Published By: admin – Prameya-News7 Bureau | September 21, 2025 08:59 PM
NEWS7
ଦୁବାଇ: ସୁପର-୪ ମୁକାବିଲାରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ ୫୮ ରନର ଇନିଂସ ଖେଳିଥିବା ବେଳେ ଅନ୍ୟ ବ୍ୟାଟର ଛୋଟ ଛୋଟ ଭାଗିଦାରୀ କରିବାରୁ ପାକିସ୍ତାନ ଏହି ସ୍କୋରରେ ପହଞ୍ଚି ପାରିଛି। ଭାରତ ସାମ୍ନାରେ ରହିଛି ୧୭୨ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଶିବମ ଦୁବେ ସଫଳ ବୋଲର ଭାବେ ୩୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଆଜିର ମକାବିଲାରେ ଯଶପ୍ରୀତ ବୁମରା ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।




