Mother : ପ୍ରେମ ପାଇଁ … ତିନି ବର୍ଷର ଝିଅକୁ ଫିଙ୍ଗିଦେଲା ମାଆ

mother-:-ପ୍ରେମ-ପାଇଁ-…-ତିନି-ବର୍ଷର-ଝିଅକୁ-ଫିଙ୍ଗିଦେଲା-ମାଆ

ଝିଅକୁ କୋଳରେ ଧରି ହ୍ରଦ ଅଞ୍ଚଳରେ ବୁଲୁଥିଲେ ମହିଳା ଜଣଙ୍କ । ପରେ ରାତି ପ୍ରାୟ ସାଢେ ଗୋଟାଏରେ ସେ ଏକାକୀ ମୋବାଇଲରେ ବ୍ୟସ୍ତ ଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା । ପୋଲିସର ସନ୍ଦେହ ହେବାରୁ ସକାଳେ ହ୍ରଦରେ ଖୋଜାଖୋଜି ପରେ ଶିଶୁଟିର ମୃତଦେହ ଉଦ୍ଧାର ହୋଇଥିଲା । ପଚରାଉଚରା ପରେ ସବୁ ସତ ମାନିଯାଇଥିଲେ ଅଞ୍ଜଳି । ଝିଅଟିକୁ ହ୍ରଦରେ ଫିଙ୍ଗି ଦେଇଥିବା ସେ ସ୍ବୀକାର କରିଥିଲେ ।

Jnanadarsi Sahoo

  • Published: Thursday, 18 September 2025
  • Last updated: 18 September 2025, 04:50 PM IST

Mother throws her three-year-old daughter into a lake Credit: OTV

Mother throws her three-year-old daughter into a lake

ପ୍ରେମ ପାଇଁ ମାଆ ସାଜିଲା ପିଶାଚୀ। ତିନି ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗି ମାରିଦେଲା ମାଆ । ରାଜସ୍ଥାନ ଆଜମେର୍ ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପ୍ରଥମ ବିବାହରୁ ଜନ୍ମିତ ଶିଶୁକନ୍ୟାକୁ ନେଇ ଲିଭଇନ୍ ପାର୍ଟନର୍ ତାତ୍ସଲ୍ୟ କରିବାରୁ ଝିଅକୁ ହ୍ରଦକୁ ଫିଙ୍ଗି ହତ୍ୟା କରିଛି ମାଆ । ସୂଚନା ଅନୁସାରେ, ଆଜମେରରେ ରହୁଥିବା ଅଞ୍ଜଳି ମଙ୍ଗଳବାର ରାତିରେ ତାଙ୍କ ତିନିବର୍ଷର ଝିଅ କେଉଁଆଡ଼େ ଚାଲିଯାଇଥିବା ଅଭିଯୋଗ କରିଥିଲେ । ରାସ୍ତାରେ ଯାଉଥିବାବେଳେ ଝିଅଟି ନିଖୋଜ ହୋଇଯାଇଥିବା କହିଥିଲେ । ପୋଲିସ ସାରାରାତି ଖୋଜାଖୋଜି କରିବା ପରେ ମଧ୍ୟ ଝିଅଟିର ପତ୍ତା ମିଳିନଥିଲା ।

Also Read

ପରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଧରାପଡ଼ିଯାଇଥିଲା ଅଞ୍ଜଳିର ନାଟକ । ଝିଅକୁ କୋଳରେ ଧରି ହ୍ରଦ ଅଞ୍ଚଳରେ ବୁଲୁଥିଲେ ମହିଳା ଜଣଙ୍କ । ପରେ ରାତି ପ୍ରାୟ ସାଢେ ଗୋଟାଏରେ ସେ ଏକାକୀ ମୋବାଇଲରେ ବ୍ୟସ୍ତ ଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା । ପୋଲିସର ସନ୍ଦେହ ହେବାରୁ ସକାଳେ ହ୍ରଦରେ ଖୋଜାଖୋଜି ପରେ ଶିଶୁଟିର ମୃତଦେହ ଉଦ୍ଧାର ହୋଇଥିଲା । ପଚରାଉଚରା ପରେ ସବୁ ସତ ମାନିଯାଇଥିଲେ ଅଞ୍ଜଳି । ଝିଅଟିକୁ ହ୍ରଦରେ ଫିଙ୍ଗି ଦେଇଥିବା ସେ ସ୍ବୀକାର କରିଥିଲେ । ଅଞ୍ଜଳି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଆଜମେରରେ ପ୍ରେମିକ ସହିତ ଲିଭଇନରେ ରହୁଥିଲେ ।

ଉଭୟ ଏକ ହୋଟେଲରେ ରିସେପନିଷ୍ଟ ଭାବେ କାମ କରୁଥିଲେ । ପ୍ରଥମ ସ୍ବାମୀଙ୍କଠୁ ଜନ୍ମଲାଭ କରିଥିବା ଝିଅଟିକୁ ନେଇ ପ୍ରେମିକ ସବୁବେଳେ ସମାଲୋଚନା କରିଆସୁଥିଲେ । ଏଣୁ ଶେଷରେ ଝିଅଟିକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇ ହ୍ରଦକୁ ଫିଙ୍ଗିଦେଇଥିଲା ମାଆ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି । 

ଓଟିଭି ବିଜ୍ଞାପନ

Scroll to Top