Padmanabhpur: ରାସ୍ତା ଅଛି କିନ୍ତୁ ଚାଲିକି ଯାଇ ପାରୁନାହାନ୍ତି ଲୋକେ….କାହିଁକି ଜାଣନ୍ତୁ

padmanabhpur:-ରାସ୍ତା-ଅଛି-କିନ୍ତୁ-ଚାଲିକି-ଯାଇ-ପାରୁନାହାନ୍ତି-ଲୋକେ….କାହିଁକି-ଜାଣନ୍ତୁ

ଗାଁ ରାସ୍ତାରେ ଡ୍ରେନର ମଇଳା ପାଣି। ମାସ ମାସ ଧରି ପାଣି ଜମି ରହୁଛି। ମଶା ମାଛିଙ୍କ ଘର ପାଲଟିଛି ଜାଗା। ଏହି ରାସ୍ତାରେ ଲୋକେ ପ୍ରତିଦିନ ଯିବାଆସିବା କରୁଛନ୍ତି ।

Manasranjan Mohanty

  • Published: Monday, 15 September 2025
  • Last updated: 15 September 2025, 02:28 PM IST

VillageProblemsCredit: OTV

VillageProblems

ଗାଁ ରାସ୍ତାରେ ଡ୍ରେନର ମଇଳା ପାଣି। ମାସ ମାସ ଧରି ପାଣି ଜମି ରହୁଛି। ମଶା ମାଛିଙ୍କ ଘର ପାଲଟିଛି । ଏହି ରାସ୍ତାରେ ଲୋକେ ପ୍ରତିଦିନ ଯିବାଆସିବା କରୁଛନ୍ତି।  କଟକ ଜିଲ୍ଲା ବଡ଼ମ୍ୱା ବ୍ଲକ ପଦ୍ମନାଭପୁର ଗାଁ। ଗାଁର ୮, ୯ ଏବଂ ୧୦ ନଂ ଓ୍ବାର୍ଡରେ ଡ୍ରେନେଜ ସମସ୍ୟା ଲାଗି ରହିଛି। ପିରବଳ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଛି। ବର୍ତ୍ତମାନ ବର୍ଷା ଛାଡ଼ିଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ପାଣି ଜମିରହି ସମସ୍ୟା ସୃଷ୍ଟି କରୁଛି। ଗୋପପୁର ପଞ୍ଚାୟତ ଅଧିନରେ ଏହି ଗାଁ ଆସୁଥିଲେ ମଧ୍ୟ ଲୋକଙ୍କ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ।

ସେହିପରି ଗାଁର ହରିଜନ ସାହିକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ମାଟି କାଦୁଅ ରାସ୍ତାରେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି। ଡ୍ରେନେଜ ସମସ୍ୟାର ସମାଧାନ ପରାଇଁ ବିଭାଗୀୟ ଅଦିକାରୀ ଅର୍ଥ ମଞ୍ଜୁର କରିଥିବା ବେଳେ ତାର କାମ ଆରମ୍ଭ ହୋଇନଥିବାରୁ ଜନ ଅସନ୍ତୋଷ ବଢ଼ିଛି।

Also Read

ସେହିଭଳି ରାସ୍ତା ସମସ୍ୟା ଥିବାରୁ ଜନ ଅସନ୍ତୋଷ ରହିଛି। ଏନେଇ ସରପଞ୍ଚ ପ୍ରତିନିଧି କହିଛନ୍ତି ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ପାଣ୍ଠିରୁ ଡ୍ରେନେଜ ପାଇଁ ୯ଲକ୍ଷ ୯୦ ହଜାର ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ପାଇଁ ପଞ୍ଚାୟତରୁ ଅର୍ଥ ମଞ୍ଜୁର ହୋଇଛି। ତୁରନ୍ତ କାମ ତ୍ବରାନିତ କରାଯିବ ।

ଓଟିଭି ବିଜ୍ଞାପନ

Scroll to Top