Landslide: ଭୂସ୍ଖଳନରେ ଧୋଇ ଯାଇଛି ୪୦-୫୦ ଫୁଟ୍ ରାସ୍ତା , କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଗଡୁନି ଗାଡ଼ି

landslide:-ଭୂସ୍ଖଳନରେ-ଧୋଇ-ଯାଇଛି-୪୦-୫୦-ଫୁଟ୍-ରାସ୍ତା-,-କନ୍ଧମାଳ-ଓ-ଗଞ୍ଜାମ-ଜିଲ୍ଲାକୁ-ଗଡୁନି-ଗାଡ଼ି

ଘାଟି ରାସ୍ତାକୁ ଦୁଇ ଫାଳ କରି ଦେଇଛି ଭୂସ୍ଖଳନ। ବଣ ପାହାଡ଼ ଘେରା ଘାଟି ଭିତରେ ଯେଉଁ ଅଣଓସାରିଆ ଓ ଅଙ୍କାବଙ୍କା ରାସ୍ତାଟିଏ ପ୍ରତିଦିନ ହଜାର ହଜାର ଲୋକଙ୍କର ଲାଇଫଲାଇନ୍ ଥିଲା ଭୂସ୍ଖଳନ ବରବାଦ କରିଛି। ପୂରା ବଦଳି ଯାଇଛି କଳିଙ୍ଗା ଘାଟିର ଚିତ୍ର।

କଳିଙ୍ଗା ଘାଟିରେ ଉତ୍ତରାଖଣ୍ଡ ଭଳି ଅବସ୍ଥା। ପ୍ରକୃତି ଦେଖାଇଛି ଛାତିଥରା ଆତଙ୍କ। ମୂଷଳଧାରାରେ ବର୍ଷା, ଆଉ ତାପରେ ଭୟଙ୍କର ଭୂସ୍ଖଳନ ଘାଟି ରାସ୍ତାକୁ ଖିନଭିନ୍ କରିଛି। ଠପ୍ ହୋଇଛି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାକୁ ଯୋଡ଼ିଥୁବା କଳିଙ୍ଗା ଘାଟି। ପାହାଡ ବୁକୁ ଚିରି ଉପକୁ ଖସିଛି ବଡ଼ ବଡ଼ ପଥର, ଗଛ ଆଉ ମାଟି ଅତଡା। ଧୋଇ ଯାଇଛି ପ୍ରାୟ ୪୦-୫୦ ଫୁଟ୍ ରାସ୍ତା। 

ଘାଟି ରାସ୍ତାକୁ ଦୁଇ ଫାଳ କରି ଦେଇଛି ଭୂସ୍ଖଳନ। ବଣ ପାହାଡ଼ ଘେରା ଘାଟି ଭିତରେ ଯେଉଁ ଅଣଓସାରିଆ ଓ ଅଙ୍କାବଙ୍କା ରାସ୍ତାଟିଏ ପ୍ରତିଦିନ ହଜାର ହଜାର ଲୋକଙ୍କର ଲାଇଫଲାଇନ୍ ଥିଲା ଭୂସ୍ଖଳନ ବରବାଦ କରିଛି। ପୂରା ବଦଳି ଯାଇଛି କଳିଙ୍ଗା ଘାଟିର ଚିତ୍ର। ରାସ୍ତାରେ ଗଦେଇ ହୋଇ ପଡ଼ିଥିବା ପଥର, ମାଟି କୃତ୍ରିମ ପାହାଡ଼ ଭଳି ଦିଶୁଛି। ଏବେ ବି ଝରଣାରୁ ଝରିଲା ଭଳି ଝରୁଛି ପାଣି। 24 ଘଣ୍ଟା ଧରି ରାସ୍ତା ବନ୍ଦ, ଯାତାୟତ ଠପ୍। ପୂର୍ବରୁ ଏଭଳି ଘଟଣା ଦେଖି ନଥିବା କହିଛନ୍ତି ସ୍ଥାନୀୟ ଲୋକ। … 

Also Read

ମୌସୁମୀ ଋତୁରେ ଉତ୍ତରାଖଣ୍ଡ, ହିମାଚଳ ଭଳି ପାହାଡ଼ି ଇଲାକାରେ ପ୍ରକୃତିର ଏଭଳି କରାଳ କୋପକୁ ଏଠି ବି ଅନୁଭବ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ। କାଲିର ଭୟଙ୍କର ଭୂସ୍ଖଳନରୁ ଟ୍ରକ ସହ ଅଳ୍ପକେ ବର୍ତ୍ତିଯାଇଥିଲେ ଜଣେ ଡ୍ରାଇଭର । 

ରାସ୍ତାର ଗୋଟିଏ ପଟେ ଉଚ୍ଚ ପାହାଡ଼ ଓ ଆରପଟେ ପୂରା ଖାଲୁଆ ଅଞ୍ଚଳ ଥିବାରୁ ଏପଟୁ ସେପଟକୁ ଯିବା କି ପୁନରୁଦ୍ଧାର କାର୍ଯ୍ୟ କରିବା ଏତେ ସହଜ ହେଉନି। ଘାଟି ରାସ୍ତା ମଧ୍ୟରେ ଥିବା କଲଭର୍ଟ ଭାସି ଯିବା ସହ ୨୫ ମିଟର ଯାଏ ଆପ୍ରୋଚ ରୋଡ୍ ବି ଧୋଇ ଯାଇଛି। ଗ୍ରାଉଣ୍ଡରେ ସଦଳବଳେ ପହଞ୍ଚି ସ୍ଥିତି ପରଖିବା ସହ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ରାସ୍ତାକୁ ସିଲ୍ କରି ଜେସିବି ମେସିନରେ ପଥର, ମାଟି ସବୁ ହଟାଯାଉଛି। ଏବେ ସମ୍ପୂର୍ଣ୍ଣ ପୁନରୁଦ୍ଧାର କରିବା ବଡ଼ ଚ୍ୟାଲେଞ୍ଜ। NHI ଚିଫ କନଷ୍ଟ୍ରକସନ୍ ଇଞ୍ଜିନିୟର କହିଛନ୍ତି, ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ। 

କଳିଙ୍ଗା ଘାଟିରେ ଏତେବଡ଼ ଭୂସ୍ଖଳନ ଆଗକୁ ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି ନକରିବ କିଏ କହିବ। ଏବେଠୁ ସ୍ଥାୟୀ ପ୍ରତିକାର କରିବା ନିହାତି ଜରୁରୀ। 

Scroll to Top