Odisha Assembly : ବିଧାନସଭାରେ ସାର ପାଇଁ ହଙ୍ଗାମା: ଆଲୋଚନା ପାଇଁ ରାଜିଥିଲେ ବାଚସ୍ପତି, ଷଣ୍ଢ ପୂରାଇଲା ବିଜେଡି

odisha-assembly-:-ବିଧାନସଭାରେ-ସାର-ପାଇଁ-ହଙ୍ଗାମା:-ଆଲୋଚନା-ପାଇଁ-ରାଜିଥିଲେ-ବାଚସ୍ପତି,-ଷଣ୍ଢ-ପୂରାଇଲା-ବିଜେଡି

ହଙ୍ଗାମା ପାଇଁ ମାତ୍ର ୪ ମିନିଟ୍ ଚାଲିପାରିଲା ଗୃହ। ଅଧିବେଶନ ଆରମ୍ଭରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଶ୍ନୋତ୍ତର ବେଳେ ହୋହଲ୍ଲା ହୋଇଥିଲା। ଏହି ସମୟରେ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ଫଳରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ। କଂଗ୍ରେସର ମୁଲତବି ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିଥିଲେ। ଏହା ସତ୍ତ୍ବେ ବିଜେଡି ନାରାବାଜି ଓ ହୋହଲ୍ଲା କରିଥିଲେ।

ଭୁବନେଶ୍ବର : ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଆଜି ବିରୋଧୀଙ୍କ ହୋ ହଲ୍ଲା। ଚାଲିପାରିଲାନି ଗୃହ, ଅପରାହ୍ନ ୪ଟା ଯାଏଁ ମୁଲତବୀ କଲେ ବାଚସ୍ପତି। ହଙ୍ଗାମା ପାଇଁ ମାତ୍ର ୪ ମିନିଟ୍ ଚାଲିପାରିଲା ଗୃହ। ଅଧିବେଶନ ଆରମ୍ଭରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଶ୍ନୋତ୍ତର ବେଳେ ହୋହଲ୍ଲା ହୋଇଥିଲା। ଏହି ସମୟରେ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ଫଳରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ। କଂଗ୍ରେସର ମୁଲତବି ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିଥିଲେ। ଏହା ସତ୍ତ୍ବେ ବିଜେଡି ନାରାବାଜି ଓ ହୋହଲ୍ଲା କରିଥିଲେ।

Also Read

ସେପଟେ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବେଳେ ବିଜେଡି କିନ୍ତୁ ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା। ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା 60 ଭାଗ, ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ଆମେ ଦାବି କରିଥିଲୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କିନ୍ତୁ ବାଚସ୍ପତି ଅନ୍ୟ କାର୍ଯ୍ୟକ୍ରମ ଆରମ୍ଭ କଲେ । କଂଗ୍ରେସ ସାର ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା ଆଲୋଚନା ହୋଇପାରିଥାନ୍ତା, ପ୍ରଶ୍ନରେ ବିଜେଡ଼ି କହିଛି, ୧୫ ମିନିଟ କଣ ଆଲୋଚନା ହୋଇପାରିବ କି ? ତେଣୁ ଆସନ୍ତାକାଲି ଠାରୁ ଯଦି ପ୍ରଶ୍ନକାଳ ବାତିଲ କରି ଆଲୋଚନା କରାନଯାଏ ତାହେଲେ ଗୃହ ଚଳାଇ ଦେବନାହିଁ ବୋଲି ବିଜେଡ଼ି ଚେତାବନୀ ଦେଇଛି ।

ବିଜେଡିକୁ କଡ଼ା କାଉଣ୍ଟର କରି ବିଜେପି ବିଧାୟକ ଅଗସ୍କତି ବେହେରା କହିଛନ୍ତି, ବିଜେଡ଼ି କେବଳ ମାଇଲେଜ ଷ୍ଟଣ୍ଟ କରୁଛି । କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ହେଲେ ବିଜେଡି ହଟ୍ଟଗୋଳ କରି ଆଲୋଚନା କରାଇ ଦେଲାନି । ସମବାୟ ସମିତି ଆଗରେ ଜାଲ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଆଜି ପ୍ରମାଣିତ ହେଲା ବିଧାନସଭାରେ ବିଜେଡି ଓ ବିଜେପି ଗୋଟେ. ସାର ପାଇଁ କଂଗ୍ରେସ ମୂଲତବି ଆଲୋଚନା ଦେଇଥିଲା। ଏହା ଗ୍ରହଣ ହୋଇଥିଲା. ଦୁର୍ଭାଗ୍ୟ, ବିଜେଡି ସାର ପାଇଁ ପ୍ରଶ୍ନକାଳରେ ହୋହାଲ୍ଲା କଲା । ବାଚସ୍ପତି 4ଟା ଯାଏଁ ବିଧାନସଭା ବନ୍ଦ ରଖିଲେ। 

ଆଲୋଚନା ବନ୍ଦ କରିବା ଉଦ୍ଦେଶ୍ୟରେ ବିଜେପି ବିଜେଡି କଥା ହୋଇ ଗୃହ ବନ୍ଦ କଲେ । ଗରିବ ଲୋକଙ୍କ ଟିକସ ବିଧାନସଭା ଚାଲୁଛି । ଆଲୋଚନା ବଦଳରେ ବିଧାନସଭା ବନ୍ଦ କରିବା ନିନ୍ଦନୀୟ ବୋଲି କହିବା ସହ ଆଜି ହାହାକାର ସୃଷ୍ଟି ହୋଇଛି, ଚାଷୀ ସାର ପାଉନି। ସେମାନେ ହଇରାଣ ହେଉଛନ୍ତି, ବିଧାନସଭାରେ ଆଲୋଚନା ହୋଇଥିଲେ, ସାର ସଚେତନ ହୋଇଥାନ୍ତା ଓ ସାର ପାଇଥାନ୍ତେ ଚାଷୀ. ଆମେ ବି ନିଜ ଆସନରେ ଠିଆ ହୋଇ ଆଲୋଚନା ପାଇଁ ଦାବି କରୁଥିଲୁ ବୋଲି କହିଛନ୍ତି ତାରା।

  • Reported by:
  • JAGDISH DAS , SOUMYA RANJAN SAHOO
Scroll to Top