ସାରା ଦେଶରେ ଲାଗୁ ହେଲା ‘ଲେବର କୋଡ’, ଲାଭବାନ ହେବେ ୪୦ କୋଟି ଶ୍ରମିକ

ସାରା-ଦେଶରେ-ଲାଗୁ-ହେଲା-‘ଲେବର-କୋଡ’,-ଲାଭବାନ-ହେବେ-୪୦-କୋଟି-ଶ୍ରମିକ

ନୂଆଦିଲ୍ଲୀ ୨୧।୧୧: ଭାରତରେ ଦୀର୍ଘ ସମୟରୁ ଅପେକ୍ଷା କରାଯାଉଥିବା ଶ୍ରମ ସଂଶୋଧନ (ଲେବର ରିଫର୍ମ) ଆଇନ ଲେବର କୋଡ ଦେଶରେ ୨୧ ନଭେମ୍ବର ଶୁକ୍ରବାର ଲାଗୁ ହୋଇଯାଇଛି। ସବୁ ସେକ୍ଟରରେ ଶ୍ରମିକ କଲ୍ୟାଣ ମଜଭୁତ କରିବା ଉଦ୍ଦେଶ୍ୟରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ସମସ୍ତ ୪ ନୂଆ ଲେବର କୋଡ ଅଧିକାରୀକ ନୋଟିଫାଇ କରିବା ସହ ଲାଗୁ କରିଛନ୍ତି। ନୂଆ ଲେବର କୋଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି, ଯେଉଁଥିରେ ଗିଗ୍ ଓ ପ୍ଲାଟଫର୍ମ ୱାର୍କର,ମହିଳା କର୍ମଚାରୀ ଓ ଏମଏସଏମଇ ସେକ୍ଟରରେ କାମ କରୁଥିବା ଶ୍ରମିକଙ୍କୁ ଲାଭ ମିଳିବ।

ପ୍ରଥମ ଥର ଲେବରକୋଡରେ ଔପଚାରିକ ଭାବେ ଗିଗ୍ ୱାର୍କ, ପ୍ଲାଟଫର୍ମ ୱାର୍କ ଓ ଏଗ୍ରିଗେଟରକୁ ଡିଫାଇନ କରିଛି। ଏଣୁ ଡିଜିଟାଲ ପ୍ଲାଟଫର୍ମ ସହ କାମ କରୁଥିବା ଲକ୍ଷଲକ୍ଷ ଲୋକଙ୍କୁ ଆଇନଗତ କ୍ଲାରିଟି ମିଳିଛି। ଏଗ୍ରିଗେଟର କମ୍ପାନୀଙ୍କୁ ଏବେ ସେମାନଙ୍କ ବାର୍ଷିକ ଟର୍ଣ୍ଣ ଓଭରର ୧-୨% ଏକ ଡେଡିକେଟେଡ ୱେଲଫେୟାର ଫଣ୍ଡରେ କଣ୍ଟ୍ରିବ୍ୟୁଟ କରିବାକୁ ପଡିବ, ଯାହାର ସୀମା ୱର୍କରଙ୍କୁ କରାଯାଉଥିବା ମୋଟ ପୈଠର ୫% ପର୍ଯ୍ୟନ୍ତ ରହିବ। ଏହି ଫଣ୍ଡ ସୋସିଆଲ ସିକ୍ୟୁରିଟି ବେନିଫିଟକୁ ସପୋର୍ଟ କରିବ।

ଏ ନେଇ ଶ୍ରମ ଓ ରୋଜାଗର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ‘ଆଜି ଦେଶରେ ନୂଆ ଲେବର କୋଡ ଲାଗୁ ହୋଇଯାଇଛି। ଏହି ସଂଶୋଧନ କେବଳ ଏକ ସାଧାରଣ ପରିବର୍ତ୍ତନ ନୁହେଁ ବରଂ ଦେଶର ୱାର୍କଫୋର୍ସର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ଼ ପଦକ୍ଷେପ’। ଏହି ନୂଆ ଲେବର କୋଡ ଅନୁସାରେ ଡେଲିଭରୀ ଓ ମୋବିଲିଟି ୱାର୍କର୍ସଙ୍କୁ ଘର ଓ କାର୍ଯ୍ୟସ୍ଥଳ ମଧ୍ୟରେ ଯାତ୍ରା କରୁଥିବା ସମୟରେ ହେଉଥିବା ଦୁର୍ଘଟଣାକୁ ଏବେ ନିଯୁକ୍ତି ସମ୍ପର୍କିତ ମନେ କରାଯିବ। ଏଣୁ ୱାର୍କର ଏକ୍ସିଡେଣ୍ଟ କମ୍ପେନସେସନ ଲାଗି ଯୋଗ୍ୟ ହେବେ।

Modi Government’s Guarantee: Dignity for Every Worker!

From today, the new labour codes have been made effective in the country. They will ensure:

✅ A guarantee of timely minimum wages for all workers
✅ A guarantee of appointment letters for the youth
✅ A guarantee of equal…

— Dr Mansukh Mandaviya (@mansukhmandviya) November 21, 2025

ଯେପରି ଲାଭ ମିଳୁଥିବ ସେଥି ପାଇଁ ସରକାର ଆଧାର ସଂଯୁକ୍ତ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆରମ୍ଭ କରିଛନ୍ତି। ଏଣୁ ସବୁ ରାଜ୍ୟରେ ୱେଲଫେୟାର ସ୍କିମସ୍ ପର୍ଯ୍ୟନ୍ତ ୱାର୍କରଙ୍କ ପହଞ୍ଚ ସୁଗମ କରିବା ପାଇଁ ପୋର୍ଟେବଲ ଆକ୍ସେସ ମିଳିବ। ଏହି ଲେବର କୋଡ ସବୁ ପ୍ରକାରର ଲିଙ୍ଗଗତ ବିଭେଦତାକୁ ରୋକିବା ସହ ସମାନ କାମ ଲାଗି ସମାନ ବେତନ ନିଶ୍ଚିତ କରିବ। ଲେବର କୋଡ ଲାଗୁ ହେବା ପରେ ମହିଳାମାନେ ଏବେ ନାଇଟ୍ ସିଫ୍ଟ କରିପାରିବେ ଓ ସବୁ ପ୍ରକାରର ଉଦ୍ୟୋଗରେ କାମ କରିପାରିବେ। ଏଥିରେ ପୂର୍ବରୁ ନିଷିଦ୍ଧ ସେକ୍ଟର ଯେପରି ମାଇନିଂ ଓ ହେଭି ମେସିନାରୀ ମଧ୍ୟ ସାମିଲ, ତେବେ ଏଥି ଲାଗି ମହିଳାଙ୍କ ମଞ୍ଜୁରୀ ଓ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ଥିବା ଦରକାର।

ଲେବର କୋଡରେ ୨୬ ସପ୍ତାହର ପେଡ ଲିଭ, କ୍ରେଚ୍ ଫ୍ୟାସେଲିଟିଜ ଓ ଫ୍ଲେକ୍ସିବଲ ୱାର୍କ-ଫ୍ରମ-ହୋମ ଅପସନ ସହିତ ମେଟରନିଟି ବିନିଫିଟକୁ ଆହୁରି ମଜଭୁତ କରାଯାଇଛି। ଏହା ଛଡା ମହିଳା କର୍ମଚାରୀଙ୍କୁ ୩,୫୦୦ ଟଙ୍କାର ମେଡିକାଲ ବୋନସ ମଧ୍ୟ ମିଳିବ। ସେହିପରି ମହିଳା କର୍ମଜୀବୀଙ୍କ ଫ୍ୟାମିଲି ଡେଫିନେସନକୁ ସମ୍ପ୍ରସାରଣ କରି ଏଥିରେ ଶାଶୂ ଓ ଶ୍ୱଶୂରଙ୍କୁ ମଧ୍ୟ ସାମିଲ କରାଯାଇଛି। ଏଣୁ ସୋସିଆଲ ସିକ୍ୟୁରିଟି ପ୍ରୋଭିଜନରେ ଡିପେଣ୍ଡାଣ୍ଟ କଭରେଜ ବଢିଛି।

ଏହି ଲେବର କୋଡ ପୂର୍ବରୁ ଥିବା ୨୯ ଶ୍ରମ ଆଇନର ସ୍ଥାନ ନେବ ଓ ଆଜିଠୁ ଲାଗୁ ହୋଇଥିବା ନୂଆ ଲେବର ଲ ଫ୍ରେମୱାର୍କକୁ ତିଆରି କରିବେ।

Scroll to Top