Urea Crisis : ସରୁନି ସାର ଟେନସନ

urea-crisis-:-ସରୁନି-ସାର-ଟେନସନ

ସାର ବସ୍ତାଏ ପାଇଁ ରାତିରୁ ଲାଗିଛି ଲାଇନ୍। ଆସିକା ମଙ୍ଗଳପୁର ସୋସାଇଟି ଆଗରେ ଲାଇନ୍ ଲଗାଇ ଶତାଧିକ ଚାଷୀ ଛିଡ଼ା ହୋଇଥିବା ନଜରକୁ ଆସିଛି । ସୋସାଇଟି ବାହାର ଯାଏଁ ଅର୍ଥାତ ରାସ୍ତା ଉପର ୫୦୦ ମିଟର୍ ଯାଏଁ ଧାଡ଼ିରେ ଛିଡ଼ା ହୋଇ ଚାଷୀ ସାର ପାଇଁ ଅପେକ୍ଷା କରିଥିଲେ। ଦୁଇ ଦିନ ତଳେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥିତି ଯାଞ୍ଚ କରିଥିଲେ। ତଥାପି ସମସ୍ୟା ସମାଧାନ ହୋଇପାରିନି।

Jnanadarsi Sahoo

  • Published: Monday, 15 September 2025
  • Last updated: 15 September 2025, 12:13 PM IST

Long lines for fertilizerCredit: OTV

Long lines for fertilizer

ସାର ପାଇଁ ଲମ୍ବା ଲାଇନ୍। ଜଗି ଜଗି ହନ୍ତସନ୍ତ ଚାଷୀ। ପଶ୍ଚିମ ଓଡ଼ିଶା ପରେ ଏବେ ଦକ୍ଷିଣ ଓଡ଼ିଶାରେ ବି ସମାନ ସ୍ଥିତି। କୋରାପୁଟ ନାରାୟଣପାଟଣା ସେବା ସମବାୟ ସମିତି ଆଗରେ ସାର ନେବାକୁ ପ୍ରବଳ ଭିଡ଼ ଜମାଇଛନ୍ତି ଚାଷୀ। ବସ୍ତାଏ ୟୁରିଆ ସାର ପାଇଁ ବଢ଼ି ଭୋର୍ ରୁ ଆସିଛନ୍ତି। ହେଲେ ନା ସାର ମିଳୁଛି ନା ଭିଡ଼ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ହୋଇଛି। ଦୁଇ ଦିନ ତଳେ ଏଠି ସାର ପାଇଁ ଚାଷୀ ରାତିରେ ଧାରଣାରେ ବସିଥିଲେ। ତଥାପି ସମସ୍ୟା ଏବେ ଯାଏଁ ସମାଧାନ ହେଇପାରିଲାନି। ସେପଟେ ଘଟଣାକୁ ନେଇ ନାରାୟଣପାଟଣା ସେବା ସମବାୟ ସମିତି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

Also Read

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ବି ଲାଗି ରହିଛି ସାର ସମସ୍ୟା। ସାର ବସ୍ତାଏ ପାଇଁ ରାତିରୁ ଲାଗିଛି ଲାଇନ୍। ଆସିକା ମଙ୍ଗଳପୁର ସୋସାଇଟି ଆଗରେ ଲାଇନ୍ ଲଗାଇ ଶତାଧିକ ଚାଷୀ ଛିଡ଼ା ହୋଇଥିବା ନଜରକୁ ଆସିଛି । ସୋସାଇଟି ବାହାର ଯାଏଁ ଅର୍ଥାତ ରାସ୍ତା ଉପର ୫୦୦ ମିଟର୍ ଯାଏଁ ଧାଡ଼ିରେ ଛିଡ଼ା ହୋଇ ଚାଷୀ ସାର ପାଇଁ ଅପେକ୍ଷା କରିଥିଲେ। ଦୁଇ ଦିନ ତଳେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥିତି ଯାଞ୍ଚ କରିଥିଲେ। ତଥାପି ସମସ୍ୟା ସମାଧାନ ହୋଇପାରିନି। 

Scroll to Top