କୁଆଡ଼େ ଗଲେ ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ ? ୧୦ ଦିନ ପରେ ବି ଶୁଭମିତ୍ରାଙ୍କ ପତ୍ତା ମିଳୁନି। ସେପଟେ ଶୁଭମିତ୍ରାଙ୍କୁ ଖୋଜିଖୋଜି ନୟାନ୍ତ ହେଲେଣି ତାଙ୍କ ବାପା। ଝିଅକୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି। ଶୁଭମିତ୍ରା ଯେଉଁ ଠି ବି ଅଛନ୍ତି ସେ ସୁରକ୍ଷିତ ଫେରି ଆସିବା ପାଇଁ କହିଛନ୍ତି ତାଙ୍କ ବାପା।
Credit: OTV
traffic constable missing
ଭୁବନେଶ୍ବର : କୁଆଡ଼େ ଗଲେ ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ ? ୧୦ ଦିନ ପରେ ବି ଶୁଭମିତ୍ରାଙ୍କ ପତ୍ତା ମିଳୁନି। ସେପଟେ ଶୁଭମିତ୍ରାଙ୍କୁ ଖୋଜିଖୋଜି ନୟାନ୍ତ ହେଲେଣି ତାଙ୍କ ବାପା। ଝିଅକୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି। ଶୁଭମିତ୍ରା ଯେଉଁ ଠି ବି ଅଛନ୍ତି ସେ ସୁରକ୍ଷିତ ଫେରି ଆସିବା ପାଇଁ କହିଛନ୍ତି ତାଙ୍କ ବାପା। ଝିଅ ସମ୍ପର୍କରେ ପରିବାର ଲୋକଙ୍କୁ ପୋଲିସ କିଛି ବି ଖବର ଦେଉନଥିବା ସେ ଅଭିଯୋଗ କରିଛନ୍ତି। ଶୁଭମିତ୍ରାଙ୍କ ଘର ପାରାଦୀପରେ ହୋଇଥିବା ବେଳେ ସେ ଭୁବନେଶ୍ବରରେ ଟ୍ରାଫିକ୍ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ଗତ ୬ ତାରିଖରେ କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ଶୁଭମିତ୍ରା ନିଖୋଜ ହୋଇଯାଇଛନ୍ତି।
ନିଖୋଜ ଝିଅକୁ ଉଦ୍ଧାର କରିବାକୁ ଗୁହାରୀ ହେଉଛନ୍ତି ପରିବାର। ପୋଲିସ ସୋସିଆଲ ମିଡିଆରେ ଫଟୋ ଛାଡି ଚୁପ ବସିଛି । ସେପଟେ ଶୁଭମିତ୍ରା ଙ୍କ ବାପା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସିପି ଅଫିସରେ ଆକାଉଣ୍ଟସ୍ ସେକ୍ସନରେ କାମ କରୁଥିବା ଜଣେ ଯୁବକଙ୍କ ଉପରେ ତାଙ୍କର ସନ୍ଦେହ ଅଛି । ତାଙ୍କୁ ଆଣି ପଚରାଉଚରା କରିବାକୁ ତାଙ୍କ ବାପା ଦାବି କରିଛନ୍ତି। କିନ୍ତୁ ପୋଲିସ ତାଙ୍କ କଥା ଶୁଣୁନଥିବା କ୍ଷୋଭ ର ସହ କହିଛନ୍ତି ଶୁଭମିତ୍ରା ଙ୍କ ବାପା ।
ସିପି ଓ ଡିସିପିଙ୍କୁ ଭେଟିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ରୁ ଆଜି ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତିଙ୍କୁ ଭେଟି ଦାବିପତ୍ର ଜଣାଇଛନ୍ତି ପରିବାର ଲୋକେ ।
- Reported by:
- CHANDAN PAIKRAY





