Student Election : ଛାତ୍ର ସଂସଦ ନିର୍ବାଚନ ହେବ ତ ?

student-election-:-ଛାତ୍ର-ସଂସଦ-ନିର୍ବାଚନ-ହେବ-ତ-?

ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସାରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଦିନ କେଇଟା ଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ପ୍ରସ୍ତୁତି ଏବେ ଯାଏଁ ଗ୍ରାଉଣ୍ଡରେ ହେଇନି। ତେବେ ଏନେଇ ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଦାବି ହେଉଛି। ୨୦୧୭ ମସିହା ପରଠୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଇନି।

Jnanadarsi Sahoo

  • Published: Monday, 15 September 2025
  • Last updated: 15 September 2025, 02:23 PM IST

 When will the college elections be held?Credit: OTV

When will the college elections be held?

ଭୁବନେଶ୍ବର : କେବେ ହେବ ଛାତ୍ର ସଂସଦ ନିର୍ବାଚନ? ଏବର୍ଷ ନିର୍ବାଚନ ନେଇ ବେଶ୍ କଳ୍ପନାଜଳ୍ପନା ଲାଗି ରହିଥିଲା ବେଳେ ଏବେ ଯାଏ କିଛି ବି ସୁରାକ ମିଳୁନି। ସରକାର ଯଦିଓ ପୂର୍ବରୁ ଇଙ୍ଗିତ ଦେଇଥିଲେ ହେଲେ ଦିନ ପରେ ଦିନ ଗଡ଼ି ଚାଲିଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କିଛି ବି ସୂଚନା ଆସୁନି। ଏସବୁ ଭିତରେ ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେଡି। ସରକାର କାହିଁକି ନିର୍ବାଚନ କରୁନି ବୋଲି ପ୍ରଶ୍ନ ଉଠାଇଛି ଦଳ।

Also Read

ସରକାର ୟୁ-ଟର୍ଣ୍ଣ ମାରିବାରେ ସରକାର ମାହିର, ନିର୍ବାଚନ କରିବେ ବୋଲି ପୂର୍ବରୁ କହିଥିଲେ ହେଲେ ଦଶହରା ଆସିଲାଣି କାହିଁକି ନିର୍ବାଚନ ହେଇନି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ବିଜେଡି ସଭାପତି ଇପସିତା ସାହୁ। ବାଲେଶ୍ବର ଘଟଣା ପରଠାରୁ ଏବିଭିପି ବ୍ୟାକ୍ ଫୁଟ୍ ରେ ରହିଛି ବୋଲି ସେ କହିଛନ୍ତି। ସରକାର ଇଣ୍ଟରନାଲ୍ ସର୍ଭେ କରି କ୍ୟାମ୍ପସ୍ ରେ ସ୍ଥିତି ଭଲ ନ ଥିବା ଜାଣିଛନ୍ତି ତେଣୁ ନିର୍ବାଚନ କରାଉନଥିବା ଅଭିଯୋଗ କରିଛନ୍ତି ଇପସିତା। ସେପଟେ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କଲେଜ୍ ନିର୍ବାଚନ ନେଇ ସରକାର ସକାରାତ୍ମକ ରହିଛନ୍ତି। ଏନେଇ ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ ବି ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଦୋହରାଇଛନ୍ତି। ତେଣୁ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି କି, ଏଥର ହେବ କି ଛାତ୍ର ସଂସଦ ନିର୍ବାଚନ।

ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସାରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଦିନ କେଇଟା ଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ପ୍ରସ୍ତୁତି ଏବେ ଯାଏଁ ଗ୍ରାଉଣ୍ଡରେ ହେଇନି। ତେବେ ଏନେଇ ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଦାବି ହେଉଛି। ୨୦୧୭ ମସିହା ପରଠୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଇନି।

  • Reported by:
  • RASHMIRANJAN DAS

Scroll to Top