Corrupted Civil Servant: ୬ ବର୍ଷର ଚାକିରି; କୋଟି କୋଟିର ମାଲିକାଣୀ, ସୁନା ଓ ଟଙ୍କାରେ ଭର୍ତ୍ତି ଘର

corrupted-civil-servant:-୬-ବର୍ଷର-ଚାକିରି;-କୋଟି-କୋଟିର-ମାଲିକାଣୀ,-ସୁନା-ଓ-ଟଙ୍କାରେ-ଭର୍ତ୍ତି-ଘର

ସିଭିଲ ସର୍ଭିସର କଳାଧନ ଖିଆ ମ୍ୟାଡମ୍। ଘରେ ୯୨ ଲକ୍ଷ ନଗଦ, ୨ କୋଟିର ସୁନା ଅଳଙ୍କାର। ୬ ବର୍ଷ ଚାକିରୀରେ କୋଟି କୋଟିର ମାଲିକାଣୀ ।

Chinmayee Sahoo

  • Published: Wednesday, 17 September 2025
  • Last updated: 17 September 2025, 01:40 PM IST

Civil-Service-Girl-CorruptionCredit: OTV

ଚାକିରି

ନାଁ ନୁପୁର ବୋରା। ବୟସ ୩୬ ବର୍ଷ। ଆଉ ପରିଚୟ ସର୍ବଗିଳା ACS ଅଫିସର୍। ଆସାମ ସିଭିଲ ସର୍ଭିସର ଏହି ସଉକିଆ ମ୍ୟାଡମଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। କାରଣ ମାତ୍ର ୬ ବର୍ଷ ଚାକିରୀ ମଧ୍ୟରେ ମ୍ୟାଡାମଙ୍କୁ ଧରିଥିଲା କଳାଧନ ଭୋକ। ଆଉ ଖାଉ ଖାଉ ସେ ହୋଇଯାଇଥିଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ। ଥରେ ନଜର ପକାନ୍ତୁ ଏହି ସୁନ୍ଦର ମୁହଁ ପଛରେ ଲୁଚି ରହିଥିବା ଚାରସୋ ବିସ୍ ଦିମାଗକୁ। ଏହି ୩୬ ବର୍ଷୀୟ ଅଧିକାରୀଙ୍କୁ ଏକ ବଡ଼ ଜମି ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭିଜିଲାନ୍ସ୍ ସେଲ୍ ତାଙ୍କ ଗୌହାଟି ଏବଂ ବାରପେଟା ସ୍ଥିତ ଘରେ ଚଢାଉ କରିଥିଲା। ଆଉ ସେଠାରୁ ଯାହା ଜବତ ହେଲା ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା।

ନୁପୁର ମ୍ୟାଡମଙ୍କ ଗୌହାଟି ଘରୁ ମିଳିଥିଲା ନଗଦ ୯୨ ଲକ୍ଷ ଟଙ୍କା ଏବଂ ପ୍ରାୟ ୨ କୋଟି ଟଙ୍କାର ସୁନା ଅଳଙ୍କାର। ସେହିପରି ବାରପେଟା ଭଡା ଘରୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ମାତ୍ର ଛଅ ବର୍ଷର ଚାକିରିରେ ଏତେ ବିପୁଳ ପରିମାଣର ସମ୍ପତ୍ତି କେମିତି ସଂଗ୍ରହ କଲେ ନୁପୁର, ଯାହା ତାଙ୍କ ଘୋଷିତ ଆୟଠାରୁ ବହୁତ ଅଧିକ ଥିଲା।

୨୦୧୯ରେ ACS ଅର୍ଥାତ୍ ଆସାମ ସିଭିଲ୍ ସର୍ଭିସରେ ମନୋନୀତ ହୋଇଥିଲେ ନୁପୁର। ୨୦୨୩ରେ ତାଙ୍କୁ ବାରପେଟାରେ ସର୍କଲ୍ ଅଫିସର ଭାବରେ ବଦଳି କରାଯାଇଥିଲା। ସେଇଠାରୁ ହିଁ ଦୁର୍ନୀତି ଅର୍ଜିତ ଟଙ୍କା ପ୍ରତି ମ୍ୟାଡମଙ୍କ ବଢ଼ିଯାଇଥିଲା ଲୋଭ। ସରକାରୀ ଏବଂ ମଠ ଜମିକୁ ସନ୍ଦେହଜନକ ଲୋକଙ୍କୁ ବେଆଇନ ଭାବରେ ହସ୍ତାନ୍ତର କରିବାର ଅଭିଯୋଗ ତାଙ୍କ ନାମରେ ଆସିଥିଲା। ଜମି ସମ୍ବନ୍ଧୀୟ ସେବା ପାଇଁ କାଳେ ହସି ହସି ୧୫୦୦ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଉଥିଲେ ମ୍ୟାଡମ।

Also Read

ତେବେ ଅଭିଯୋଗ ପରେ ନୁପୁର ଉପରେ ଗତ ଛଅ ମାସ ଧରି ନଜର ରଖାଯାଇଥିଲା। ପରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏବେ ତଦନ୍ତ ଜାରି ରହିଛି ଏବଂ ଆଗକୁ ଆହୁରି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇପାରେ ବୋଲି ସୂଚନା ମିଳିଛି।

ଓଟିଭି ବିଜ୍ଞାପନ

Scroll to Top