BJD Infighting : ବିଜେଡିରେ ବିସ୍ଫାରଣ: ଦଳର ନିଷ୍ପତ୍ତିକୁ ଦେବାଶିଷଙ୍କ ନାପସନ୍ଦ

bjd-infighting-:-ବିଜେଡିରେ-ବିସ୍ଫାରଣ:-ଦଳର-ନିଷ୍ପତ୍ତିକୁ-ଦେବାଶିଷଙ୍କ-ନାପସନ୍ଦ

ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରିବା ଠିକ୍ ନୁହେଁ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସ୍ ପେଣ୍ଡ କରିବା ଭୁଲ୍ ନିଷ୍ପତ୍ତି ବୋଲି କହିଛନ୍ତି ଦେବାଶିଷ। ସେହିଭଳି ଭାସ୍କର ରାଓଙ୍କ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି। ଏହା ଦଳକୁ ଅନେକ କ୍ଷତି ପହଞ୍ଚାଇବ ବୋଲି ଦେବାଶିଷ କହିଛନ୍ତି।

Jnanadarsi Sahoo

  • Published: Friday, 19 September 2025
  • Last updated: 19 September 2025, 12:12 PM IST

BJD INFIGHTINGCredit: OTV

BJD INFIGHTING

କଟକ : ବିଜେଡିର ଜଟିଳ ହେଉଛି ଗୋଷ୍ଠୀ କନ୍ଦଳ। ଦଳୀୟ ମାମଲାକୁ ନେଇ ପୁଣି ବିସ୍ଫୋରଣ କଲେ ସାଂସଦ ଦେବାଶିଷ ସାମନ୍ତରାୟ। ଆଜି ଦେବାଶିଷ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି। କହିଛନ୍ତି ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି। ସେ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ରହିଛି। ଦେବାଶିଷ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀମୟୀଙ୍କୁ ନିର୍ଯାତନା ଦେଲେ, ଅଣଦେଖା କଲେ’। ‘ଟିକେଟ୍ ଦେବାକୁ କହି ତାଙ୍କୁ ଟିକେଟ୍ ମଧ୍ୟ ଦେଇନି ଦଳ। ପୂର୍ବରୁ ଶ୍ରୀମୟୀ ପ୍ରଥମେ ଧୃତାରଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ଉପାଖାନ ଜରିଆରେ ସୋସିଆଲ ମିଡିଆରେ ଦୁଇ ଦୁଇ ଥର ମୁହଁ ଖୋଲିଛନ୍ତି। ଯାହାକୁ ନେଇ ବିଜେଡିର କମ୍ପନ ସୃଷ୍ଟି ହୋଇଥିଲ।

Also Read

ସେହିଭଳି ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରିବା ଠିକ୍ ନୁହେଁ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସ୍ ପେଣ୍ଡ କରିବା ଭୁଲ୍ ନିଷ୍ପତ୍ତି ବୋଲି କହିଛନ୍ତି ଦେବାଶିଷ। ସେହିଭଳି ଭାସ୍କର ରାଓଙ୍କ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି। ଏହା ଦଳକୁ ଅନେକ କ୍ଷତି ପହଞ୍ଚାଇବ ବୋଲି ଦେବାଶିଷ କହିଛନ୍ତି। .. ସେପଟେ ଦଳ ବିରୋଧରେ ବୟାନବାଜି ଠିକ୍ ନୁହେଁ, ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। ଯିଏ ବିଶୃଙ୍ଖଳା କରିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। 

  • Reported by:
  • DEBASHISH MOHANTY

ଓଟିଭି ବିଜ୍ଞାପନ

Scroll to Top