ରାଜ୍ୟରେ ଆଉ ହୋଇ ପାରିବନି ବେଆଇନ୍ ଏଗ୍ରିମେଣ୍ଟ, ଡିଡ୍ କି ଜମି ରେଜିଷ୍ଟ୍ରେସନ। ଏହାକୁ ରୋକିବା ସହ ରାଜସ୍ବ କ୍ଷତି ଅଟକାଇବାକୁ ଅଣ୍ଟା ଭିଡ଼ିଛି ଆଇନ ବିଭାଗ। ରାଜ୍ୟରେ ଦେଢଗୁଣା ନୂଆ ନୋଟାରୀ ନିଯୁକ୍ତି ସହ ସ୍ବତନ୍ତ୍ର ଆପ୍ ଜରିଆରେ ନୋଟାରି ଓ ଓକିଲଙ୍କ ନିୟମିତ କାର୍ଯ୍ୟ ବିବରଣୀ ଦାଖଲ କରିବାକୁ ହୋଇଛି ବଡ଼ ନିଷ୍ପତ୍ତି।
ରାଜସ୍ବ କ୍ଷତି ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଆଇନ ବିଭାଗ ନେଲା କଠୋର ନିଷ୍ପତ୍ତି । ଆଉ ହୋଇ ପାରିବନି ବେଆଇନ୍ ଏଗ୍ରିମେଣ୍ଟ, ଡିଡ୍ କି ଜମି ରେଜିଷ୍ଟ୍ରେସନ । ଅନଲାଇନରେ ଉପଲବ୍ଧ ହେବ ଓକିଲ ଏବଂ ନୋଟାରୀଙ୍କ ସମ୍ପୂର୍ଣ୍ଣ ଡାଟାବେସ୍ ।
ଆହୁରି ଦେଢଗୁଣା ନୋଟାରୀ ନିଯୁକ୍ତି ସହ ସ୍ବତନ୍ତ୍ର ଆପ୍ ଜରିଆରେ ସେମାନଙ୍କ ନିୟମିତ କାର୍ଯ୍ୟ ବିବରଣୀ ଦାଖଲ କରିବାକୁ ହୋଇଛି ନିଷ୍ପତ୍ତି। ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍କର୍ସ ଅନୁସାରେ- ଏଣିକି ୱେବ୍ ପୋର୍ଟାଲ ଜରିଆରେ ସବୁ ନୋଟାରୀ ଓ ଆଇନଜୀବୀ ସୋମନଙ୍କ ସମସ୍ତ କାର୍ଯ୍ୟ ବିବରଣୀ ଆଉ ବର୍ଷକରେ ଥରେ ନକରି ନିୟମିତ ଭାବେ ଦାଖଲ କରିବେ।
ରେଜିଷ୍ଟର ସହ ମୋବାଇଲ୍ ଆପ ଜରିଆରେ ସବୁ ଏଗ୍ରିମେଣ୍ଟ, ଲିଜ୍ ରେକର୍ଡ ଅପଲୋଡ କରିବା ବାଧ୍ୟତାମୂଳକ ହେବ । ଫଳରେ ଦୈନଦିନ ଗୁରୁତ୍ବପୂର୍ଣ୍ଣ ସରକାରୀ ତଥ୍ୟ ଯେମିତିକି ଏଗ୍ରିମେଣ୍ଟଠୁ ଆରମ୍ଭକରି ଜମିବାଡି ରେଜିଷ୍ଟ୍ରେସନ ପର୍ଯ୍ୟନ୍ତ ସବୁକିଛି ସହଜରେ ଉପଲବ୍ଧ ହୋଇପାରିବ। ବଡକଥା ହେଲା ବେଇନ କାରବାର ରୋକାଯିବା ସହ ରାଜସ୍ବକ୍ଷତି ରୋକିବାରେ ଏହା ସହାୟକ ହେବ ଓ ଏ ୱେବ ପୋର୍ଟାଲ ପ୍ରସ୍ତୁତ ପାଇଁ ୧୫ ରୁ ୨୦ ଦିନ ସମୟ ଲାଗିବ ବୋଲି କହିଛନ୍ତି ଆଇନମନ୍ତ୍ରୀ।
Also Read
ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ କୋର୍ଟ କଚେରିରେ ଅଛନ୍ତି ପ୍ରାୟ ୬୫୦ ନୋଟାରୀ ଓ ୬୫ ହଜାର ଆଇନଜୀବୀ। ଏତେ କମ୍ ସଂଖ୍ୟକ ନୋଟାରୀଙ୍କ ଯୋଗୁଁ ସାଧାରଣ ଲୋକଙ୍କ କାର୍ଯ୍ୟ ବିଳମ୍ବ ହେଉଛି। ତେଣୁ ଏ ସଂଖ୍ୟାକୁ ଆହୁରି ଦେଢଗୁଣା କରିବାକୁ ଲକ୍ଷ୍ୟ ରଖିଛି ଆଇନ ବିଭାଗ। କିପରି ଜାଲ୍ କୋର୍ଟ ପେପରରେ ଏଗ୍ରିମେଣ୍ଟ ଓ ରେଜିଷ୍ଟ୍ରେସନକୁ ରୋକା ଯାଇ ପାରିବ ସେଥିପାଇଁ ନୋଟାରୀମାନଙ୍କୁ ତାଲିମ ପ୍ରଦାନ କରାଯିିବାକୁ ବି ନିଷ୍ପତ୍ତି ହୋଇଛି। ଯାହାକୁ ସ୍ବାଗତ କରିଛନ୍ତି ନୋଟାରୀ, ଆଇନଜୀବୀ ଓ ସାଧାରଣ ଲୋକେ।…
ଏବେ ଅପେକ୍ଷା କେତେଶୀଘ୍ର କାର୍ଯ୍ୟକାରୀ ହେଉଛି ଅନଲାଇନ୍ ୱେବ୍ ପୋର୍ଟାଲରେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ୍ ପଞ୍ଜିକରଣ ବ୍ୟବସ୍ଥା। ଯାହାଫଳରେ କୋର୍ଟ କଚେରୀ କାମରେ ଜାଲିଆତି ରୋକିବାରେ ସଫଳ ହେଉଛନ୍ତି ସରକାର।




