Bomb Threat Email: ଧମକ ପରେ ଅଧାରେ ଅଟକିଗଲା କୋର୍ଟ କାର୍ଯ୍ୟ, ଦିଲ୍ଲୀ ଓ ବମ୍ବେ ଉଚ୍ଚ ନ୍ୟାୟାଳୟକୁ ଧମକପୂର୍ଣ୍ଣ ମେଲ୍

bomb-threat-email:-ଧମକ-ପରେ-ଅଧାରେ-ଅଟକିଗଲା-କୋର୍ଟ-କାର୍ଯ୍ୟ,-ଦିଲ୍ଲୀ-ଓ-ବମ୍ବେ-ଉଚ୍ଚ-ନ୍ୟାୟାଳୟକୁ-ଧମକପୂର୍ଣ୍ଣ-ମେଲ୍

୩ଟି କୋର୍ଟରୁମ୍ ରେ ୩ଟି ବୋମା ଖଞ୍ଜାଯାଇଥିବା ତାସହ ବିଚାରପତିଙ୍କୁ ଟାଗେର୍ଟ କରାଯିବ ବୋଲି ମେଲରେ ଲେଖାଥିଲା। ବାସ୍ ଏହାପରେ ଦିଲ୍ଲୀ ପୋଲିସ୍, ବମ୍ ସ୍କ୍ବାଡ୍ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ ପରେ କୋର୍ଟ ରୁମ୍ ରୁ ବିଚାରପତି, ଓକିଲଙ୍କୁ ବାହାର କରିଥିଲା ।

ହଠାତ୍ ଆସିଲା ଇ-ମେଲ୍…ଥରାଇ ଦେଲା ଦୁଇ ଦୁଇଟି ହାଇକୋର୍ଟ। ଗୋଟିଏ ଧମକରେ ଚମକି ପଡ଼ିଲା ଦିଲ୍ଲୀରୁ ବମ୍ବେ । ଦିଲ୍ଲୀ ଓ ମୁମ୍ବାଇ ହାଇକୋର୍ଟରେ ସଜାଗ ହେଲା ପୋଲିସ୍ ଫୋର୍ସ, କଡ଼ାକଡ଼ି ହେଲା ଯାଞ୍ଚ। ସମୟ ପ୍ରାୟ ସକାଳ ୧୧ଟା ୩୦ ମିନିଟ୍ । ଦିଲ୍ଲୀ ହାଇକୋର୍ଟରେ ପୂର୍ବ ଦିନ ଭଳି ଶୁଣାଣି ଆରମ୍ଭ ହୋଇଥିଲା। ହେଲେ ସକାଳୁ ଦିଲ୍ଲୀ ପୋଲିସ୍ ର ଅଫିସିଆଲ୍ ଇମେଲ୍ ରୁ ଆସିଥିବା ବୋମା ଧମକ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା।

୩ଟି କୋର୍ଟରୁମ୍ ରେ ୩ଟି ବୋମା ଖଞ୍ଜାଯାଇଥିବା ତାସହ ବିଚାରପତିଙ୍କୁ ଟାଗେର୍ଟ କରାଯିବ ବୋଲି ମେଲରେ ଲେଖାଥିଲା। ବାସ୍ ଏହାପରେ ଦିଲ୍ଲୀ ପୋଲିସ୍, ବମ୍ ସ୍କ୍ବାଡ୍ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ ପରେ କୋର୍ଟ ରୁମ୍ ରୁ ବିଚାରପତି, ଓକିଲଙ୍କୁ ବାହାର କରିଥିଲା ।

ଖାଲି ଦିଲ୍ଲୀ ନୁହେଁ ସମାନ ଭାବେ ବମ୍ବେ ହାଇକୋର୍ଟକୁ ବି ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା ଅଜ୍ଞାତ ଅଭିଯୁକ୍ତ। ଏଠି ବି ସମାନ ତରିକାରେ ବିଚାରପତିଙ୍କୁ ନିଶାନା କରାଯାଇଥିଲା। କୋର୍ଟ କାର୍ଯ୍ୟ ଆରମ୍ଭର ଠିକ୍ ପୂର୍ବରୁ ବମ୍ବେ ହାଇକୋର୍ଟ ଭିତରେ ବୋମା ଥିବା ଧମକ ଦିଆଯାଇଥିଲା। ସବୁ ବିଚାରପତି, ଓକିଲ ଏବଂ ହାଇକୋର୍ଟରେ ଥିବା ସମସ୍ତଙ୍କୁ ସେଠୁ ବାହାରି ଯିବାକୁ କୁହାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଦିଲ୍ଲୀକୁ ଆସିଥିବା ଧମକର କିଛି ସମୟ ପରେ ମୁମ୍ବାଇକୁ ସମାନ ଇମେଲ୍ ଆସିଥିଲା।

Also Read

ବୋମା ଧମକ କିଛି ନୂଆ ନୁହେଁ। ଦିଲ୍ଲୀ ଓ ମୁମ୍ବାଇକୁ ବାରମ୍ବାର ଏମିତି ଧମକ ମିଳି ଚାଲିଛି। ଗତ ଅଗଷ୍ଟ ୨୦ ତାରିଖରେ ଦିଲ୍ଲୀର ୫୦ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଇମେଲରେ ଧମକ ଦିଆଯାଇଥିଲା। ଆତଙ୍କବାଦୀ ସଂଗଠନ-111 ନାମରେ ନିଜକୁ ପରିଚୟ ଦେଇ ଏଥିପାଇଁ ୨୫ ହଜାର ଆମେରିକୀୟ ଡଲାର୍ ମାଗିଥିଲା ଅଭିଯୁକ୍ତ।

ସେହିପରି ଗତ ୫ ତାରିଖରେ ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲର ୱାଟସଅପ୍ କୁ ବଡ଼ ଧମକ ଆସିଥିଲା। ୪୦୦ କିଲୋ RDX ମୁମ୍ବାଇକୁ ଆସିବା ସହ ଗଣେଶ ପୂଜା ବିସର୍ଜନ ବେଳେ ୩୪ଟି ଗାଡ଼ିରେ ବୋମା ଖଞ୍ଜା ଯାଇଥିବା ଧମକ ମିଳିଥିଲା। ମେ’ ୧୭ରେ ଛତ୍ରପତି ଶିବାଜୀ ଟର୍ମିନାଲ-CST ଓ ମେ’ ୨୭ରେ ମୁମ୍ବାଇ ବିମାନ ବନ୍ଦରକୁ ଉଠାଇବାକୁ ମିଳିଥିଲା ମିଛ ଧମକ। ଏସବୁ ଧମକ କେବଳ ଡରାଇବାକୁ ଥିବା ବେଳେ ସବୁ ଫେକ୍ ସାବ୍ୟସ୍ତ ହେଇଛି।

Scroll to Top