ଭୁବନେଶ୍ବର ୧୮।୯: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମର୍ସିଡିଜ୍ କାର୍ । ଭୁବନେଶ୍ବର ପଟିଆ ରଘୁନାଥପୁର ରାସ୍ତା ଉପରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ପାର୍ ହେଉଥିବା ଏକ ବାଇକ୍କୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ପିଟିହୋଇ ଓଲଟି ପଡିଲା କାର୍ ।
ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ କାର୍ ଚାଳକ । ଆହତ କାର୍ ଚାଳକଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ପାର୍ଶ୍ବରେ ଅଟକି ଥିବା ଗାଡିକୁ ଖାଲି କରୁଛି ପୋଲିସ ।




