୨୦୧୮ ଏପ୍ରିଲ ୨୫ରେ ଢେଙ୍କାନାଳ ତିଳପଦାର ଅପର୍ଣ୍ଣାଙ୍କୁ ପ୍ରେମ ବିବାହ କରିଥିଲା ଦୀପକ। ୨୦୨୨ ମାର୍ଚ୍ଚ ୧୭ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା।
Credit: OTV
ଦୀପକ
କନଷ୍ଟେବଳ ଶୁଭମିତ୍ରା ହତ୍ୟା ଅଭିଯୁକ୍ତ ଦୀପକ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ପ୍ରେମ ବିବାହ କରିଥିଲେ ଦୀପକ। ଅପର୍ଣ୍ଣା ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ।
୨୦୨୨ ମସିହା ମାର୍ଚ୍ଚ ୧୭ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଦୀପକ କହିଥିଲା। ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ଦୀପକ ଏକ କାହାଣୀ ରଚିଥିବା ଏକ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏମିତିକି ନାଟକୀୟ ଢଙ୍ଗରେ ଅପର୍ଣ୍ଣାଙ୍କର ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯେଉଁ ବାବଦରେ ଦୀପକ କୋଟିଏ ଟଙ୍କା ଇନସ୍ୟୁରାନ୍ସ ପାଇଥିଲା। ତେଣୁ ଏ ଘଟଣାର ବି ତଦନ୍ତ ହେବା ଦରକାର ବୋଲି ସେମାନେ ଦାବି କରିଛନ୍ତି।





