Lady Constable : ରେଡ୍ ଫ୍ଲାଗ୍ ଅନ୍ତର୍ଗତ ହେଲା ମହିଳା ଟ୍ରାଫିକ କନଷ୍ଟେବଳ କେସ: କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ

lady-constable-:-ରେଡ୍-ଫ୍ଲାଗ୍-ଅନ୍ତର୍ଗତ-ହେଲା-ମହିଳା-ଟ୍ରାଫିକ-କନଷ୍ଟେବଳ-କେସ:-କ୍ରାଇମବ୍ରାଞ୍ଚ-ଡିଜିଙ୍କ-ପ୍ରତ୍ୟକ୍ଷ-ତତ୍ତ୍ୱାବଧାନରେ-ହେବ-ତଦନ୍ତ

ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବ। ଏହି ମାମଲାରେ କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ପୋଲିସ, ଖୁଣ୍ଟୁଣି ଥାନା ପୋଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି।

Jnanadarsi Sahoo

  • Published: Friday, 19 September 2025
  • Last updated: 19 September 2025, 12:54 PM IST

lady constable caseCredit: OTV

lady constable case

ଭୁବନେଶ୍ବର : ରେଡ୍ ଫ୍ଲାଗ୍ ଅନ୍ତର୍ଗତ ହେଲା ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ। ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବ। ଏହି ମାମଲାରେ କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ପୋଲିସ, ଖୁଣ୍ଟୁଣି ଥାନା ପୋଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି।

Also Read

ଗତ ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ନିଖୋଜ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ହତ୍ୟା ଅଭିଯୁକ୍ତ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ। ଖୁବଶୀଘ୍ର ରିଓପନ୍ ହୋଇପାରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ମାମଲା। ଗୁରୁବାର ମୃତ ଅପର୍ଣ୍ଣାଙ୍କ ପରିବାର ଲୋକ ଦୁର୍ଘଟଣା ନୁହେଁ, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଏହାପରେ ମାମଲାର ଫାଇଲ୍ ପୁଣି ଥରେ ଖୋଲିପାରେ ବୋଲି ସୂଚନା ମିଳିଛି। ପୂର୍ବରୁ ଅପର୍ଣ୍ଣାଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଥିବା କୁହାଯାଇଥିଲା। ଓଟିଭି ହାତରେ ଲାଗିଛି ସେତେବେଳର ଏତଲା କପି। ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଟ୍ରକ୍ ଦୁର୍ଘଟଣା ଘଟାଇଥିବା ଉଲ୍ଲେଖ ରହିଛି। ଖୁଣ୍ଟୁଣି ଥାନାରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଏକ ମାମଲା ରୁଜୁ ହୋଇଥିଲା।

  • Reported by:
  • CHANDAN PAIKRAY

ଓଟିଭି ବିଜ୍ଞାପନ

Scroll to Top