BJD Infighting : ଧୃତରାଷ୍ଟ୍ର ପରେ ଏବେ ଭଣ୍ଡ ସନ୍ନ୍ୟାସୀ !

bjd-infighting-:-ଧୃତରାଷ୍ଟ୍ର-ପରେ-ଏବେ-ଭଣ୍ଡ-ସନ୍ନ୍ୟାସୀ-!

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି। ସନ୍ନ୍ୟାସ ଏବଂ ସନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି- ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳି ଯାଇଛି। ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ସମାଜ ଗ୍ରହଣ କରେ।

Jnanadarsi Sahoo

  • Published: Tuesday, 16 September 2025
  • Last updated: 16 September 2025, 12:22 PM IST

BJD leader Srimayi Mishra on sannyasiCredit: OTV

BJD leader Srimayi Mishra has written a sannyasi

ଭୁବନେଶ୍ବର : ଧୃତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ। ନିଜ ସୋସିଆଲ୍ ମିଡିଆ ପେଜ୍ ରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି। ସନ୍ନ୍ୟାସ ଏବଂ ସନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି- ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳି ଯାଇଛି। ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ସମାଜ ଗ୍ରହଣ କରେ। କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ସମାଜ ତାକୁ ଭଣ୍ଡ ସନ୍ନ୍ୟାସୀ ଆଖ୍ୟା ଦେବାକୁ ପଛାଏ ନାହିଁ। ହେଲେ ଏବେ କିଛି ଘଟଣା ତାର ବ୍ୟତିକ୍ରମ, ଯେଉଁମାନେ ସନ୍ନ୍ୟାସ କହି ସବୁ ସୁଖ ସ୍ବାଚ୍ଛନ୍ଦ ପ୍ରତି ଲାଳାୟିତ ରହୁଛନ୍ତି ଓ ଭଣ୍ଡ ସନ୍ନ୍ୟାସୀ ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।

Also Read

ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ’ ବୋଲି ଲେଖିଛନ୍ତି ଶ୍ରୀମୟୀ। ଯେଉଁମାନେ ଜଗନ୍ନାଥଙ୍କ ନାଁ ନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି, ସେମାନେ ନିଜେ ସେଇ ଗାତରେ ପଡୁଛନ୍ତି ବୋଲି ଲେଖିଛନ୍ତି ଶ୍ରୀମୟୀ। ତେବେ ଶ୍ରୀମୟୀଙ୍କ ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବେ କାହା ନାଁ ନେଇନଥିଲାବେଳେ, କାହାକୁ ଇଙ୍ଗିତ କରୁଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି।

ତେବେ ଶ୍ରମୟୀଙ୍କ ଏ ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ବିଜେଡିର ପ୍ରିତ୍ରିକ୍ରିୟା ମିଳିନାହିଁ। ପୂର୍ବରୁ ଶ୍ରମୟୀ ଏକ ସୋସିଆଲ୍ ମଡିଆ ପୋଷ୍ଟରେ ଧୃତରାଷ୍ଟ୍ର ଆଖ୍ୟା ଦେଇ ନବୀନଙ୍କୁ ପରୋକ୍ଷରେ ନିଶାନା କରିଥିଲେ।

ଓଟିଭି ବିଜ୍ଞାପନ

Scroll to Top