ଭୁବନେଶ୍ବର ୧୮।୯: ମିଶନ ଶକ୍ତି ବିଭାଗର କିଛି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୧ ଲକ୍ଷ ୬୩ ହଜାର ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଫେରସ୍ତ ହେଲା । FICSI ସହ ଟେଲିକମ୍ ସହିତ ଏବଂ ଜେମ୍ ଆଣ୍ଡ ଜୁଏଲାରୀ ସ୍କିଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ସହିତ ଆମର ଏମ୍ଓୟୁ ସ୍ୱାକ୍ଷରିତ ହେଲା । ଯେଉଁଥିରେ ଜାତୀୟ ମହିଳା ଆୟୋଗ ଆମ ଝିଅ ମାନଙ୍କୁ ସେଲ୍ଫ ଡିଫେନ୍ସ ଶିଖାଇବେ । ଟେଲିକମ୍ ଫୋନ୍ ରିପାୟରିଂ ଶିଖାଇବେ । FICSI ମାଧ୍ୟମରେ ଓଡ଼ିଶାର ମହିଳା ମାନେ ଫଳ ରସ ପ୍ରସ୍ତୁତ କରିବା ଶିଖିବେ ବା ଫୁଡ୍ ପ୍ରୋସେସିଂ ଶିଖିବେ । ଓଡ଼ିଶାର ମହିଳା ବିଭିନ୍ନ ସେକ୍ଟରରେ ଦକ୍ଷ ହେବେ । ଲୋକାଲ ଫର୍ ଭୋକାଲ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ରହିଛି । ସେଥିପାଇଁ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ତାଙ୍କର ଆର୍ଥିକ ବିକାଶ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି
ମିଶନ ଶକ୍ତି ବିଭାଗର MOU : ଫୁଡ୍ ପ୍ରୋସେସିଂ ସହ ଫୋନ୍ ରିପାୟରିଂ ଶିଖିବେ ମହିଳା




