ଲଗାଣ ବର୍ଷା ଜନିତ ବନ୍ୟା ଓ ଭୂ-ସ୍ଖଳନ ଉଜାଡି ଦେଲା କାଶ୍ମୀରର ସେଓ ଫସଲ, ଚିନ୍ତାରେ ଚାଷୀ

ଲଗାଣ-ବର୍ଷା-ଜନିତ-ବନ୍ୟା-ଓ-ଭୂ-ସ୍ଖଳନ-ଉଜାଡି-ଦେଲା-କାଶ୍ମୀରର-ସେଓ-ଫସଲ,-ଚିନ୍ତାରେ-ଚାଷୀ

ସୋପୋର ୨୧।୯: ଲଗାଣ ବର୍ଷା ତତ୍ ଜନିତ ଭନ୍ୟା ଓ ଭୂ-ସ୍ଖଳନ କାଶ୍ମୀରକୁ ଦେଶର ଅନ୍ୟ ସ୍ଥାନ ସହ ଯୋଡୁଥିବା ଜାତୀୟ ରାଜମାର୍ଗ ନମ୍ବର ୪୪କୁ ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ କରିଛି। ଫଳରେ କାଶ୍ମୀରର ଫଳ ବ୍ୟବସାୟୀ କ୍ଷତିରେ ପଡିଛନ୍ତି। ଏହା ସେତେବେଳେ ହୋଇଛି ଯେତେବେଳେ ଫଳ ବ୍ୟବସାୟୀ ସେଓ ବୋଝେଇ ଟ୍ରକ ଦେଶର ବିଭିନ୍ନ ରାଜ୍ୟକୁ ପଠାଇବା ଆରମ୍ଭ  କରିଥିଲେ। ପଚିଲା ସେଓ ବୋଝେଇ ଶହଶହ ଟ୍ରକ୍ ୩ ସପ୍ତାହ( ୨୬ଅଗଷ୍ଟରୁ ସେପ୍ଟେମ୍ବର ୧୭ ତାରିଖ) ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଟକି ରହିବା ଯୋଗୁ ଫଳ ସଢି ଯାଇଛି। ଏଣୁ  ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।

ଏହା ଲଗାତାର ଜାରି ଭୀଷଣ ବର୍ଷା ଓ ଅଚାନକ ଆସିଥିବା ବନ୍ୟାର ଫଳ ଥିଲା, ଯାହା ଉଦ୍ଦମ ପୁରର ଥରଦ-ଜଖେନୀରେ ହୋଇଥିବା ବଡ଼ଧରଣର ଭୂ-ସ୍ଖଳନ ଯୋଗୁ ଆହୁରି ଜଟିଳ ହୋଇଥିଲା। ଏଥି ପାଇଁ ନା କେବଳ ଫଳ ବୋଝେଇ ଟ୍ରକ ଯାତାୟାତ ବନ୍ଦ ହୋଇଥିଲା ବରଂ ପୁରା ସପ୍ଲାଇ ଚେନକୁ ପଙ୍ଗୁ କରିଦେଇଛି। ଫଳରେ ଉତ୍ପାଦକ, ବ୍ୟବସାୟୀ ଓ ଟ୍ରାନ୍ସପୋର୍ଟରଙ୍କ ସହିତ ସାଧାରଣ ଜନତାଙ୍କୁ ମଧ୍ୟ ସଂକଟରେ ପକାଇ ଦେଇଛି।

ସେପ୍ଟେମ୍ବର ୧୭ ତାରିଖ ପରେ କାଶ୍ମୀରରୁ ଦେଶର ଅନ୍ୟ ଅଞ୍ଚଳକୁ ଯାତାୟାତ ସୁଗମ ହୋଇଛି। ହେଲେ ବିଭିନ୍ନ ସ୍ଥାନକୁ ଏବେ ପହଞ୍ଚୁଥିବା ଫଳ ଅଧାରୁ ଅଧିକ ନଷ୍ଟ ହୋଇଯାଇଥିବା ବେଳେ ବ୍ୟବସାୟୀ ପରିବହନ ଖର୍ଚ୍ଚ ଦେବାକୁ ନାମଙ୍ଗ ହେଉଥିବା ସୋପୋର ମଣ୍ଡି ଅଧ୍ୟକ୍ଷ ଫୈୟାଜ ଅହମଦ ମଲ୍ଲିକ କହିଛନ୍ତି। ଏଣୁ କାଶ୍ମୀର ସେଓ ଚାଷୀଙ୍କୁ ଚଳିତବର୍ଷ  ୧,୦୦୦ରୁ ୧,୨୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଥିବା କହିଛନ୍ତି।

Scroll to Top