ବୁଧବାର ବସିବ ରତ୍ନଭଣ୍ଡାର ସବ୍‌କମିଟି ବୈଠକ, ଭିତର ଭଣ୍ଡାରକୁ ଅଳଙ୍କାର ସ୍ଥାନ୍ତାନ୍ତରଣ ଓ ଗଣତିମଣତି ନେଇ ହେବ ଆଲୋଚନା

ବୁଧବାର-ବସିବ-ରତ୍ନଭଣ୍ଡାର-ସବ୍‌କମିଟି-ବୈଠକ,-ଭିତର-ଭଣ୍ଡାରକୁ-ଅଳଙ୍କାର-ସ୍ଥାନ୍ତାନ୍ତରଣ-ଓ-ଗଣତିମଣତି-ନେଇ-ହେବ-ଆଲୋଚନା

ପୁରୀ ୧୭।୦୯ : ଗଠନ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ୍‌କମିଟି। ୯ ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟିର ପ୍ରଥମ ବୈଠକ ବୁଧବାର ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବାକୁ ଯାଉଛି । ରତ୍ନଭଣ୍ଡାର ମରାମତି ସରିଛି । ତେଣୁ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସବୁ କିଭଳି ଭିତର ସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେବ  ଓ ତାହା ସୁରକ୍ଷିତ ରହିବ ସେନେଇ ବୈଠକରେ ଆଲୋଚନା ହେବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକଙ୍କ ସମେତ ପଦ ପ୍ରଯୁକ୍ତ ଆବାହକ ନୀତି ପ୍ରଶାସକ, ସଭ୍ୟ ଗଣେଶ ଦାସ ମହାପାତ୍ର, ସ୍ୱତନ୍ତ୍ର ନିମନ୍ତ୍ରିତ ପଦ ପ୍ରଯୁକ୍ତ ସଭ୍ୟ ଭାବେ ଆରକ୍ଷୀ ଅଧୀକ୍ଷକ, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ତଥା ବରିଷ୍ଠ ସେବାୟତ ରାମ ନାରାୟଣ ଗୋଚ୍ଛିକାର ଓ ମଧୁସୂଦନ ସିଂହାରୀ, ସହ ମନୋନୀତ ସଭ୍ୟ ନାରାୟଣ ମେକାପ ଓ ରବି ନାରାୟଣ ଦାଶ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି।

Scroll to Top