ସମ୍ବଲପୁର ୪।୧୧: ହୀରାକୁଦ ଥାନା ଅନ୍ତର୍ଗତ ପଥରଲାଇନ ପଡା ସ୍ଥିତ ସବ୍ ଷ୍ଟେସନ ପଡା ହତ୍ୟା ଘଟଣାରେ ୬ ଗିରଫ l ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି l କାଳୁ ବହାଦୁର ନାମରେ ପ୍ରାୟ ୨୦ରୁ ଅଧିକ ମାମଲା ରହିଛି l ୨୦୧୯ ମସିହାରେ କାଳୁ ବହାଦୁର ବଣ୍ଟି ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲା l ବଣ୍ଟିଙ୍କ ଭାଈ ସାହିନ ବେହେରା, ପ୍ରତାପ ବେହେରା, ଜୟନାରାୟଣ ମିଶ୍ର, ରାଜ ବାରିକ, ଶ୍ରୀଧର ପ୍ରସାଦ ଓ ସମୀର ବେହେରା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି l ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସାହିନ ବେହେରା l
ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ୭ଟା ୧୫ ମିନିଟ୍ର କାଳୁ ଓ ତାର ଜଣେ ସହଯୋଗୀଙ୍କ ସହ ବାଇକ୍ରେ ହୀରାକୁଦ ଗାନ୍ଧୀନଗର ସ୍ଥିତ ଘରକୁ ଯାଉଥିବା ବେଳେ ୬ ଜଣ ଯୁବକ କାଳୁକୁ ଅତର୍କିତ ଆକ୍ରମଣ କରିଥିଲେ l କାଳୁ ବାଇକ୍ରୁ ପଡିଯିବା ପରେ ଖଣ୍ଡା, ପଥର ଓ ଇଟାରେ ଆକ୍ରମଣ କରିଥିଲେ ଯୁବକ ମାନେ l କାଳୁ ସହିତ ବାଇକ୍ରେ ବସିଥିବା ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି l ଯୁବକ ଜଣକ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି l ସେପଟେ କାଳୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା l କାଳୁ ନାମରେ ପୂର୍ବରୁ ୨୦ରୁ ଅଧିକ ମାମଲା ରହିଥିବା ନେଇ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି l




