Gold Price: ଖସିଲା ସୁନା ଦର, ଏବେ କିଣିବା ସମୟ..

gold-price:-ଖସିଲା-ସୁନା-ଦର,-ଏବେ-କିଣିବା-ସମୟ.

ସୁନା ଦର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଆଜି ଦର ସାମାନ୍ୟ ହ୍ରାସ ପାଇଛି। ଜାଣନ୍ତୁ ଦେଶର ପ୍ରମୁଖ ସହରରେ ସୁନା ମୂଲ୍ୟ କେତେ ରହିଛି।

ସୁନା ଦର ଶୁଣିଲେ ମୁଣ୍ଡ ବିନ୍ଧିଯାଉଥିଲା କିନ୍ତୁ ଏବେ ଟିକେ ଆଶ୍ୱସ୍ତି ମିଳିଛି । ହୁ ହୁ ହୋଇ ବଢୁଥିବା ସୁନା ଓ ରୂପା ସାମାନ୍ୟ କମିଛି । ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିଲା କଣ ଆଉ କେବେ ସୁନା ଦର କମିବନି କି ? ଆମେ ଆଉ ସୁନା କିଣିପାରିବୁ କି ନାହିଁ ? ଏବେ ସଠିକ ସମୟ ଆସିଯାଇଛି, ଏବେ ହିଁ କିଣିନିଅନ୍ତୁ ସୁନା ଓ ରୂପା । କାରଣ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ୟୁଏସ୍ ଫେଡେରାଲ ରିଜର୍ଭ ସୁଧ ହାର କମାଇବା ଆଶା ଭିତରେ ଆଜି ସାମାନ୍ୟ କମିଛି ସୁନା ଦର ।

ସୁନା ଦର ଜାଣିବା ପୂର୍ବରୁ ଜାଣନ୍ତୁ କିପରି ସ୍ଥିର ହୁଏ ସୁନା ଦାମ୍?

ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପାର ମୂଲ୍ୟ ଆମେରିକୀୟ ଡଲାରରେ ନିର୍ଦ୍ଧାରିତ ହୁଏ, ସେଥିପାଇଁ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟରେ ପରିବର୍ତ୍ତନ ହେଲେ ଏହା ସିଧାସଖଳ ସୁନା ମୂଲ୍ୟକୁ ପ୍ରଭାବିତ କରେ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ଭାରତରେ ବଢିଥାଏ ସୁନା ଦର ।

Also Read

ଏହାସହ ସୀମା ଶୁଳ୍କ, ଜିଏସଟି ଓ ଅନ୍ୟାନ୍ୟ ସ୍ଥାନୀୟ ଟ୍ୟାକ୍ସ ସୁନା ଦରକୁ ପ୍ରଭାବିତ କରିଥାଏ । ଯୁଦ୍ଧ, ଆର୍ଥିକ ମାନ୍ଦାବସ୍ଥା କିମ୍ବା ସୁଧହାରରେ ପରିବର୍ତ୍ତନ ଭଳି ବୈଶ୍ୱିକ ବଜାରରେ ଅନିଶ୍ଚିତତା ଦେଖାଦେଲେ ସୁନା ଦରରେ ପରିବର୍ତ୍ତନ ହୁଏ । ଏହାଛଡା ନିବେଶକମାନେ ସୁନାକୁ ସବୁଠୁ ସୁରକ୍ଷିତ ନିବେଶ ଭାବି ଏଥିରେ ଅଧିକ ନିବେଶ କରିଥାନ୍ତି । ଏହା ମଧ୍ୟ ଦର ବୃଦ୍ଧିର ଅନ୍ୟତମ କାରଣ ।

ଜାଣନ୍ତୁ କେତେ ରହିଛି ସୁନା ଦର:-

ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୧,୭୧୦ ଟଙ୍କା ଥିବା ବେଳେ ଆଜି ୫୪୦ ଟଙ୍କା କମି ୧,୧୧,୧୭୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୨,୪୦୦ ଟଙ୍କା ଥିବା ବେଳେ ଆଜି ୫୦୦ ଟଙ୍କା କମି ୧,୦୧,୯୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮,୩୭,୮୦୦ ଟଙ୍କା ଥିବା ବେଳେ ଆଜି ୪୦୦ ଟଙ୍କା କମି ୮୩,୩୮୦ ଟଙ୍କା ହୋଇଛି।

ସେହିପରି ରୂପା ଦରରେ ମଧ୍ୟ ହ୍ରାସ ପାଇଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୪୨,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମି ୧,୪୧,୦୦୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ:

ଚେନ୍ନାଇ: ୨୪ କ୍ୟାରେଟ- ୧୧,୧୪୯ ଟଙ୍କା, ୨୨ କ୍ୟାରେଟ- ୧୦,୨୨୦ ଟଙ୍କା, ୧୮ କ୍ୟାରେଟ- ୮,୪୭୦ ଟଙ୍କା (୧ ଗ୍ରାମ ପିଛା)

ଦିଲ୍ଲୀ: ୨୪ କ୍ୟାରେଟ- ୧୧,୧୩୨ ଟଙ୍କା, ୨୨ କ୍ୟାରେଟ- ୧୦,୨୦୫ ଟଙ୍କା, ୧୮ କ୍ୟାରେଟ- ୮,୩୪୭ ଟଙ୍କା (୧ ଗ୍ରାମ ପିଛା)

ମୁମ୍ବାଇ: ୨୪ କ୍ୟାରେଟ- ୧୧,୧୧୭ ଟଙ୍କା, ୨୨ କ୍ୟାରେଟ- ୧୦,୧୯୦ ଟଙ୍କା, ୧୮ କ୍ୟାରେଟ- ୮,୩୩୮ ଟଙ୍କା (୧ ଗ୍ରାମ ପିଛା)

କୋଲକାତା: ୨୪ କ୍ୟାରେଟ- ୧୧,୧୧୭ ଟଙ୍କା, ୨୨ କ୍ୟାରେଟ- ୧୦,୧୯୦ ଟଙ୍କା, ୧୮ କ୍ୟାରେଟ- ୮,୩୩୮ ଟଙ୍କା (୧ ଗ୍ରାମ ପିଛା)

ବେଙ୍ଗାଲୁରୁ: ୨୪ କ୍ୟାରେଟ- ୧୧,୧୧୭ ଟଙ୍କା, ୨୨ କ୍ୟାରେଟ- ୧୦,୧୯୦ ଟଙ୍କା, ୧୮ କ୍ୟାରେଟ- ୮,୩୩୮ ଟଙ୍କା (୧ ଗ୍ରାମ ପିଛା)

ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଉପହାର ପଠାଇଲେ ବ୍ରିଟେନ୍ ରାଜା

Scroll to Top