Pakistani Fans: ସାମ୍ନାକୁ ଆସିଲେ କଞ୍ଚା ଖାଇଯିବୁ…ପାକିସ୍ତାନୀ ଖେଳାଳିଙ୍କୁ ଧୋଇଲେ ପାକିସ୍ତାନୀ ଫ୍ୟାନ୍‌

pakistani-fans:-ସାମ୍ନାକୁ-ଆସିଲେ-କଞ୍ଚା-ଖାଇଯିବୁ…ପାକିସ୍ତାନୀ-ଖେଳାଳିଙ୍କୁ-ଧୋଇଲେ-ପାକିସ୍ତାନୀ-ଫ୍ୟାନ୍‌

ଖେଳାଳିଙ୍କୁ ଧୋଇଲେ ପାକିସ୍ତାନୀ ଫ୍ୟାନ୍‌। ଉଗାରିଲେ ବିଷ। କହିଲେ ସାମ୍ନାକୁ ଆସିଲେ କଞ୍ଚା ଖାଇଯିବୁ। ଏବେ ପାକିସ୍ତାନରେ ଚାଲିଛି ଏଭଳି କିଛି ଗାଳିଦିଆ ପର୍ବ । ଗାଳି ଦେଇ ଦେଇ ରାଗ ଶୁଝାଉଛନ୍ତି ପାକିସ୍ତାନବାସୀ । ଏହି ଗାଳି ଭାରତକୁ ନୁହେଁ ନିଜ ଦେଶର ଖେଳାଳିଙ୍କୁ ଦେଉଛନ୍ତି ପାକିସ୍ତାନବାସୀ । ଖାଲି ସେତିକି ନୁହେଁ ରାଗରେ ଟିଭି ବି ଭାଙ୍ଗିଛନ୍ତି।

Manasranjan Mohanty

  • Published: Monday, 15 September 2025
  • Last updated: 15 September 2025, 03:46 PM IST

Pakistani Fans Credit: OTV

Pakistani Fans

ପାକିସ୍ତାନୀ ଖେଳାଳିଙ୍କୁ ଧୋଇଲେ ପାକିସ୍ତାନୀ ଫ୍ୟାନ୍‌। ଉଗାରିଲେ ବିଷ। କହିଲେ ସାମ୍ନାକୁ ଆସିଲେ କଞ୍ଚା ଖାଇଯିବୁ। ଏବେ ପାକିସ୍ତାନରେ ଚାଲିଛି ଏଭଳି କିଛି ଗାଳିଦିଆ ପର୍ବ । ଗାଳି ଦେଇ ଦେଇ ରାଗ ଶୁଝାଉଛନ୍ତି ପାକିସ୍ତାନବାସୀ । ଏହି ଗାଳି ଭାରତକୁ ନୁହେଁ ନିଜ ଦେଶର ଖେଳାଳିଙ୍କୁ ଦେଉଛନ୍ତି ପାକିସ୍ତାନବାସୀ । ଖାଲି ସେତିକି ନୁହେଁ ରାଗରେ ଟିଭି ବି ଭାଙ୍ଗିଛନ୍ତି। ଭାବିଥିଲେ ଭାରତକୁ ହରାଇ ସେଲିବ୍ରେସନ କରିବେ। କିନ୍ତୁ ପଲଟିଗଲା ବାଜି। ସବୁ ଆଶାକୁ ଫସର ଫଟାଇଦେଲା ବ୍ଲୁ ଟିମ୍‌। ଏସିଆ କପ ୨୦୨୫ରେ ପାକିସ୍ତାନକୁ ଧୂଳିଚଟାଇଲା ଭାରତ। ଆଉ ପାକିସ୍ତାନ ବାସୀଙ୍କ ମନ ଓ ଦେହରେ ଅପମାନର ନିଆଁ ଲାଗିଦେଲା। ନିଆଁକୁ ଲିଭାଇବା ପାଇଁ ନିଜ ଖେଳାଳିଙ୍କୁ ମନ ଉଚ୍ଛା ଗାଳି ଦେବା ସହ ଟ୍ରୋଲ କରୁଛନ୍ତି । ଗାଳି ବି ଏମିତି ଶୁଣିଲେ କାନରୁ ରକ୍ତ ବାହାରିଆସିବ।

ପାକିସ୍ତାନ ଲୋକଙ୍କ ରାଗ ଏବେ ଟପ ଲେଭଲରେ ପହଞ୍ଚିଯାଇଛି । ଯେମିତି ଲାଗୁଛି ସେମାନେ ଖେଳାଳିଙ୍କୁ ସାମ୍ନାରେ ଦେଖିଲେ ବାଡେଇ ପକେଇବେ । ଫେସବୁକରେ Hashtag Beastie Entertainment ନାଁରେ ଏକ ପେଜରେ ପାକିସ୍ତାନି ମିଡିଆର ଏକ ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ଜଣେ ଆଂକର ପାକିସ୍ତାନ ଲୋକଙ୍କ ଠାରୁ ପରାଜୟ ଉପରେ ପ୍ରତିକ୍ରିୟା ମାଗୁଛନ୍ତି । ସେ ନିଜେ କହୁଛନ୍ତି ଯଦି ପାକିସ୍ତାନ ଖେଳାଳି ସାମନାକୁ ଆସିବେ ସେମାନଙ୍କୁ କଞ୍ଚା ଚୋବାଇଯିବୁ । ସେ ଆହୁରି କହୁଛନ୍ତି ଗର୍ଲଫ୍ରେଣ୍ଡ ସହ ବ୍ରେକଅପ ହେଲେ ଯେତିକି ହୃଦୟ ଭାଙ୍ଗେନି, ଭାରତ ଠାରୁ ପାକିସ୍ତାନ ହାରିଗଲେ ତା’ଠାରୁ ଅଧିକ କଷ୍ଟ ହୋଇଛି । ପାକିସ୍ତାନ ଲୋକ ଏଭଳି ବି କହୁଛନ୍ତି କି ମ୍ୟାଚ ବ୍ୟାନ ହୋଇଯାଇଥିଲେ ଭଲ ହୋଇଥାଆନ୍ତା । ଆମର ଏଭଳି ବେଜ୍ଜତି ତ ହୋଇନଥାନ୍ତା। ସେହିଭଳି ବାବର ଆଜମଙ୍କୁ ଟିମରେ ସାମିଲ ନ କରିବା ନେଇ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ରହିଛି । ଏଥିପାଇଁ ସିଲେକ୍ସନ କମିଟିକୁ ଟାର୍ଗେଟ କରୁଛନ୍ତି । କ୍ୟାପଟେନ ସଲମାନ ଆଗାଙ୍କୁ ଧୀରେ ଧୀରେ ବୋଲିଂ କରିବାକୁ ନେଇ ବି ଟ୍ରୋଲ କରାଯାଉଛି। ଖାଲି ସେତିକି ନୁହେଁ, ଫ୍ୟାନ୍‌ମାନେ କହିଛନ୍ତି,ଟଙ୍କା ଖର୍ଚ୍ଚ କରି ଆସିଛୁ, ହେଲେ ପ୍ରତି ଥର ନିରାଶ କରୁଛନ୍ତି ପାକ୍ ଖେଳାଳି।

Also Read

ଏଥର ଭାରତକୁ ନା ମିସାଇଲ ଦରକାର ହେଲା ନା ପାଣି ବନ୍ଦ କରିବାକୁ ପଡ଼ିଲା । ମ୍ୟାଚରେ ହରାଇ ପାକିସ୍ତାନର ଧଜିଆ ଉଡାଇଦେଲା। ଭାରତୀୟ ସେନା ପାକିସ୍ତାନ ଦେହରେ ଯେଇଁ ଖଣ୍ଡିଆ କରିଥିଲା ସେଥିରେ ଚୂନ ଦେଇ ଦେଇଛି ଟିମ ଇଣ୍ଡିଆ । ଆଉ ପହଲଗାମ ଆକ୍ରମଣ ପ୍ରତିଶୋଧ ବି ନେଲା। ଚଳିତ ଏସିଆ କପ୍‌ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟରେ ହରାଇ କ୍ରମଗାତ ଦ୍ବିତୀୟଥର ପାଇଁ ଉଡାଇଛି ବିଜୟ ବାନା। ବ୍ୟୁରୋ ରିପୋର୍ଟ ଓଟିଭି

ଓଟିଭି ବିଜ୍ଞାପନ

Scroll to Top