Fake BEd Certificates: ନକଲି ସାର୍ଟିଫିକେଟରେ ଅସଲି ଚାକିରି, ଠକିଦେଲେ ଗୁରୁମା !

fake-bed-certificates:-ନକଲି-ସାର୍ଟିଫିକେଟରେ-ଅସଲି-ଚାକିରି,-ଠକିଦେଲେ-ଗୁରୁମା-!

ନକଲି ସାର୍ଟିଫିକେଟ୍‌ରେ ଅସଲି ଚାକିରି… ତାହା ପୁଣି ଜଣେ ଶିକ୍ଷାଦାତାଙ୍କର… ଖାଲି ସାର୍ଟିଫିକେଟ୍ ନକଲି ନୁହେଁ, ତାଙ୍କ ନାଁରେ ରହିଛି ଦୁଇଟି BEd ସାର୍ଟିଫିକେଟ… ତାହା ପୁଣି ଗୋଟିଏ ଦିନରେ Issue କରାଯାଇଛି…। ଏନେଇ ଏହି ସାର୍ଟିଫିକେଟ ଦୁଇଟିର ସତ୍ୟତାକୁ ନେଇ ପ୍ରଶ୍ନ ଉଠିବା ସହ ସମ୍ପୃକ୍ତ ଶିକ୍ଷାଦାତା ଜଣକ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ପଦବୀ ହାତେଇଥିବା ଅଭିଯୋଗ ହୋଇଛି।

ନକଲି ସାର୍ଟିଫିକେଟ୍‌ରେ ଅସଲି ଚାକିରି… ତାହା ପୁଣି ଜଣେ ଶିକ୍ଷାଦାତାଙ୍କର… ଖାଲି ସାର୍ଟିଫିକେଟ୍ ନକଲି ନୁହେଁ, ତାଙ୍କ ନାଁରେ ରହିଛି ଦୁଇଟି BEd (ବିଏଡ଼ ) ସାର୍ଟିଫିକେଟ… ତାହା ପୁଣି ଗୋଟିଏ ଦିନରେ ଇସ୍ୟୁ କରାଯାଇଛି…

ଦୁଇଟି ସାର୍ଟିଫିକେଟରେ ନା’ ଗୋଟିଏ ଥିବାବେଳେ, ରେଜିଷ୍ଟ୍ରସନ ନମ୍ବର ଆଉ Controller of Examinations ଅଧିକାରୀଙ୍କ ଦସ୍ତଖତ ଅଲଗା ଅଲଗା ରହିଛି ।ଏନେଇ ଏହି ସାର୍ଟିଫିକେଟ ଦୁଇଟିର ସତ୍ୟତାକୁ ନେଇ ପ୍ରଶ୍ନ ଉଠିବା ସହ ସମ୍ପୃକ୍ତ ଶିକ୍ଷାଦାତା ଜଣକ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ପଦବୀ ହାତେଇଥିବା ଅଭିଯୋଗ ହୋଇଛି।

ଏଭଳି ଏକ ସାର୍ଟିଫିକେଟ ତଞ୍ଚକତାର ଘଟଣା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କକଡ଼ାଗୁଡା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଦେଖିବାକୁ ମିଳିଛି। ଆଉ ଏଭଳି ଶିକ୍ଷାଗତ ସାର୍ଟିଫିକେଟ ହାତେଇଥିବା ଶିକ୍ଷୟତ୍ରୀ ହେଉଛନ୍ତି TGT PCM ବିଭାଗର ଶିକ୍ଷୟିତ୍ରୀ ଆଶାରାଣୀ କର। ଏହାକୁ ନେଇ RTI କର୍ମୀ ତରୁଣ କୁମାର ବିଷୋୟୀ, ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲା ଶିକ୍ଷା ବିଭାଗ ଚେଇଁ ଉଠିଛି।

Also Read

ରିପୋର୍ଟ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଶାରାଣୀ କର ୨୧ ଏପ୍ରିଲ ୨୦୧୨ରେ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାସହାୟକ ଭାବେ ନିଯୁକ୍ତି ହୋଇଥିଲେ ଆଉ ଝରୀଗାଁ ବ୍ଲକର ଏକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। କିନ୍ତୁ, ପରେ “ହାଇସ୍କୁଲ ଶିକ୍ଷକତା ଚାକିରୀ” ପାଇବା ପରେ ୨୧ ଜାନୁଆରୀ ୨୦୧୩ରେ ଶିକ୍ଷା ସହାୟକ ପଦବୀରୁ ଇସ୍ତଫା ଦେଇ କକଡାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀଭାବେ ଯୋଗ ଦେଇଥିଲେ।

କିନ୍ତୁ, ସେ DEO କାର୍ଯ୍ୟାଳୟରେ ଦେଇଥିବା ତାଙ୍କର BEd ସାର୍ଟିଫିକେଟ ନକଲି ବୋଲି ବାରମ୍ବାର ଅଭିଯୋଗ ହେଉଥିଲା। ଏହାକୁ ନେଇ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ ସାର୍ଟିଫିକେଟର ସତ୍ୟତାକୁ ନେଇ ଆନ୍ଧ୍ରା ୟୁନିଭର୍ସିଟିକୁ ଚିଠି ଲେଖିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା।

ବର୍ତ୍ତମାନ RTI କର୍ମୀ ତରୁଣ କୁମାର ବିଷୋୟୀଙ୍କ ଲିଖିତ ଅଭିଯୋଗ ପରେ ବର୍ତମାନର ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ସତ୍ୟତା ପାଇଁ ବାରମ୍ବାର ୟୁନିଭର୍ସିଟିକୁ ଚିଠି ଲେଖିଲେଣି, ହେଲେ କୌଣସି ଉତ୍ତର ଆସି ନାହିଁ। ଏହାରି ଭିତରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଆଶାରାଣୀ କରଙ୍କର ଦୁଇଟି BEd ସାର୍ଟିଫିକେଟ ଥିବା ଜଣାପଡିଛି। ଏହାକୁ ନେଇ DEO ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ Clarification ପାଇଁ ଚିଠି ଲେଖିଥିଲେ ଆଉ ତଦାରଖ ପରେ ମାମଲା ସ୍ପଷ୍ଟ ହୋଇଛି। ଏହାକୁ ଆଶାରାଣୀ ଫାଙ୍କିବାକୁ ଚେଷ୍ଟା କରିଛନ୍ତି ଆଉ ଏହା “ପ୍ରିଣ୍ଟିଙ୍ଗ ମିଷ୍ଟେକ” ବୋଲି କହୁଛନ୍ତି।

Scroll to Top