Published By : Prameya-News7 Bureau | August 12, 2025 IST

କଟକ ୧୨।୦୮: ନିର୍ଦ୍ଧାରିତ ୩୧ ତାରିଖରେ ହୋଇନପାରେ OTETର ସାନି ପରୀକ୍ଷା। ଆସନ୍ତା ୩୧ ତାରିଖରେ ପରୀକ୍ଷା କରାଇବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ତେବେ ପରୀକ୍ଷା ଘୁଞ୍ଚାଇବାକୁ ଵୋର୍ଡ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଛି। କର୍ମଚାରୀ ଅଭାବ ଯୋଗୁଁ ପରୀକ୍ଷା ଘୁଞ୍ଚା ଯାଉଥିବା ଚର୍ଚ୍ଚା ହେଉଛି। ତେବେ ପରୀକ୍ଷା ଘୁଞ୍ଚିବା ସମ୍ପର୍କରେ ସ୍ପଷ୍ଟୀକରଣ ରଖିନାହାନ୍ତି ଵୋର୍ଡ କର୍ତ୍ତୃପକ୍ଷ। ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା।
ସମ୍ବନ୍ଧିତ ଖବର







