ନୂଆଦିଲ୍ଲୀ – ପାକିସ୍ତାନ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସାହିଦ୍ ଆଫ୍ରିଦି ଭାରତ ସରକାରଙ୍କ ଉପରେ ପୁଣି ଥରେ ଅଭିଯୋଗ ଲଗେଇଛନ୍ତି। ଏହାସହ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ,ରାହୁଲ ଖୁବ୍ ସକାରାତ୍ମକ ମାନସିକତାର ବ୍ୟକ୍ତି। ବିଶେଷ କଥା ଏହା ଯେ, ଭାରତକୁ ନେଇ ତାଙ୍କର ମନ୍ତବ୍ୟ ଏମିତି ସମୟରେ ଆସିଛି , ଯେତେବେଳେ ଏସିଆ କପ୍ର ମ୍ୟାଚ୍ରେ ପାକିସ୍ତାନକୁ ଅତି ଦୟନୀୟ ସ୍ଥିତିରେ ହରାଇବା ପରେ ଭାରତ ଖେଳାଳିଙ୍କ ସହ ହାତ ମିଳାଇ ନଥିଲା। ଏହାକୁ ନେଇ ଖୁବ୍ ବିବାଦ ଜାରି ରହିଛି।
ଏକ ଚ୍ୟାନେଲ୍ ସହ କଥାବାର୍ତ୍ତାରେ ଆଫ୍ରିଦି କହିଛନ୍ତି , ଏହି ( ଭାରତର)ସରକାର କ୍ଷମତାରେ ରହିବା ପାଇଁ ହିନ୍ଦୁ ଓ ମୁସଲିମ୍ କାର୍ଡ ଖେଳୁଛି। ଏହା ଖୁବ୍ ଖରାପ ମାନସିକତା। ରାହୁଲ ଗାନ୍ଧୀଙ୍କ ମାନସିକତା ବହୁତ ସକାରାତ୍ମକ। ସେ ଆଲୋଚନାରେ ବିଶ୍ୱାସ କରନ୍ତୁ। କଣ ଗୋଟିଏ ଇସ୍ରାଏଲ ଯଥେଷ୍ଟ ନୁହେଁ ଯେ, ତୁମେ ପରସ୍ପର ହୋଇ ଯାଉଛ ?
ବିଶେଷ କଥା ଯେ,ରବିବାର ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇ ଥିଲା। ବାସ୍ତବ କଥା ହେଲା , ସର୍ବଦା ହାଇଭୋଲଟେଜ୍ କୁହାଯାଉ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏହି ଥର ବିବାଦରେ ଥିଲା। ଜମ୍ମୁ ଓ କାଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଏହି ମ୍ୟାଚ୍ର ବହିଷ୍କାରର ଦାବି କରାଯାଉ ଥିଲା। ବିପକ୍ଷର ନେତା ଲଗାତାର ମ୍ୟାଚ୍ ନଖେଳିବାକୁ ଦାବି କରୁଥିଲେ।
ବିଶେଷ କଥା ଏହା ଯେ, ଟସ୍ ସୟମରେ ଓ ମ୍ୟାଚ୍ ଶେଷ ହେବା ପରେ ମଧ୍ୟ ପାକିସ୍ତାନୀ ଟିମ୍ ସହ ଭାରତ ହାତ ମିଳାଇ ନଥିଲା।ସ୍ପିନର ଅକ୍ଷର ଚାରି ଓଭରରେ ୧୮ ରନ୍ ଦେଇ ଦୁଇଟି , କୁଲଦୀପ ଚାରି ଓଭରରେ ୧୮ ରନ୍ ଦେଇ ୩ଟି ଓ ବରୁଣ ଚାରି ଓଭରରେ ୨୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ପାକିସ୍ତାନର କୌଣସି ବି ବ୍ୟାଟ୍ସମ୍ୟାନ ଏହି ୩ଜଣଙ୍କ ଆଗରେ ତିଷ୍ଠି ପାରିନଥିଲେ ଏବଂ ଟିମ୍ ୯ ୱିକେଟ୍ରେ ୧୨୭ରନ୍ ହିଁ କରି ପାରିଥିଲା।
ଜବାବରେ ଭାରତ ୧୫.୫ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା। ସୂର୍ଯ୍ୟକୁମାର ଛକା ମାରି ବିଜୟ ଦେଇଥିଲେ। ସିଧା ଡଗ୍ଆଉଟ୍ ଚାଲି ଯାଇ ଥିଲେ। ଅଭିଷେକ ଶର୍ମା ୧୨ଟି ବଲ୍ରେ ୩୧ ରନ୍ କରିଥିଲେ ଏବଂ ପାକିସ୍ତାନର ସବୁଠୁ ବଡ଼ ବୋଲର ସାହିନ ଶାହ ଆଫ୍ରିଦିଙ୍କୁ ଖୁବ୍ ଧୁଲାଇ କରିଥିଲେ




