Illicit Affair Suspicion : ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ, ନିସ୍ତୁକ ମାଡ଼ ମାରିଲେ…ମହିଳା ଓ ଦୁଇ ଯୁବକଙ୍କ ଉପରେ ବର୍ଷିଲା ବିଧା-ଗୋଇଠା

illicit-affair-suspicion-:-ବିଦ୍ୟୁତ-ଖୁଣ୍ଟରେ-ବାନ୍ଧିଲେ,-ନିସ୍ତୁକ-ମାଡ଼-ମାରିଲେ…ମହିଳା-ଓ-ଦୁଇ-ଯୁବକଙ୍କ-ଉପରେ-ବର୍ଷିଲା-ବିଧା-ଗୋଇଠା

ଫୈସଲା ଅନ୍‌ ଦା ସ୍ପଟ୍‌। ସନ୍ଦେହ, ପରେ ହେଲା ସିଧା ଆକ୍ସନ। ଗାଁ ମଝିରେ ବସିଲା କଙ୍ଗାରୁ କୋର୍ଟ। ପରକୀୟା ପ୍ରୀତି ସନ୍ଦେହରେ ସୈତାନ ପାଲଟିଗଲେ ପରିବାର ଓ ଗାଁ ଲୋକେ। ରାସ୍ତା ମଝିରେ ଜୋର ଜବରଦସ୍ତି ମହିଳା ଓ ଦୁଇ ଯୁବକଙ୍କୁ ଅଟକାଇଲେ। ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ। ଆଉ ଅମାନୁଷିକ ଭାବେ ବର୍ଷାଇ ଚାଲିଲେ ବିଧା ଗୋଇଠା।

Manasranjan Mohanty

  • Published: Sunday, 14 September 2025
  • Last updated: 14 September 2025, 02:02 PM IST

Brutal BeatingCredit: OTV

Brutal Beating

ଫୈସଲା ଅନ୍‌ ଦା ସ୍ପଟ୍‌। ସନ୍ଦେହ, ପରେ ହେଲା ସିଧା ଆକ୍ସନ। ଗାଁ ମଝିରେ ବସିଲା କଙ୍ଗାରୁ କୋର୍ଟ। ପରକୀୟା ପ୍ରୀତି ସନ୍ଦେହରେ ସୈତାନ ପାଲଟିଗଲେ ପରିବାର ଓ ଗାଁ ଲୋକେ। ରାସ୍ତା ମଝିରେ ଜୋର ଜବରଦସ୍ତି ମହିଳା ଓ ଦୁଇ ଯୁବକଙ୍କୁ ଅଟକାଇଲେ। ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ। ଆଉ ଅମାନୁଷିକ ଭାବେ ବର୍ଷାଇ ଚାଲିଲେ ବିଧା ଗୋଇଠା। ଯିଏ ପାରିଲା ସିଏ ପିଟିଲା। ବିନା ଡରରେ ଯିଏ ପାରିଲା ସିଏ ଆଇନ ହାତକୁ ନେଲା।

ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁ। ସେପ୍ଟେମ୍ବର ୧୨ ତାରିଖ, ଶୁକ୍ରବାର। ମହିଳା ଜଣକ ହାଟରୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ । ସଉଦା କରିବାରେ ସାହାଯ୍ୟ କରିବା ଲାଗି ନିକଟସ୍ଥ କାଶୀପାଳ ଗାଁର ଦୁଇଜଣ ସମ୍ପର୍କୀୟ ଦିଅରଙ୍କୁ ଡାକିଥିଲେ । ଅପରାହ୍ନ ୪ ଟା। ଏକ ବାଇକ ଯୋଗେ ତିନି ଜଣ ଗାଁକୁ ଫେରି ଆସିଥିଲେ । ଏତିକି ବେଳେ ହଠାତ୍‌ ମାଡି ଆସିଥିଲେ ମହିଳାଙ୍କ ପରିବାର ଓ ଗାଁ ଲୋକେ। ତିନି ଜଣଙ୍କୁ ରାସ୍ତା ମଝିରେ ଅଟକାଇଥିଲେ। ନିକଟସ୍ଥ ଏକ ପଡିଆକୁ ନେଇ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ବିଧା ଗୋଇଠା ସହ ଠେଙ୍ଗା, ବାଡ଼ି ଏବଂ ଚପଲରେ ନିସ୍ତୁକ ପିଟିଥିଲେ । ସନ୍ଧ୍ୟା ସମୟରେ ଖବର ପାଇ ଯଶିପୁର ପୋଲିସ ଲୋକଙ୍କଠାରୁ ତିନି ଜଣଙ୍କୁ ଉଦ୍ଧାର କରିଛି। ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Also Read

ଥାନାରେ ମାମଲା ରୁଜୁ ହୋଇଛି । ପୂରା ମାମଲାର ତଦନ୍ତ ଜାରି ରହିଛି। ପରକୀୟା ପ୍ରିତୀ ସନ୍ଦେହ କରି ଗାଁ ଲୋକେ ଓ ପରିବାର ଲୋକେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ଯଦି କିଛି ଏଭଳି କିଛି ଅଭିଯୋଗ ଥିଲା ତାହା ହେଲେ ଥାନାରେ ଜଣାଇବାର ଥିଲା। କିନ୍ତୁ ଆଇନକୁ ନିଜ ହାତରେ ନେଇଯିବା ଏକ ଦଣ୍ଡନୀୟ ଅପରାଧ।

ଓଟିଭି ବିଜ୍ଞାପନ

Scroll to Top