Corruption : ଘରୁ ମିଳିଲା ୨ କୋଟି, ରଖିଥିଲେ ପୁଳାପୁଳା ସୁନା

corruption-:-ଘରୁ-ମିଳିଲା-୨-କୋଟି,-ରଖିଥିଲେ-ପୁଳାପୁଳା-ସୁନା

ଆସାମ ସିଭିଲ ସର୍ଭିସର ଅଧିକାରୀ ନୁପୁର ଭୋରାଙ୍କୁ ଗିରଫ କରାଯାଇଛି । ତାଙ୍କ ଘରୁ ୨ କୋଟି ଟଙ୍କା ଓ ସୁନା ଜବତ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭିଜିଲାନ୍ସ ସେଲ ପକ୍ଷରୁ ନୁପୁର ଭୋରାଙ୍କ ଗୌହାଟି ସ୍ଥିତ ଘରେ ରେଡ୍ କରାଯାଇଥିଲା ।

Jnanadarsi Sahoo

  • Published: Tuesday, 16 September 2025
  • Last updated: 16 September 2025, 02:32 PM IST

civil servant arrestedCredit: OTV

civil servant arrested

ଅନିୟମିତତା ଅଭିଯୋଗରେ ଫସୁଛନ୍ତି ଜଣେ ପରେ ଜଣେ ଯୁବ ଅଧିକାରୀ । ଆସାମ ସିଭିଲ ସର୍ଭିସର ଅଧିକାରୀ ନୁପୁର ଭୋରାଙ୍କୁ ଗିରଫ କରାଯାଇଛି । ତାଙ୍କ ଘରୁ ୨ କୋଟି ଟଙ୍କା ଓ ସୁନା ଜବତ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭିଜିଲାନ୍ସ ସେଲ ପକ୍ଷରୁ ନୁପୁର ଭୋରାଙ୍କ ଗୌହାଟି ସ୍ଥିତ ଘରେ ରେଡ୍ କରାଯାଇଥିଲା । ଏହି ସମୟରେ ତାଙ୍କ ଘରୁ ୯୨ ଲକ୍ଷ ନଗଦ ଓ କୋଟିଏରୁ ଅଧିକ ଟଙ୍କାର ସୁନା ଜବତ ହୋଇଛି । ସେହିପରି ବାରପେଟାରେ ଥିବା ତାଙ୍କ ଭଡ଼ା ଘରୁ ୧୦ ଲକ୍ଷ ନଗଦ ଜବତ କରିଥିଲା ପୋଲିସ ।

Also Read

ନୁପୁର ଗତ ୬ ମାସ ହେଲା ଦୁର୍ନୀତି ନିବାରଣ ବିଭାଗର ସର୍ଭେଲାନ୍ସରେ ଥିବା ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଜମି ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ଉପରେ ନଜର ରଖାଯାଇଥିଲା । ଏବେ ମାମଲା ତଦନ୍ତ ପରିସରଭୁକ୍ତ ରହିଛି । ନୁପୁର ଭୋରା ହେଉଛନ୍ତି ୨୦୧୯ ବ୍ୟାଚର ଆସାମ ସିଭିଲ ସର୍ଭିସ ଅଧିକାରୀ । 

Scroll to Top