ମୁମ୍ୱାଇ ୧୨/୦୮: ବହୁ ପ୍ରତିକ୍ଷୀତ ‘ୱାର ୨’ । ବର୍ଷର ସବୁଠାରୁ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମରେ ଦେଖିବାକୁ ମିଳିବ ଜଲିଉଡ-ବଲିଉଡ୍ ଟକ୍କର । ଜୁନିଅର ଏନଟିଆର ଭରପୁର ଆକ୍ସନକୁ ଟକ୍କର ଦେବେ ବଲିଉଡ୍ର ହ୍ୟାଣ୍ଡସମ୍ ବୟ ହ୍ରିତିକ୍ ରୋଶନ । ଫୁଲ୍ ଟୁ ଏଣ୍ଟରଟେନ୍ମେଣ୍ଟ ଫିଲ୍ମ ସହ ହିନ୍ଦୀ ସିନେମାରେ ଡେବ୍ୟୁ କରିବେ ଏନ୍ଟିଆର ।
ଏହି ବ୍ଲକ୍ବଷ୍ଟର ଫିଲ୍ମ ଦେଖିବାକୁ ଉତ୍ସୁକ ପ୍ରଶଂସକ । ‘ୱାର ୨’ରେ ସୁପରଷ୍ଟାର ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କୁ ଦେଖିବା ପାଇଁ ଅପେକ୍ଷା । ନିକଟରେ ହାଇଦ୍ରାବାଦରେ ଦେଖିବାକୁ ମିଳିଥିଲା ଫିଲ୍ମର ପ୍ରମୋସନ । ଫିଲ୍ମର ଏକ କାର୍ଯ୍ୟକ୍ରମରେ, ଜୁନିଅର ଏନଟିଆର କହିଛନ୍ତି ଯେ ଦକ୍ଷିଣ ତାରକାମାନେ କାହିଁକି ବଲିଉଡକୁ ଆସିବାକୁ ଏଡ଼ାଇଯାଉଛନ୍ତି?
ହ୍ରିତିକଙ୍କ ପ୍ରଶଂସା:
ଅଗଷ୍ଟ ୧୦ ତାରିଖରେ, ହାଇଦ୍ରାବାଦରେ ଆୟୋଜିତ ହୋଇଥିଲା’ୱାର ୨’ର ପ୍ରି-ରିଲିଜ୍ ଇଭେଣ୍ଟ । ହ୍ରିତିକ୍ ରୋଶନ ବି ଏହି ଇଭେଣ୍ଟରେ ଯୋଗ ଦେଇଥିଲେ । ହେଲେ ଏହି ଇଭେଣ୍ଟରେ ଉପସ୍ଥିତ ନଥିଲେ କିଆରା ଆଡଭାନୀ । କାରଣ ନିକଟରେ ସେ ମାଆ ହୋଇଛନ୍ତି । କୁନି ଝିଅର ଲାଳନ ପାଳନରେ ସେ ବିଜି । ତେବେ ଇଭେଣ୍ଟରେ, ଦକ୍ଷିଣୀ ପ୍ରଶଂସକଙ୍କ ପାଖରେ ହ୍ରିତିକ୍ ରୋଶନଙ୍କ ପ୍ରଶଂସା କରିଥିଲେ ଜୁନିଅର ଏନଟିଆର ।
#JrNTR – “I come from South India and there is a little fear whether they will accept us or not , but thanks to Hrithik sir , he hugged me on the first day and made me very comfortable and treated me as his brother Love you Hrithik sir”#War2 #HrithikRoshan pic.twitter.com/n5EfCs7bIp
— A N K I T (@Ankitaker) August 10, 2025
ସେ କହିଥିଲେ, “ମୁଁ ହ୍ରିତିକ୍ ରୋଶନଙ୍କ ସହ ୭୫ ଦିନ କାମ କରି ବହୁତ କିଛି ଶିଖିଛି । ପ୍ରାୟତଃ ତାଙ୍କ ଭିତରେ ନିଜକୁ ଦେଖେ । ମୁଁ ତାଙ୍କ ସହିତ ସେଟରେ ଫେରିବାକୁ ଉତ୍ସାହର ସହିତ ଅପେକ୍ଷା କରୁଛି । ମୋତେ ଭାଇ ପରି ବ୍ୟବହାର କରିବା ପାଇଁ ଧନ୍ୟବାଦ । ମୋତେ ଖୋଲା ହାତରେ ସ୍ୱାଗତ କରିବା ପାଇଁ ଧନ୍ୟବାଦ।
ଦକ୍ଷିଣ ତାରକା କାହିଁକି ବଲିଉଡକୁ ଆସିବାକୁ ଭୟ କରନ୍ତି?
ଜୁନିଅର ଏନଟିଆର ଆହୁରି କହିଛନ୍ତି, “ମୁଁ ଦକ୍ଷିଣ ଭାରତରୁ । ଏସଏସ ରାଜମୌଲିଙ୍କୁ ଧନ୍ୟବାଦ ଯିଏ ଦକ୍ଷିଣ ଓ ଉତ୍ତର ମଧ୍ୟରେ ଅନେକ ସୀମାକୁ ଲିଭାଇ ଦେଇଛନ୍ତି । ଯାହା କେବଳ ଫିଲ୍ମ ଅଟେ କିନ୍ତୁ ପ୍ରତ୍ୟେକ ଦକ୍ଷିଣ ଭାରତୀୟଙ୍କ ମନରେ ଏକ ସନ୍ଦେହ ଅଛି । ଏହି ଲୋକମାନେ ମୋତେ ଗ୍ରହଣ କରିବେ କି?
କିନ୍ତୁ ହ୍ରିତିକ୍ ରୋଶନ ପ୍ରଥମ ଦିନ ହିଁ ମୋତେ ଏତେ ଆରାମଦାୟକ ଅନୁଭବ କରାଇଲେ ଯେପରି ମୁଁ ତାଙ୍କର ନିଜ ର। ଖୋଲା ହୃଦୟରେ ମୋତେ ଗ୍ରହଣ କରିବା ଓ ଏକ ସୁନ୍ଦର ଆଲିଙ୍ଗନ ଦେବା ପାଇଁ ଧନ୍ୟବାଦ। ମୁଁ ଆପଣଙ୍କ ସହିତ ଓ୍ୱାର-୨ର ମୁହୂର୍ତ୍ତଗୁଡ଼ିକୁ କେବେ ଭୁଲିପାରିବି ନାହିଁ।”
ଆୟାନ ମୁଖାର୍ଜୀ ନିର୍ଦ୍ଦେଶକ:
ଜୁନିୟର ଏନଟିଆର ମଧ୍ୟ ଫିଲ୍ମ ନିର୍ମାତା ଆୟାନ ମୁଖାର୍ଜୀଙ୍କ ପ୍ରଶଂସା କରିଥିଲେ । ତାଙ୍କୁ “ୱାର ୨” ନିର୍ଦ୍ଦେଶନା ପାଇଁ ଉପଯୁକ୍ତ ପସନ୍ଦ ବୋଲି କହିଥିଲେ। ସେ କହିଥିଲେ, “ଆୟାନ ଏହି ଚମତ୍କାର ଦୃଶ୍ୟ ପାଇଁ ରାତି ଅନିଦ୍ରା ବିତାଇଥିଲେ। ମାର୍ଗଦର୍ଶକ ଶକ୍ତି ହେବା ପାଇଁ ଆପଣଙ୍କୁ ଧନ୍ୟବାଦ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିଲି, ୨୦୨୫ ରେ, ଏହି ଦେଶରୁ ଆଉ ଏକ ବ୍ଲକବଷ୍ଟର ଫିଲ୍ମ ଆସିବ । ଏହାର ନାମ ଆୟାନ ମୁଖାର୍ଜୀ ହେବ। ସେ ସେହି ଯୁଗର ସର୍ବୋତ୍ତମ ଫିଲ୍ମ ମଧ୍ୟରୁ ଗୋଟିଏ ନିର୍ଦ୍ଦେଶନା ପାଇଁ ତାଙ୍କୁ ମନେ ରଖାଯିବ।”
ଅଗଷ୍ଟ ୧୪ରେ ସିନେମା ହଲକୁ ଆସିବ ୱାର ୨ । YRF ସ୍ପାଏ ୟୁନିଭର୍ସର ଏହି ଫିଲ୍ମରେ, ହ୍ରିତିକ୍ ରୋଶନ, ଜୁନିଅର NTR, କିଆରା ଆଡଭାନୀ, ଆଶୁତୋଷ ରାଣାଙ୍କ ସମେତ ଅନେକ ଅଭିନେତା ଚମତ୍କାର ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ। ଏହି ଫିଲ୍ମଟି ଆୟାନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ।




