ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ଗଲା NDRFର ଦୁଇଟି ଟିମ୍, ପ୍ରତି ଟିମ୍‌ରେ ୩ ଅଫିସର ଓ ୩୨ ଜବାନ

ସମ୍ଭାବ୍ୟ-ବାତ୍ୟା-ମୁକାବିଲା-ପାଇଁ-ଆନ୍ଧ୍ରପ୍ରଦେଶ-ଗଲା-ndrfର-ଦୁଇଟି-ଟିମ୍,-ପ୍ରତି-ଟିମ୍‌ରେ-୩-ଅଫିସର-ଓ-୩୨-ଜବାନ

Published By: Ruby – Prameya-News7 Bureau | October 26, 2025 05:28 PM

NEWS7

NDRF Team

ବାରଙ୍ଗ ୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବାହାରିଲେ NDRF ଟିମ୍ NDRFର ୧୮ଟି ଟିମ୍‌ରୁ ୧୬ଟି ଟିମ୍ ଏବେ ମୁଣ୍ଡଳୀରେ ଅଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୩ଟି ଟିମ୍ ସବୁ ସରଞ୍ଜାମ ସହିତ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗୋଟିଏ ଟିମ୍ ଶ୍ରୀକାକୁଲମ୍ ଜିଲ୍ଲା ଓ ଦୁଇଟି ଟିମ୍ ଭାଇଜାଗ୍ ଗସ୍ତ କରିଛନ୍ତି । ପ୍ରତି ଟିମ୍‌ରେ ୩ ଜଣ ଅଫିସର ଓ ୩୨ ଜଣ ଜବାନ ରହିଛନ୍ତି । NDRF ନିକଟରେ ପ୍ରାକୃତିକ ଓ ମନୁଷ୍ୟକୃତ ଦୁର୍ବିପାକ ମୁକାବିଲା କରିବାରେ ସମସ୍ତ ଦକ୍ଷତା ରହିଛି ।

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ କିଛି ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ‘ମୋନ୍ଥା’ ଛୁଇଁବ ଆନ୍ଧ୍ର ଉପକୂଳ ମଛଲିପଟନମରୁ କଳିଙ୍ଗପଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୯୦ରୁ ୧୦୦ କିଲୋମିଟର ରହିବ ତେବେ ସମ୍ଭାବ୍ୟ ‘ମୋନ୍ଥା ଓଡ଼ିଶାରେ ମାଡ଼ ହେବନି ରାଜ୍ୟରେ ବଡ଼  କ୍ଷତି ମଧ୍ୟ  ପହଞ୍ଚାଇବ ନାହିଁ ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶା ବେଶୀ ପ୍ରଭାବିତ ହୋଇପାରେ ୨୭ରୁ ରାଜ୍ୟରେ ବର୍ଷା ବଢ଼ିବ ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ମାଲକାନଗରି ଓ କୋରାପୁଟ ସୀମାରୁ କାକିନାଡ଼ା ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି ୨୮ ରାତିରେ ଆନ୍ଧ୍ର ଅତିକ୍ରମ ପରେ ୨୯ ତାରିଖ ସକାଳେ ମାଲକାନଗିରି ଦେଇ ଓଡ଼ିଶାକୁ ପ୍ରବେଶ କରିପାରେ ସେତେବେଳକୁ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମକୁ ହ୍ରାସ ପାଇ ସାରିଥିବ ଏଥିପାଇଁ ୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି

Scroll to Top