ଷଷ୍ଠ ଦିନରେ ବି ଗୃହ ଅଚଳ, ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ

ଷଷ୍ଠ-ଦିନରେ-ବି-ଗୃହ-ଅଚଳ,-ସାଢେ-୧୧ଟା-ଯାଏଁ-ବିଧାନସଭା-ମୁଲତବୀ

ଷଷ୍ଠ ଦିନରେ ବି ଗୃହ ଅଚଳ, ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ

Published By: Kirti – Prameya-News7 Bureau | February 23, 2026 10:40 AM

NEWS7

break

ଭୁବନେଶ୍ୱର ୨୩।୦୧ : ବିଧାନସଭା ବଜେଟ୍ ଅଧିବେଶନ । ଷଷ୍ଠ ଦିନରେ ବି ଗୃହ ଅଚଳ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ । ଯାହାଫଳରେ ବିଧାନସଭାକୁ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି ।

ଏ ଖବର ବି ପଢନ୍ତୁ:- ୪ ମହଲାରୁ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ, ଛାତ ଉପରେ ପଡ଼ିଛି ଚପଲ-ସିଗାରେଟ୍

ଗୋଟିଏ ଦିନର ବିରତି ପରେ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟା ନେଇ ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଏପିରିକି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ସଦସ୍ୟମାନେ ଶୁଣିନଥିଲେ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ମୁଲତବୀ ରଖିଛନ୍ତି । ଦିନ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ଏ ଖବର ବି ପଢନ୍ତୁ:- କିଏ ହର୍ଷ ମେହଟ୍ଟା ? ୧୯ ବର୍ଷ ସାନ ହୀରା ବ୍ୟବସାୟୀଙ୍କ ସହ ଇଟାଲିରେ ଭାଲେଣ୍ଟାଇନ୍ସ ଡେ’ ପାଳିଲେ ମଲାଇକା

Scroll to Top