Murder: ଫେସ୍‌ବୁକ୍ ପ୍ରେମର କରୁଣ ପରିଣତି; ପ୍ରେମ ବଦଳରେ ମିଳିଲା ମୃତ୍ୟୁ

murder:-ଫେସ୍‌ବୁକ୍-ପ୍ରେମର-କରୁଣ-ପରିଣତି;-ପ୍ରେମ-ବଦଳରେ-ମିଳିଲା-ମୃତ୍ୟୁ

ଫେସ୍‌ବୁକ୍‌ରେ ୩୭ ବର୍ଷୀୟ ମୁକେଶ କୁମାରୀଙ୍କ ସହ ବନ୍ଧୁତା କରିଥିଲେ ମନରାମ। ମନୋରମ ଶିକ୍ଷକ ଥିବା ବେଳେ ମୁକେଶ ଜଣେ ଅଙ୍ଗନୱାଡିରେ ସୁପର୍ ଭାଇଭର ଭାବେ କାମ କରୁଥିଲେ।

ଫେସବୁକରେ ଆରମ୍ଭ ହୋଇଥିବା ପ୍ରେମ କାହାଣୀର ଏମିତି ଏକ ଭୟଙ୍କର ପରିଣାମ ହୋଇଛି। ପ୍ରେମିକା ଜଣକ ତାଙ୍କ ପ୍ରେମରେ ଏମିତି ଅନ୍ଧ ହୋଇଯାଇଥିଲେ ଯେ ସେ କିଛି ନ ମାନି ୬୦୦ କିଲୋମିଟର ଗାଡି ଚଲାଇ ପଳାଇଆସିଲେ। ଆଶା ଥିଲା ମନର ମଣିଷକୁ ଟିକେ ଦେଖିବା ଆଉ ପ୍ରେମ ପାଇବା। ହେଲେ ମିଳିଲା ଧୋକା, ମିଳିଲା ମୃତ୍ୟୁ।

ରାଜସ୍ଥାନ ବାଡ଼ମେରର ଚାଭା ଗାଁର ଶିକ୍ଷକ ମନରାମ, ଅକ୍ଟୋବର ୨୦୨୪ରେ ଫେସ୍‌ବୁକ୍‌ରେ ୩୭ ବର୍ଷୀୟ ମୁକେଶ କୁମାରୀଙ୍କ ସହ ବନ୍ଧୁତା କରିଥିଲେ। ଏହି ବନ୍ଧୁତା ଧୀରେ ଧୀରେ ସାକ୍ଷାତ ଏବଂ ପ୍ରେମରେ ପରିଣତ ହୋଇଥିଲା। ମୁକେଶ କୁମାରୀ ପ୍ରାୟତଃ ମନରାମଙ୍କୁ ଭେଟିବା ପାଇଁ ଝୁନ୍‌ଝୁନୁରୁ ବାଡ଼ମେର ଆସୁଥିଲେ। ସେ ଜଣେ ଅଙ୍ଗନୱାଡିରେ ସୁପର୍ ଭାଇଭର ଭାବେ କାମ କରନ୍ତି।

ଅଭିଯୁକ୍ତ ମନରାମ ପୂର୍ବରୁ ବିବାହିତ ଏବଂ ତାଙ୍କ ପତ୍ନୀଙ୍କ ସହ ତାଙ୍କର ଛାଡପତ୍ର ମାମଲା କୋର୍ଟରେ ଚାଲିଛି। ସେହିପରି ମୁକେଶ କୁମାରୀ ମଧ୍ୟ ୯-୧୦ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇଥିଲେ।

Also Read

ପୋଲିସର କହିବା ଅନୁଯାୟୀ, ମୁକେଶ କୁମାରୀ ମନରାମଙ୍କୁ ବିବାହ ପାଇଁ ଚାପ ପକାଇଥିଲେ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

ସେପ୍ଟେମ୍ବର ୧୦ ତାରିଖରେ ମୁକେଶ ଝୁନ୍‌ଝୁନୁରୁ ତାଙ୍କ କାର୍‌ରେ ବାଡମେର ଆସିଥିଲେ ଏବଂ ତାଙ୍କ ପ୍ରେମିକଙ୍କ ପରିବାରକୁ ଭେଟିବାକୁ ଜିଦ୍ କରିଥିଲେ। ଆଉ ଏ କଥାକୁ ନେଇ ସେ ଚାଭା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ପୋଲିସ ଉଭୟଙ୍କୁ ଡାକି ପରାମର୍ଶ ଦେଇଥିଲା ଏବଂ ଏହା ପରେ ଉଭୟ ବାଡମେର ଫେରି ଆସିଥିଲେ।

ତେବେ ବାଡମେର ଆସିବା ପରେ, ମନରାମ ବଳଦେବ ନଗର ନିକଟରେ ଥିବା ଶିବାଜୀ ନଗରର ଏକ କୋଠରୀରେ ମୁକେଶ କୁମାରୀଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ଆକ୍ରମଣ କରି ହତ୍ୟା କରିଥିଲା ଆଉ କାରର ଡ୍ରାଇଭିଂ ସିଟ୍‌ରେ ମହିଳାଙ୍କ ମୃତଦେହ ରଖି ଏହାକୁ ଏକ ସଡ଼କ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଥିଲା।

ସେ ସାରା ରାତି ଆରାମରେ ଶୋଇଥିଲେ ଏବଂ ସକାଳେ ଘଟଣା ବିଷୟରେ ତାଙ୍କ ଜଣାଇଥିଲେ। ଏହା ପରେ, ଓକିଲ ପୋଲିସକୁ ସୂଚନା ଦେବା ପରେ ମୃତଦେହକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇ ଏହି ମାମଲାର ତଦନ୍ତ ଚାଲିଥିବା ପୁଲିସ୍ କହିଛି।

Scroll to Top