India US Trade Talks: ଟାରିଫ ଟେନସନ: ଦିଲ୍ଲୀରେ ଆମେରିକା ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ ଲିଞ୍ଚ, ବାହାରିବ କି ସମାଧାନର ବାଟ

india-us-trade-talks:-ଟାରିଫ-ଟେନସନ:-ଦିଲ୍ଲୀରେ-ଆମେରିକା-ବାଣିଜ୍ୟ-ପ୍ରତିନିଧି-ବ୍ରେଣ୍ଡୋନ-ଲିଞ୍ଚ,-ବାହାରିବ-କି-ସମାଧାନର-ବାଟ

ଟ୍ରଂପଙ୍କ ୫୦ ପ୍ରତିଶତ ଟାରିଫ୍ ପରଠୁ ଆମେରିକା ସହ ସଂପର୍କ ବିଗିଡ଼ିଥିବା ବେଳେ ଦିଲ୍ଲୀରେ ଆମେରିକାର ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ ଲିଞ୍ଚ ଭାରତରେ ପହଞ୍ଚିଛନ୍ତି।

Chinmayee Sahoo

  • Published: Tuesday, 16 September 2025
  • Last updated: 16 September 2025, 12:44 PM IST

India USCredit: OTV

India US

ପୁଣି ଥରେ ଟ୍ରାକ୍ କୁ ଫେରିବାକୁ ଯାଉଛି ଭାରତ- ଆମେରିକା ବାଣିଜ୍ୟ ସଂପର୍କ। ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କରେ ନିକଟ ଅତୀତରେ ଦେଖାଦେଇଥିବା ତିକ୍ତତା ନରମିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ ନିଷ୍ପତ୍ତି ପରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ବିଗିଡ଼ିଥିବା ବାଣିଜ୍ୟିକ ସଂପର୍କକୁ ବଳ ଦେବାକୁ ଆଜି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ବିପାକ୍ଷିକ ଆଲୋଚନା। ଏହି ଆଲୋଚନା ଆଲୋଚନାରେ ଭାଗ ନେବାକୁ ନୂଆ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ସହ ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ ଲିଞ୍ଚ। ଭାରତ ଉପରେ ଲଗାଇଥିବା ଭାରୀ ଶୁଳ୍କ ପରେ ଏହା ପ୍ରଥମ ସାକ୍ଷାତ ଆଲୋଚନା।

ସେ ଭାରତୀୟ ପ୍ରତିପକ୍ଷ ତଥା ବାଣିଜ୍ୟ ବିଭାଗର ସ୍ବତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ସହ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ହ୍ବାଇଟ୍ ହାଉସ୍ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ମଧ୍ୟ ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ଭାରତ ଆଲୋଚନା ଟେବୁଲକୁ ଫେରିଥିବାରୁ ଖୁସି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ରୁଷ ଠାରୁ ଭାରତର ତେଲ କିଣାକୁ ବାରମ୍ବାର କଟାକ୍ଷ କରି ଆସୁଥିଲେ। ବାଣିଜ୍ୟ ବିଭାଗର ସ୍ବତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ ମଧ୍ୟ ଆଲୋଚନା ସଫଳ ହେବା ନେଇ ଆଶାବାଦୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଟ୍ରମ୍ପ ପ୍ରଶାସନ ପୂର୍ବରୁ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଅଗଷ୍ଟ ୨୭ରେ ଭାରତ ଉପରେ ରୁଷିଆରୁ ତେଲ କିଣିବା ନେଇ ଆହୁରି ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ତା ସତ୍ତ୍ବେ ବି ଭାରତ ରୁଷିଆଠାରୁ ଆହୁରି ଶସ୍ତା ଦରରେ ତେଲ କିଣିବା ଜାରି ରଖିଥିଲା। ଆମେରିକା ଭାରତ ଉପରେ ରୁଷିଆରୁ ତେଲ କିଣିବା ବନ୍ଦ କରିବାକୁ ଚାପ ପକାଉଥିଲା। ଆମେରିକାର ଯୁକ୍ତି ଥିଲା ଯେ ଏହା ରୁଷିଆକୁ ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥ ଯୋଗାଉଛି। ଅନ୍ୟପଟେ, ଭାରତ ସ୍ପଷ୍ଟ କରିଦେଇଛି ଯେ ସେ ନିଜର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବ।

Also Read

ଓଟିଭି ବିଜ୍ଞାପନ

Scroll to Top