ପ୍ରଧାନମନ୍ତ୍ରୀଙ୍କୁ ‘ଜନ୍ମଦିନ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ ମୋଦିଜୀଙ୍କ ନେତୃତ୍ୱ ସମସ୍ତଙ୍କ ଆତ୍ମବିଶ୍ୱାସ ବଢାଇଛି

ପ୍ରଧାନମନ୍ତ୍ରୀଙ୍କୁ-‘ଜନ୍ମଦିନ’ର-ଶୁଭେଚ୍ଛା-ଜଣାଇଲେ-କେନ୍ଦ୍ରମନ୍ତ୍ରୀ-ଧର୍ମେନ୍ଦ୍ର,-କହିଲେ-ମୋଦିଜୀଙ୍କ-ନେତୃତ୍ୱ-ସମସ୍ତଙ୍କ-ଆତ୍ମବିଶ୍ୱାସ-ବଢାଇଛି

ଭୁବନେଶ୍ୱର ୧୭।୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୭୫ତମ ଜନ୍ମ ଦିବସ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ପୃଷ୍ଠଭୂମିରୁ ଆସି ଦେଶର ନେତୃତ୍ୱ ନେଇଛନ୍ତି ଏବଂ ରାଷ୍ଟ୍ରର ମର୍ଯ୍ୟାଦା ବଢାଇଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ମୋଦିଜୀଙ୍କ ନେତୃତ୍ୱ ସମସ୍ତଙ୍କ ଆତ୍ମବିଶ୍ୱାସ ବଢାଇଛି । ତାଙ୍କର ପୃଷ୍ଠପୋଷକତାରେ ବିଗତ ୧୧ ବର୍ଷ ଧରି ସର୍ବଭାରତୀୟ ସ୍ତରରେ ଏକ କଲ୍ୟାଣକାରୀ ଓ ସେବା ପ୍ରଣାଳୀର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ଯାହାର କେନ୍ଦ୍ର ବିନ୍ଦୁରେ ଗରିବ, ସାଧାରଣ, ଚାଷୀ, ମହିଳା, ଯୁବବର୍ଗ ଓ ଜନଜାତି ସମୁଦାୟ ଅଛନ୍ତି । ଗରିବ ଓ ସାଧାରଣ ଲୋକମାନେ ସମ୍ପନ୍ନ ହେବା ସହ ମହିଳାମାନଙ୍କ ସ୍ୱାଭିମାନ ବଢୁ, ଯୁବକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆସିବା ପାଇଁ ସେ ନିରନ୍ତର ପ୍ରୟାସ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ପକ୍ଷପାଳନ ହେଉଛି । ଏହି ସେବା ପକ୍ଷସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀପର୍ଯ୍ୟନ୍ତ ୧୫ ଦିନ ଧରି ପାଳନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି କ୍ଷଣ ଦେଶ ସେବାରେ ସମର୍ପିତ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶକୁ ପାଥେୟ କରି ଏହି ସେବା ପକ୍ଷଅଧୀନରେ ହେଉଥିବା କାର୍ଯ୍ୟକ୍ରମରେ ଭାଗ ନେବା ସହ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ସ୍ୱଚ୍ଛତା, ସ୍ୱଦେଶୀ ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ ଦେବାକୁ ସେ ଓଡ଼ିଶାର ସାଢେ ୪ କୋଟି ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ସ୍ୱଚ୍ଛତା ସହ ଏକ୍ ପେଡ୍ ମାଆ କେ ନାମ ଅଭିଯାନ ୨.୦ ଅଭିଯାନରେ ୭୫ ଲକ୍ଷ ବୃକ୍ଷରୋପଣ କରିବା । ସ୍ୱାସ୍ଥ୍ୟସେବା, ଶିକ୍ଷା, ପୋଷଣ କ୍ଷେତ୍ରରେ ନିଜର ଯୋଗଦାନ ଦେବା ସହ ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେଇ ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରିବା, ଏହା ହିଁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ସଠିକ୍ ଉପହାର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Scroll to Top