Read

ବିଜେଡି କିନ୍ତୁ ସ୍ପଷ୍ଟୀକରଣ ଦେଇ କହିଛି, ପୁରା ଦିନ ଚାଷୀ ଓ ସାର ସଙ୍କଟ ନେଇ ଆଲୋଚନା ହେଉ ବୋଲି ଆମେ ଚାହୁଁଥିଲୁ। ମୁଲତବି ଆଲୋଚନା କରି ସରକାର ଖସିଯିବାକୁ ବସିଛନ୍ତି।
ପ୍ରଶ୍ନ ଉଠୁଛି ବିଜେଡି ହଠାତ୍ ଏଭଳି ଆଭିମୁଖ୍ୟ କାହିଁକି ରଖିଲା ? କଂଗ୍ରେସ ଅନାସ୍ଥା କାର୍ଡ ଖେଳି ବିଜେଡିକୁ ଅଡୁଆରେ ପକାଇଛି। ତେବେ ସମଦୂରତା ନୀତି ପାଇଁ କଂଗ୍ରେସକୁ ସମର୍ଥନ କରିବା ପ୍ରଶ୍ନ ଉଠୁନି ବିଜେଡିର। କିନ୍ତୁ ମୁଖ୍ୟ ବିରୋଧୀ ହୋଇ ମଧ୍ୟ ବିଧାନସଭାରେ ବିଜେଡି ଅପେକ୍ଷା କଂଗ୍ରେସ ଅଧିକ ମାଇଲେଜ୍ ନେଉଛି । ଯାହାକୁ କାଉଣ୍ଟର କରି ବିଜେଡି ଏବେ ଗୃହକୁ ଅଚଳ କରୁଥିବା ଚର୍ଚ୍ଚା ହେଉଛି।
ଏଥର ମୌସୁମୀ ଅଧିବେଶନ ସ୍ବଳ୍ପକାଳୀନ। ମାତ୍ର ୭ଟି କାର୍ଯ୍ୟ ଦିବସ। ତେବେ ବିରୋଧୀ ବିଜେଡି ଓ କଂଗ୍ରେସର ଏଭଳି ପ୍ରତିଯୋଗିତା ମୂଳକ ଆଭିମୁଖ୍ୟ ବିଧାନସଭା ଅଧିବେଶନକୁ ଅଧିକ ଜଟିଳ କରୁଥିବାରୁ ଚର୍ଚ୍ଚା ବଢିଛି।…

ଅଧିକ ପଢ଼ନ୍ତୁ: ପାଣ୍ଡିଆନ କୋଟେରୀକୁ ପୁଣି ଦେବାଶିଷଙ୍କ ବାଣ, ବାହାରିଲେ ପ୍ରଫୁଲ୍ଲ ଓ ଶ୍ରୀମୟୀଙ୍କ ସପକ୍ଷରେ 

ଓଟିଭି ବିଜ୍ଞାପନ

Scroll to Top