ଲଣ୍ଡନରେ ହୋଇଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ। ଗଣପତି ବପ୍ପା ମୋରିୟା ନାରାରେ କମ୍ପିଛି ବିଦେଶ। ଗଜାନନଙ୍କ ଆଗମନକୁ ଧୁମଧାମରେ ପାଳନ କରାଯାଇଛି ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିରେ।
ଲଣ୍ଡନରେ ହୋଇଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ। ଗଣପତି ବପ୍ପା ମୋରିୟା ନାରାରେ କମ୍ପିଛି ବିଦେଶ। ଗଜାନନଙ୍କ ଆଗମନକୁ ଧୁମଧାମରେ ପାଳନ କରାଯାଇଛି ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିରେ। ସକାଳୁ ପ୍ରଭୁ ଗଣେଶଙ୍କ ମୁଣ୍ମୟୀ ମୂର୍ତିରେ ପ୍ରାଣପ୍ରତିଷ୍ଠା, ଆବାହନ ଓ ହୋମ ପୂଜା କରାଯାଇଥିଲା। ପରେ ପରେ ସମସ୍ତ ଶ୍ରଦ୍ଧାଳୁମାନେ ଆଳତୀ ଓ ପୁଷ୍ପାଞ୍ଜଳି ଅର୍ପଣ କରି ଆଶିଷ ଲାଭ କରିଥିଲେ। ଆଜିକୁ ଦୀର୍ଘ ୨୦ ବର୍ଷ ଧରି ଏହି ଉତ୍ସବ, ପୂଜା ଓ ପରଂପରା ଉଦଜୀବିତ ରହିଛି।
ଚଳିତ ବର୍ଷ ଗଣେଶ ପୂଜାରେ ସାମିଲ ହେବାପାଇଁ ଇଂଲଣ୍ଡ, କାନାଡା, ଆମେରିକା, ସିଂଗାପୁର, ଦୁବାଇ, ନେଦରଲାଣ୍ଡ, ସ୍କଟ୍ଲ୍ୟାଣ୍ଡ ଓ ଜର୍ମାନୀରୁ ବହୁ ପ୍ରବାସୀ ଓଡିଆ ଯୋଗଦେଇଥିଲେ। ଆଉ ଗଜାନନଙ୍କୁ ସ୍ୱାଦିଷ୍ଟ ମୋଦକ ଓ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଗକରିଥିଲେ। ଏହା ସହ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ଗଣେଶଙ୍କ ନୃତ୍ୟ, ସଂଗୀତ ଓ ଭଜନ ଗାଇଥିଲେ। ଏହି ଅବସରରେ ବାଥ୍ ସିଟିର ମେୟର ରୋବ୍ ଆପୋଲିୟା ଏବଂ ଲଣ୍ଡନ କାଉନସିଲିର ସଦସ୍ୟମାନେ ଯୋଗଦେଇଥିଲେ। ରବିବାର ଶୋଭାଯାତ୍ରା ସହ ଗଣେଶ ବିସର୍ଜ କରାଯାଇଥିଲା । ସମସ୍ତେ ଗଣପତି ବାପା ମୈରିୟୋ ଗୀତରେ ଗଜାନନଙ୍କୁ ବିଦାୟ ଦେଇଥିଲେ ।
Also Read
ଏହି ମହାଉତ୍ସବ କାର୍ଯ୍ୟକ୍ରମ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଇଥିଲା। ସମସ୍ତ ଭକ୍ତଙ୍କ ପାଇଁ ସୁସ୍ମିତାସ୍ ଡଟ୍ ୟୁକେ ତରଫରୁ ଓଡିଆ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଓଡିଆ ଖାଦ୍ୟ ଖାଇ ଓ ସମ୍ବଲପୁରୀ ଶାଢୀ ପିନ୍ଧି ବିଦେଶୀ ମାନେ ବେଶ୍ ଆନନ୍ଦିତ ହୋଇଥିଲେ। ଏହିପରି ଭାବରେ ଓଡିଆ ସଂସ୍କୃତିର ପ୍ରଚାର ହେବାସହ ବାଥ୍ ସହର ଏକପ୍ରକାର ଛୋଟ ଓଡିଶା ଭାବେ ଦେଖାଦେଇଛି ବୋଲି ସେଠାରେ ରହୁଥିବା ପ୍ରବାସୀ ଓଡିଆ ସଲିଳ ଦାଶ, ସବିତା ପଂଡା ଓ ବିଶ୍ୱାଶିଷ ଗନ୍ତାୟତ କହିଛନ୍ତି । କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ ।




