ଜଗନ୍ନାଥପ୍ରସାଦ ଥାନା ହାଜତ ମୃତ୍ୟୁ ମାମଲା, ୨ ମାସ ମଧ୍ୟରେ କ୍ଷତିପୂରଣ ଦେବାକୁ OHRCଙ୍କ ନିର୍ଦ୍ଦେଶ

ଜଗନ୍ନାଥପ୍ରସାଦ-ଥାନା-ହାଜତ-ମୃତ୍ୟୁ-ମାମଲା,-୨-ମାସ-ମଧ୍ୟରେ-କ୍ଷତିପୂରଣ-ଦେବାକୁ-ohrcଙ୍କ-ନିର୍ଦ୍ଦେଶ

କଟକ ୧୭।୦୯ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ହାଜତ ମୃତ୍ୟୁ ମାମଲା । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାସରିଛି । ବାକି ୫ ଲକ୍ଷ ଟଙ୍କା ୫୦ ହଜାର ଟଙ୍କା କ୍ଷତିପୂରଣ ୨ ମାସ ମଧ୍ୟରେ ଦେବାକୁ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି ।

୨୦୧୫ ମସିହା ଜୁନ ୮ ତାରିଖରେ ପଟାଧାର ଗାଁର ଗୌରହରି ସ୍ୱାଇଁଙ୍କୁ ଜଗନ୍ନାଥପ୍ରସାଦ ଥାନା ପୁଲିସ ଉଠାଇ ଆଣିଥିଲା। ଚୋରୀ ଅଭିଯୋଗରେ ଗୌରହରିଙ୍କୁ ବେଆଇନ ଭାବେ ଅଟକ ରଖିବା ସହ ହାଜତରେ ଶାରୀରିକ ନିର୍ଯାତନା ଦେଇଥିଲା ପୋଲିସ। ଯଦ୍ୱାରା ୯ ତାରିଖରେ ଗୌରହରିଙ୍କ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଥଲା। ପରବର୍ତ୍ତୀ ସମୟରେ ରାଜ୍ୟ ପୋଲିସ ବିଭାଗର ମାନବାଧିକାର ସୁରକ୍ଷା ସେଲ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ୧୧.୦୨.୨୦୨୩ରେ  ଚାର୍ଜସିଟ୍ ଦାଖଲ କରିଛନ୍ତି। ପୁଣି ଭଞ୍ଜନଗର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମଧ୍ୟ ତଦନ୍ତ କରି ଗୌରହରି ସ୍ଵାଇଁଙ୍କ ମୃତ୍ୟୁ ଏକ ହାଜତ ମୃତ୍ୟୁ ବୋଲି ଦର୍ଶାଇଛନ୍ତି। ଏସବୁ ତଥ୍ୟକୁ ଭିତ୍ତି କରି ମାନବାଧିକାର କମିସନ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Scroll to Top