Black Tiger : ନ୍ୟାସନାଲ ଜିଓଗ୍ରାଫିକ୍ ମାଗାଜିନରେ ଶିମିଳିପାଳର କଳାବାଘ, କେଉଁଠୁ ଆସିଲେ ଜାଣନ୍ତୁ

black-tiger-:-ନ୍ୟାସନାଲ-ଜିଓଗ୍ରାଫିକ୍-ମାଗାଜିନରେ-ଶିମିଳିପାଳର-କଳାବାଘ,-କେଉଁଠୁ-ଆସିଲେ-ଜାଣନ୍ତୁ

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କଳା ବାଘ କେଉଁଠୁ ଆସିଲେ ? କିପରି ଏହା ସମ୍ଭବ ହେଲା ? କଳାବାଘର ବିରଳ ରଙ୍ଗ ପାଇଁ ‘ସ୍ୟୁଡୋ ମେଲାନିଜମ୍‌’ ଜେନେଟିକ୍ ବିକୃତି ଦାୟୀ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି। ବାଘର ବିରଳ ରଙ୍ଗର କାରଣ ‘ଟାକ୍‌ପେପ୍‌’ ଜିନ୍‌ରେ ହେଉଥିବା ଏକ ପରିବର୍ତ୍ତନ ବୋଲି ମତ ପ୍ରକାଶ ପାଇଛି। ଭିନ୍ନ ବାଘ ସମୂହଙ୍କ ମଧ୍ୟରେ ମିଳନ ଯୋଗୁଁ ଏମିତି ହୋଇଥାଏ। କଳା ମହାବଳ ବାଘ ମୁଖ୍ୟତଃ ଓଡ଼ିଶାର ଶିମିଳିପାଳରେ ଦେଖାଯାଆନ୍ତି। 

ବାରିପଦା : ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ମାଗାଜିନର କଭରପେଜରେ କଳାବାଘ। ‘ନ୍ୟାସନାଲ ଜିଓଗ୍ରାଫିକ୍ ’ ମାଗାଜିନରେ ଶିମିଳିପାଳର କଳାବାଘ ସ୍ଥାନ ପାଇବା ପରେ ଚର୍ଚ୍ଚାକୁ ଆସିଛି ମୟୁରଭଞ୍ଜ। ସାରା ଦେଶରେ କେବଳ ଓଡ଼ିଶାରେ ଦେଖାଯାଆନ୍ତି ବିରଳ କଳା ମହାବଳ ବାଘ। ଶିମିଳିପାଳରେ ମୋଟ ୧୮ ଟି କଳା ମହାବଳ ଅଛନ୍ତି। କଳା ମହାବଳ ମଧ୍ୟରୁ ୯ଟି ପୁରୁଷ ବାଘ ଓ ୯ଟି କଳା ବାଘୁଣୀ ରହିଛନ୍ତି। ଏହାକୁ ମିଶାଇ ଏବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ଥିବା ଜଣାପଡିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖ୍ୟା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଅନ୍ତର୍ଜାତୀୟ ମାଗାଜିନ୍ ର କଭରପେଜ୍ ରେ ଓଡ଼ିଶାର କଳାବାଘ ସ୍ଥାନ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Also Read

ଏବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବାଘ। ସେଥିମଧ୍ୟରୁ ୬ଟି ବାଘ ଶାବକ ରହିଥିବା ଜଣାପଡିଛି। ଚଳିତ ବର୍ଷ କ୍ୟାମେରା ଟ୍ରାପ୍‌ରୁ ବାଘସଂଖ୍ୟା ସ୍ପଷ୍ଟ ହୋଇଥିଲା। ଜଙ୍ଗଲର କଳାବାଘ ଏବେ କଳା ରାଜା ଭାବରେ ଜଣାଶୁଣା। ତେବେ ବେଙ୍ଗଲ ଟାଇଗରର ଏକ ବିରଳ ପ୍ରକାର ହେଉଛି ‘କଳା ମହାବଳ ବାଘ’। ତେବେ କଳା ବାଘ କୌଣସି ଅଲଗା ପ୍ରଜାତି ନୁହେଁ, କେବଳ ରଙ୍ଗ ଭିନ୍ନ ବୋଲି ଜଣାପଡିଛି। ଅନ୍ୟ ମହାବଳ ଭଳି ଏହି ବାଘ ବି ବଳୀୟାନ୍‌। ଜଙ୍ଗଲରେ ସବୁବେଳେ ରାଜା ଭଳି ରହିବାକୁ ଭଲ ପାଏ କଳାବାଘ। ଅନ୍ୟମାନଙ୍କଠାରୁ ଭିନ୍ନତା ଥିବାରୁ ନିଜକୁ ବଳଶାଳୀ ପ୍ରମାଣିତ କରାଏ। ତେବେ ବାଘ ଶରୀରରେ କଳା ପଟାଗୁଡ଼ିକ ଅତ୍ୟଧିକ ମୋଟା ଓ ପରସ୍ପର ସହ ମିଶିଯାଇଥାଏ। ଏହି କାରଣରୁ ବାଘର ରଙ୍ଗ କଳା ଦେଖାଯାଏ। 

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କଳା ବାଘ କେଉଁଠୁ ଆସିଲେ ? କିପରି ଏହା ସମ୍ଭବ ହେଲା ? କଳାବାଘର ବିରଳ ରଙ୍ଗ ପାଇଁ ‘ସ୍ୟୁଡୋ ମେଲାନିଜମ୍‌’ ଜେନେଟିକ୍ ବିକୃତି ଦାୟୀ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି। ବାଘର ବିରଳ ରଙ୍ଗର କାରଣ ‘ଟାକ୍‌ପେପ୍‌’ ଜିନ୍‌ରେ ହେଉଥିବା ଏକ ପରିବର୍ତ୍ତନ ବୋଲି ମତ ପ୍ରକାଶ ପାଇଛି। ଭିନ୍ନ ବାଘ ସମୂହଙ୍କ ମଧ୍ୟରେ ମିଳନ ଯୋଗୁଁ ଏମିତି ହୋଇଥାଏ। କଳା ମହାବଳ ବାଘ ମୁଖ୍ୟତଃ ଓଡ଼ିଶାର ଶିମିଳିପାଳରେ ଦେଖାଯାଆନ୍ତି। ଶିମିଳିପାଳକୁ କଳାବାଘର ଏକମାତ୍ର ପ୍ରାକୃତିକ ଆବାସସ୍ଥଳୀ ବୋଲି କୁହାଯାଏ। ଭାରତର ଅନ୍ୟ କୌଣସି ସ୍ଥାନରେ କଳାବାଘ ଦୃଷ୍ଟିଗୋଚର ହୁଅନ୍ତି ନାହିଁ, ଏହି କଳାବାଘଙ୍କୁ ସ୍ବତନ୍ତ୍ର ଶ୍ରେଣୀଭୁକ୍ତ କରାଯାଇଛି। 

କଳାବାଘଙ୍କ ସଂରକ୍ଷଣ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ଏମାନଙ୍ସଂକ ରକ୍ଷଣ ପାଇଁ ଅଣ୍ଟା ଭିଡ଼ିଥିଲେ ସରକାର। କଳାବାଘର ସଫାରି କରିବାକୁ ଯୋଜନା ବି କରାଯାଇଥିଲା। ୨୦୨୪ ସୁଦ୍ଧା କଳାବାଘ ସଫାରି ତିଆରି କରିବା ପାଇଁ ଯୋଜନା ଥିଲା। ଶିମିଳିପାଳରେ କଳା ବାଘ ବଂଶ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦେଇ ରାଜସ୍ଥାନ ରୁ ଆସିଥିଲେ ଯମୁନା ଓ ଜିନତ।

  • Reported by:
  • MANIK Lal PANI
Scroll to Top