BJD Protest : ସାର ପାଇଁ ବିଜେଡିର ହଲ୍ଲାବୋଲ

bjd-protest-:-ସାର-ପାଇଁ-ବିଜେଡିର-ହଲ୍ଲାବୋଲ

ସାର ସଙ୍କଟକୁ ନେଇ ବିରୋଧ ବିଜେଡ଼ି ପକ୍ଷରୁ କରାଯାଇଛି ବିକ୍ଷୋଭ। ରାଜଭବନ ସମ୍ମୁଖରେ ବିଜେଡ଼ି କରିଛି ପ୍ରତିବାଦ। ଚାଷୀ ସାର ନ ପାଇ ଚିନ୍ତାରେ, କିନ୍ତୁ ସରକାର କହୁଛନ୍ତି ସାର ପର୍ଯ୍ୟାପ୍ତ ପରିମାଣରେ ଅଛି। ଏନେଇ ଦଳର ସମସ୍ତ ଛାମୁଆ ସଂଗଠନ ସହ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଦାବି ଜଣାଛନ୍ତି।

Jnanadarsi Sahoo

  • Published: Monday, 15 September 2025
  • Last updated: 15 September 2025, 12:50 PM IST

BJD holds protest against fertilizer crisisCredit: OTV

BJD holds protest against fertilizer crisis

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ସାର ସଙ୍କଟ। ଆଉ ଏହି ସାର ସଙ୍କଟକୁ ନେଇ ବିରୋଧ ବିଜେଡ଼ି ପକ୍ଷରୁ କରାଯାଇଛି ବିକ୍ଷୋଭ। ରାଜଭବନ ସମ୍ମୁଖରେ ବିଜେଡ଼ି କରିଛି ପ୍ରତିବାଦ। ଚାଷୀ ସାର ନ ପାଇ ଚିନ୍ତାରେ, କିନ୍ତୁ ସରକାର କହୁଛନ୍ତି ସାର ପର୍ଯ୍ୟାପ୍ତ ପରିମାଣରେ ଅଛି। ଏନେଇ ଦଳର ସମସ୍ତ ଛାମୁଆ ସଂଗଠନ ସହ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଦାବି ଜଣାଛନ୍ତି। ଏକ ବିରାଟ ରାଲି କରି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି। ଏଥିସହ ତୁରନ୍ତ ସାର ସଙ୍କଟର ସମାଧାନ ପାଇଁ ଦାବି କରିଛି। ସେପଟେ ବିଜେଡି ରାଲି କରି ରାଜଭବନ ଆଡ଼କୁ ଯାଉଥିବା ବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୋଲିସ ସହ ଦଳର ନେତାଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ବ୍ୟାରିକେଡକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିଜେଡି ନେତା। ସେପଟେ ସରକାରଙ୍କୁ ସିଧା ଟାର୍ଗେଟ କରିବା ସହ ଏଥିପାଇଁ ବଡ ଷଡଯନ୍ତ୍ର ହୋଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଜେଡିର ଏଭଳି ଅଭିଯୋଗକୁ ଭିତ୍ତିହୀନ କହିବା ସହ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ସାର ମହଜୁଦ ଥିବା କହିଛନ୍ତି ବିଜେପି ମୁଖପାତ୍ର ମନୋଜ କୁମାର ମହାପାତ୍ର।

Also Read

ସେପଟେ ରାଜ୍ୟର କୋରାପୁଟ, ଗଜପତି, ଗଞ୍ଜାମର ବିଭିନ୍ନ ସ୍ଥାନରେ ଏବେ ବି ଲାଗି ରହିଛି ସାର ସଙ୍କଟ। ବସ୍ତାଏ ସାର ପାଇଁ ଲମ୍ବା ଧାଡିରେ ଛିଡା ହୋଇ ରହୁଛନ୍ତି ଚାଷୀ। 

ଓଟିଭି ବିଜ୍ଞାପନ

Scroll to Top