ପାକିସ୍ତାନର ପଞ୍ଜାବ ପ୍ରଭିନ୍ସଠାରେ ଥିବା ଶୖଖୁପୁରା ଜିଲ୍ଲାରେ ରହିଛି ମୁରିଦକେ ସହର। ଏହିଠାରେ ହିଁ ଆତଙ୍କୀ ସଙ୍ଗଠନ ଲସ୍କର ଇ ତୋଏବା ଆତଙ୍କୀ ତାଲିମ ଦେଇଥାଏ। ଏଥିସହ ଏହାକୁ ଅପରେଶନ ସେଣ୍ଟର ଭାବରେ ବ୍ୟବହାର କରିଥାଏ।
Credit: OTV
rebuilding of terror camp
ଭାରତର କଡା ଜବାବ ପରେ ବି କିଛି ଶିଖିଲାନି ପାକିସ୍ତାନ। ଅପରେଶନ ସିନ୍ଦୂର ଝଟକା ପରେ ବି ପୁଣି ଆତଙ୍କୀ ମୂଳଦୁଆକୁ ମଜବୁତ କରିବା ପାଇଁ ଜୋର ଲଗାଇଛି ପାକିସ୍ତାନ। ମେ ୭ରେ ଅପରେଶନ ସିନ୍ଦୂରରେ ଧ୍ବଂସ ପାଇଥିବା ମୁରିଦକେ ଆତଙ୍କୀ କ୍ୟାମ୍ପ ଏବେ ବଡ ଆକାର ନେଇ ଆସୁଛି। ପୂର୍ବଠାରୁ ଏହା ଅଧିକ ଶକ୍ତିଶାଳୀ ହେବ ବୋଲି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛିି ଲସ୍କର ଇ ତୋଏବା କମାଣ୍ଡର କାଶିମ। ପାକିସ୍ତାନର ପଞ୍ଜାବ ପ୍ରଭିନ୍ସଠାରେ ଥିବା ଶୖଖୁପୁରା ଜିଲ୍ଲାରେ ରହିଛି ମୁରିଦକେ ସହର। ଏହିଠାରେ ହିଁ ଆତଙ୍କୀ ସଙ୍ଗଠନ ଲସ୍କର ଇ ତୋଏବା ଆତଙ୍କୀ ତାଲିମ ଦେଇଥାଏ। ଏଥିସହ ଏହାକୁ ଅପରେଶନ ସେଣ୍ଟର ଭାବରେ ବ୍ୟବହାର କରିଥାଏ। ନିର୍ମାଣାଧିନ ନୂଆ କ୍ୟାମ୍ପ ସମ୍ମୁଖରେ ଛିଡା ହୋଇ କାଶିମ ଜାରି କରିଛି ଏକ ଭିଡିଓ ।
Also Read
କ୍ୟାମ୍ପର ପୁନଃନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଭଗବାନଙ୍କ ଦୟାରୁ ଏହା ପୂର୍ବ ଅପେକ୍ଷା ବଡ ମସ୍କୋ ହୋଇ ତିଆରି ହେବ ବୋଲି ସେ ଭିଡିଓରେ କହିଛି। ସେହିଭଳି ଲସ୍କର ଇ ତୋଏବାର ଡେପୁଟି ଚିଫ ସୖଫୁଲ୍ଲା କସୂରୀ ଏକ ଭିଡିଓ ଜାରି କରି କହିଛନ୍ତି ପାକିସ୍ତାନ ସରକାର ଓ ଆର୍ମି ଏହି ନୂଆ ବିଲ୍ଡିଂ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗଇ ଦେଇଛନ୍ତି। ତେବେ ପୂର୍ବରୁ ପାକିସ୍ତାନ କହିଥିଲା କି, ଅପରେଶନ ସିନ୍ଦୂରରେ ଧ୍ବଂସ ପାଇଥିବା ଏହି ବିଲଡିଂ ଆଦୌ ଆତଙ୍କୀ ସଂଗଠନ ଦ୍ବାରା ବ୍ୟବହାର ହେଉନଥିଲା। ଫଳରେ ଏଠାରେ ପୁଣି ପାକିସ୍ତାନର ଦୋମୁହାଁ କଥା ପଦାରେ ପଡିଛି।
କାଶିମ ଏକଥା ବି ସ୍ବୀକାର କରିଛି କି, ମୁଜାହିଦ୍ଦିନ ଓ ତଲବା ଭଳି ଅନେକ ପିଲା ଧ୍ବଂସ ପାଇଥିବା ଏହି କ୍ୟାମ୍ପରେ ଆତଙ୍କବାଦୀ ତାଲିମ ନେଇଥାଆନ୍ତି। ଆସନ୍ତା ଫେବୃୟାରୀ ୫ରେ ଏହି ନୂଆ ବିଲ୍ଡିଂ ଉଦଘାଟନ କରିବାକୁ ଲକ୍ଷ୍ୟ ରଖିଛି ଆତଙ୍କୀ ସଙ୍ଗଠନ। ତେବେ ଲସ୍କର କ୍ୟାମ୍ପର ପୁନଃନିର୍ମାଣ କଥା ଭାରତୀୟ ଗୁଇନ୍ଦା ଏଜେନ୍ସୀ ପାଖରେ ଥିବା ଜାତୀୟ ଗଣମାଧ୍ୟମ ସ୍ପଷ୍ଟ କରିଛି। .. ..





