Smartphone: ଛାଡିଯିବ ଦାମୀ ଫୋନ ଧରିବା ନିଶା, EMI ନ ସୁଝିଲେ ଲକ୍ ହୋଇଯିବ ଫୋନ

smartphone:-ଛାଡିଯିବ-ଦାମୀ-ଫୋନ-ଧରିବା-ନିଶା,-emi-ନ-ସୁଝିଲେ-ଲକ୍-ହୋଇଯିବ-ଫୋନ

ଲୋନ୍ ନେଇ ଫୋନ୍ କିଣୁଥିଲେ ସାବଧାନ ! ଛାଡିଯିବ ଦାମୀ ଫୋନ ଧରିବା ନିଶା । ଲୋନ ନ ସୁଝିଲେ ଲକ୍ ହୋଇଯିବ ଫୋନ । ଯେତେ ଯାହା କଲେ ଚାଲିବ ନାହିଁ । ଆଜିର EMI ଯୁଗରେ ବିନା ଟଙ୍କାରେ ଦାମୀ ସ୍ମାର୍ଟଫୋନ୍ କିଣିବା ଭାରି ସହଜ । ଜିରୋ ଡାଉନ ପେମେଣ୍ଟରେ ବି କିଣି ହେଉଛି ମହଙ୍ଗା ଫୋନ୍ । କିନ୍ତୁ ଅନେକ ଗ୍ରାହକ ଲୋନ୍ ନେବା ପରେ ସୁଝୁନଥିବା ଦେଖାଯାଉଛି । ଏଥିପାଇଁ ସମସ୍ୟାରେ ପଡୁଛନ୍ତି ଋଣଦାତା କମ୍ପାନୀ ଓ ବ୍ୟାଙ୍କ । ତେଣୁ ଲୋନ୍‌ରେ ଫୋନ କିଣିବା ପରେ ଲୋନ ପରିଶୋଧ କରୁନଥିବା ଲୋକଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ।

Manasranjan Mohanty

  • Published: Saturday, 13 September 2025
  • Last updated: 13 September 2025, 04:53 PM IST

SMARTPHONECredit: OTV

SMARTPHONE

ଆଜିର EMI ଯୁଗରେ ଟଙ୍କା ନଦେଇ ଦାମୀ ଫୋନ୍ କିଣିବା ଭାରି ସହଜ । ଜିରୋ ଡାଉନ ପେମେଣ୍ଟରେ ବି କିଣି ହେଉଛି ମହଙ୍ଗା ଫୋନ୍ । କିନ୍ତୁ ଅନେକ ଗ୍ରାହକ ଲୋନ୍ ନେବା ପରେ ସୁଝୁନଥିବା ଦେଖାଯାଉଛି । ଏଥିପାଇଁ ସମସ୍ୟାରେ ପଡୁଛନ୍ତି ଋଣଦାତା କମ୍ପାନୀ ଓ ବ୍ୟାଙ୍କ ।

ତେଣୁ EMI ବା ଲୋନ୍‌ରେ ଫୋନ କିଣିବା ପରେ ଲୋନ ପରିଶୋଧ କରୁନଥିବା ଲୋକଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଲୋନ୍‌ରେ ନିଆଯାଉଥିବା ଫୋନ୍‌କୁ ଏବେ ଦୂରରୁ ଲକ୍‌ କରିପାରିବେ ଫାଇନାନ୍ସ କମ୍ପାନୀ ଏବଂ ବ୍ୟାଙ୍କ । ଋଣଦାତାଙ୍କୁ ଏହି ଅନୁମତି ଦେବାକୁ ବିଚାର କରୁଛି RBI ।

ଲୋନ ନେବା ସମୟରେ ଫୋନରେ ଏକ ଆପ୍ ଇନଷ୍ଟଲ ହେବ । ଏହା ଡିଭାଇସକୁ ଲକ୍ କରିବାକୁ ଉଦ୍ଧିଷ୍ଟ । ଉକ୍ତ ଆପ୍ ମାଧ୍ୟମରେ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀଗୁଡିକ ଦୂରରେ ଥାଇ ବି ଲୋନରେ ନିଆଯାଇଥିବା ଫୋନକୁ ଲକ୍ କରିପାରିବେ ।

Also Read

ନିୟମ ଅନୁସାରେ ଫୋନ ଲକ୍ କରିବା ପୂର୍ବରୁ ଋଣଗ୍ରହୀତାଙ୍କୁ ପ୍ରାକ୍ ସୂଚନା ଦିଆଯିବ । ଗ୍ରାହକଙ୍କ ଡାଟା ଯେମିତି ସୁରକ୍ଷିତ ରହିବ ତା’ ଉପରେ ବି ଧ୍ୟାନ ଦିଆଯିବ । ଏପରି ବ୍ୟବସ୍ଥା ଆଣି ରିଜର୍ଭ ବ୍ୟାଙ୍କ ଲୋନ୍ ଆଦାୟ ପାଇଁ ଋଣଦାତାଙ୍କୁ ଅଧିକ କ୍ଷମତା ଦେବା ସହ ଲୋନକର୍ତ୍ତାଙ୍କ ମୋବାଇଲ ଡାଟାକୁ ମଧ୍ୟ ସୁରକ୍ଷିତ ରଖିପାରିବ ।

ଓଟିଭି ବିଜ୍ଞାପନ

Scroll to Top