Subhadra Grievance Portal : ପୁଣି ଆବେଦନ କଲେ ମିଳିବ ସୁଭଦ୍ରା ଟଙ୍କା, ପୂରା ଖବର ପଢ଼ନ୍ତୁ ଗୋଟିଏ କ୍ଲିକରେ

subhadra-grievance-portal-:-ପୁଣି-ଆବେଦନ-କଲେ-ମିଳିବ-ସୁଭଦ୍ରା-ଟଙ୍କା,-ପୂରା-ଖବର-ପଢ଼ନ୍ତୁ-ଗୋଟିଏ-କ୍ଲିକରେ

ପୂର୍ବରୁ ସୁଭଦ୍ରା ଯୋଜନା ସଂପର୍କରେ ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ। ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ। ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ ଓ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ।

Jnanadarsi Sahoo

  • Published: Monday, 15 September 2025
  • Last updated: 15 September 2025, 03:50 PM IST

Launch of Subhadra Grievance Redressal ModuleCredit: OTV

Launch of Subhadra Grievance Redressal Module

ଭୁବନେଶ୍ବର : ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲର ଶୁଭାରମ୍ଭ। ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଏହାଦ୍ବାରା ପୋର୍ଟାଲ ଜରିଆରେ ବିଭାଗ ସହ ଯୋଗାଯୋଗ କରିପାରିବେ ସାଧାରଣ ଲୋକ। ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ।

ପୂର୍ବରୁ ସୁଭଦ୍ରା ଯୋଜନା ସଂପର୍କରେ ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ। ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ। ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ ଓ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ। ଅଭିଯୋଗର ଷ୍ଟାଟସ୍ ର ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ, କାରଣ କଣ, ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ଏ ସବୁ କଥାର ଉତ୍ତର ରଖିବ ବିଭାଗ।

Also Read

ବର୍ତ୍ତମାନ ୧ କୋଟି ୯ ଲକ୍ଷ ସୁଭଦ୍ରା ହିତାଧିକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି। ବାଦ ପଡ଼ିଥିବା ହିତାଧିକାରୀଙ୍କ ସମାଧାନର ରାସ୍ତା ବାହାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।

  • Reported by:
  • SOUMYA RANJAN SAHOO

Scroll to Top