ସଭିଙ୍କ ପ୍ରିୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ସଭିଙ୍କ-ପ୍ରିୟ-ଅବସରପ୍ରାପ୍ତ-ପ୍ରଧାନ-ଶିକ୍ଷକଙ୍କ-ପରଲୋକ

ଦଶରଥପୁର: ଭଦ୍ରକ ଜିଲ୍ଲା ସାଆଁଳପୁର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଭଦ୍ରକ ଜିଲ୍ଲା ନିଖିଳ ଶିକ୍ଷକ ସଂଘର ପୂର୍ବତନ ସଂପାଦକ, ସଭିଙ୍କ ପ୍ରିୟ ସାଧୁ ଚରଣ ଷଡ଼ଙ୍ଗୀଙ୍କ ରବିବାର ରାତି ୧୦ଟାରେ ପରଲୋକ ଘଟିଛି। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ପୁତ୍ର, ବଧୂ, ଝିଅ, ପତ୍ନୀ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରି ଖେଳି ଯାଇଛି। ଅନେକ ବିଶିଷ୍ଟ ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ସୋମବାର ସକାଳେ ସାଧୁଙ୍କ ମରଶରୀରକୁ ଭୁବନେଶ୍ଵରରୁ ନିଜ ଜନ୍ମସ୍ଥାନ ଅର୍ଦ୍ଦାଉଳିଆକୁ ଅଣା ଯାଇଥିଲା। ବୈଷପାନ ନିକଟରୁ ଦୁଦୁରାଅନ୍ତ ପଞ୍ଚାୟତ, ଦତପୁର ପଞ୍ଚାୟତ, ଦଶରଥପୁର ବ୍ଲକ ସିପିଏମ କାର୍ଯ୍ୟକର୍ତ୍ତାମାନେ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ବାଜା ରୋଷଣୀରେ କୁଅଁରାହି, ଗୁଡ଼ିଆପାଟଣା, ଶାସନ, ଅର୍ଦ୍ଦାଉଳିଆ, ଦତପୁର, ନାରାୟଣପୁର,  ହେମନ୍ତପୁର, ବାଲିପାଟଣା ଆଦି ଗ୍ରାମ ପରିକ୍ରମା କରିଥିଲେ। ମରଶରୀରକୁ ପ୍ରତ୍ୟେକ ଛକରେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାଧାରଣ ଲୋକଙ୍କଠୁ ନେଇ ଅନେକ ଦଳର ନେତା, କର୍ମୀ ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ। ବଡ଼ ପୁଅ ଦେବଦୁର୍ଲଭ ଷଡ଼ଙ୍ଗୀ ମୁଖାଗ୍ନି ଦେଇଥିଲେ।

Scroll to Top