ଦୀପକ ଶୁଭମିତ୍ରାଙ୍କ ପୂର୍ବରୁ ଯାହାଙ୍କୁ ବିବାହ କରିଥିଲା, ତାଙ୍କ ନାଁରେ କୋଟିଏ ଟଙ୍କାର ଜୀବନ ବୀମା କରିଥିଲା। ଆଉ ପ୍ରଥମ ସ୍ତ୍ରୀର ମୃତ୍ୟୁକୁ ଦୁର୍ଘଟଣା ଦର୍ଶାଇ ସେ କୋଟିଏ ଟଙ୍କାର ବୀମା ଅର୍ଥରାଶି ବି ପାଇଥିଲା। ତେଣୁ ସେ ଦୁର୍ଘଟଣା ପଛର ପ୍ରକୃତ ରହସ୍ୟ ବି ଏବେ ପୋଲିସ୍ ସ୍କାନରରେ।
Credit: OTV
KILLER DEEAPK
ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟା ଅଭିଯୁକ୍ତ ଦୀପକ ଥିଲା ସାତିର ପୁଣି ସୌଦାଗର । ଯିଏ ଜଣଙ୍କ ପରେ ଜଣେ ମହିଳାଙ୍କୁ ବିବାହ କରୁଥିଲା ଆଉ କୋଟିଏ ଟଙ୍କାର ବୀମା କରାଉଥିଲା। ଆଉ ପୋଲିସର ସନ୍ଦେହ ଏହି କୋଟିଏ ଟଙ୍କା ବୀମା ଭିତରେ ଲୁଚି ରହିଥିଲା ଦୀପକର କିଲର ଦିମାଗ୍। କାରଣ ଦୀପକ ଶୁଭମିତ୍ରାଙ୍କ ପୂର୍ବରୁ ଯାହାଙ୍କୁ ବିବାହ କରିଥିଲା, ତାଙ୍କ ନାଁରେ କୋଟିଏ ଟଙ୍କାର ଜୀବନ ବୀମା କରିଥିଲା। ଆଉ ପ୍ରଥମ ସ୍ତ୍ରୀର ମୃତ୍ୟୁକୁ ଦୁର୍ଘଟଣା ଦର୍ଶାଇ ସେ କୋଟିଏ ଟଙ୍କାର ବୀମା ଅର୍ଥରାଶି ବି ପାଇଥିଲା। ତେଣୁ ସେ ଦୁର୍ଘଟଣା ପଛର ପ୍ରକୃତ ରହସ୍ୟ ବି ଏବେ ପୋଲିସ୍ ସ୍କାନରରେ।
ତେବେ ପ୍ରଥମ ସ୍ତ୍ରୀ ମୃତ୍ୟୁକୁ ନେଇ ଯାଜପୁର ଟମକା ଅଞ୍ଚଳର ଦୀପକଙ୍କ ଉପରେ ସମସ୍ତଙ୍କ ସନ୍ଦେହ ଥିବା ବେଳେ ଶୁଭମିତ୍ରାଙ୍କୁ ଲୁଚି ଲୁଚି କରିଥିଲେ କୋର୍ଟ ମ୍ୟାରେଜ୍। ଗତ ୨୦୨୪ ଜୁଲାଇ ୭ ତାରିଖରେ ଶୁଭମିତ୍ରା ଓ ଦୀପକ ପରସ୍ପରକୁ ବିବାହ କରିଥିଲେ। ଆଉ ଏହାପରେ ତାଙ୍କ ନାଁରେ କରିଥିଲେ କୋଟିଏ ଟଙ୍କାର ଜୀବନ ବୀମା। ଏବେ ଦୀପକଙ୍କ କୋଟିଏ ଟଙ୍କାର ସେଇ ବୀମା ଫରମ୍ୟୁଲାକୁ ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ପ୍ରଥମ ସ୍ତ୍ରୀଙ୍କ ଦୁର୍ଘଟଣା ଫାଇଲ ମଧ୍ୟ ଖୋଲିଛି।…ସେହିପରି ଶୁଭମିତ୍ରାଙ୍କ ଠାରୁ 10 ଲକ୍ଷ ଟଙ୍କା ନେଇ ପରବର୍ତ୍ତୀ ସମୟରେ ନଫେରାଇବାରୁ ଉଭୟଙ୍କ ଭିତରେ ବି ତିକ୍ତତା ସୃଷ୍ଟି ହୋଇଥିବା ଜାଣିବାକୁ ପାଇଛି ପୋଲିସ୍।…
ଏହାରି ଭିତରେ ସମସ୍ତଙ୍କୁ କିନ୍ତୁ ତାଜୁବ କରିଛି ଦୀପକଙ୍କ ସ୍ବଭାବ। ଅଫିସରେ ପୁରା ଶାନ୍ତ ରହୁଥିବା ଦୀପକ ଭିତରେ ଯେ ଏତେ ସଇତାନ ହୋଇଥିବେ କେହି କେବେ ବିଶ୍ବାସ କରିପାରୁ ନାହାନ୍ତି। କିନ୍ତୁ ସିଜ୍ ହୋଇଥିବା ଏହି କାର ଭିତର ଡକ୍ୟୁମେଣ୍ଟ କହୁଛି କେତେ ଚାଲାକ ଓ କରିତକର୍ମା ସେ। ବୀମା କରାଇବା ପୂର୍ବରୁ ଶୁଭମିତ୍ରାଙ୍କ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
Also Read
ଶୁଭମିତ୍ରାଙ୍କୁ ହତ୍ୟା କରିବା ପରେ ସାଧାସିଧା ଭାବେ ଅଫିସ ଆସୁଥିଲା, ଭଦ୍ରଲୋକ ପରି ଡ୍ୟୁଟି କରୁଥିଲା ଦୀପକ। କେହି ଯେପରି ସନ୍ଦେହ କରିବେ ନାହିଁ କି ଶୁଭମିତ୍ରା ହତ୍ୟା ସଂପର୍କରେ ଜାଣିପାରିବେ ନାହିଁ ସେହିଭଳି ସ୍ବଭାବ ଦେଖାଉଥିଲା ସେ। ହେଲେ ଜହ୍ଲାଦ ଦୀପକକୁ ଧରା ପକାଇଦେଲା କାର୍।





