Disha Patani: ବିପଦରେ ଦିଶାଙ୍କ ଜୀବନ! ଆଜି ପୁଣି ଗୁଳିମାଡ

disha-patani:-ବିପଦରେ-ଦିଶାଙ୍କ-ଜୀବନ!-ଆଜି-ପୁଣି-ଗୁଳିମାଡ

ବରେଲି ସହରରେ ଥିବା ଦିଶା ପଟାନିଙ୍କ ଘର ଉପରକୁ ଗତ କାଲି ଗୁଳିମାଡ଼ ହୋଇଥିବା ବେଳେ ଆଜି ପୁଣି ଗୁଳିମାଡ କରାଯାଇଛି। ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ନେଇ ବିବାଦ ଦେଖାଯାଇଛି।

Chinmayee Sahoo

  • Published: Sunday, 14 September 2025
  • Last updated: 14 September 2025, 02:59 PM IST

Disha PataniCredit: OTV

ଦିଶା

ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ। ଉତ୍ତର ପ୍ରଦେଶ ବରେଲି ସହରରେ ଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଗ୍ୟାଙ୍ଗ ନିଜକୁ ଦାୟୀ କରିଛି । ଏହି ମାମଲାରେ ଅଭିନେତ୍ରୀ ଦିଶା ପଟାନିଙ୍କ ବାପା କହିଛନ୍ତି ଯେ ପରିବାରର ସମସ୍ତ ସଦସ୍ୟ ଘରେ ଥିବା ବେଳେ ଗତ ରାତିରେ ଏଭଳି ଗୁଳିମାଡ ହୋଇଛି। ଦିଶା ପଟାନୀଙ୍କ ବାପା ଜଗଦିଶ ସିଂ ପଟାନୀ ଜଣେ ଅବସରପ୍ରାପ୍ତ ଡିଏସପି। ତାଙ୍କ କହିବା କଥା ବିଦେଶୀ ବନ୍ଧୁକରେ ତାଙ୍କ ଘର ଉପରକୁ ଗୁଳି ମାଡ ହୋଇଛି। ଏଥିସହ ପ୍ରେମାନନ୍ଦ ମହାରାଜଙ୍କ ସହିତ ବିବାଦ ମାମଲାରେ କାହାର ମନକୁ ଯଦି ବ୍ୟଥିତ କରିଛି, ସେଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ଅପରପକ୍ଷରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ପାଞ୍ଚଟି ଟିମ ଗଠନ କରାଯାଇଛି ।

ଗତ କାଲି ମଧ୍ୟ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳି ମାଡ କରିଥିଲେ ଦୁବୃର୍ତ୍ତ। ଉତ୍ତରପ୍ରଦେଶର ବରେଲିର ସିଭିଲ ଲାଇନ୍ସରେ ଥିବା ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ବାହାରେ ଅନେକ ଗୁଳି ଚାଳନା କରାଯାଇଥିଲା। ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଅଭିନେତ୍ରୀଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଏହି ଘଟଣା ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟ ସହିତ ଜଡିତ। ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ କରାଯାଇଥିବା ଦୁର୍ବୃତ୍ତ ଦାବି କରିଥିଲେ।। ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗୋଲ୍ଡି ବ୍ରାର ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରେ ହୋଇଥିବା ଗୁଳିମାଡରେ ନିଜକୁ ଦାୟୀ କରିଥିଲା।

ଅଧିକ ପଢନ୍ତୁ: ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ଦିଶା ପଟାନୀ, ଅଭିନେତ୍ରୀଙ୍କ ଘରକୁ ଗୁଳିମାଡ

Also Read

ଓଟିଭି ବିଜ୍ଞାପନ

Scroll to Top