ଶୋଚନୀୟ ପରାଜୟ ପରେ ରାଗିଗଲେ କ୍ୟାପଟେନ, ଡଗ୍ ଆଟରେ ଯୁକ୍ତିତର୍କର ଭିଡିଓ ଭାଇରାଲ…..

ଶୋଚନୀୟ-ପରାଜୟ-ପରେ-ରାଗିଗଲେ-କ୍ୟାପଟେନ,-ଡଗ୍-ଆଟରେ-ଯୁକ୍ତିତର୍କର-ଭିଡିଓ-ଭାଇରାଲ….

ନୂଆଦିଲ୍ଲୀ ୨୩/୦୨: ୨୦୨୬ ମସିହାର ICC T-୨୦ ବିଶ୍ୱକପ୍‌ରେ ଚାଲିଛି ସୁପର-୮ ମୁକାବିଲା । ରବିବାର ଥିଲା ଭାରତୀୟ ଦଳର ସୁପର ୮ ମ୍ୟାଚ୍ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନ୍ରେ ପରାଜୟ ବରଣ କରିଥିଲା । ଆଉ ଏହି ପରାଜୟ ସହ ଗ୍ରୁପ୍ ୧ର ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ଯାହା ଫଳରେ ଭାରତର ପରବର୍ତ୍ତୀ ଦୁଇଟି ମ୍ୟାଚ୍ କର କିମ୍ବା ମର ପରି ସ୍ଥିତି ଉପୁଜିଛି ।

ଲିଗ୍ ପର୍ଯ୍ୟାୟରେ ଲଗାତାର ଚାରି ବିଜୟ ସେମାନଙ୍କର ତ୍ରୁଟିକୁ ଘୋଡାଇ ଦେଇଥାଇପାରେ । କିନ୍ତୁ ଟିକିଏ ସ୍ଲୋ ଓ କଳା ମାଟି ପିଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନମ୍ୟାନ୍ ଖୋଲାଖୋଲି ଭାବରେ ପ୍ରଦର୍ଶନ କରିଥିଲେ । ୧୮୮ ରନ୍ର ଟାର୍ଗେଟ୍‌କୁ ପିଛା କରି, ଦଳ ୧୮.୫ ଓଭରରେ ମାତ୍ର ୧୧୧ ରନ୍ରେ ପତନବରଣ କରିଥିଲା।ଜସପ୍ରିତ ବୁମରାହ ଚମତ୍କାର ବୋଲିଂ କରି ତିନୋଟି ୱିକେଟ୍ ନେଇଥିଲେ । ଦକ୍ଷିଣ ଆଫ୍ରିକାକୁ ୧୮୭/୭ରେ ସୀମିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସେ ପ୍ରାରମ୍ଭିକ ଓଭରରେ ଦୁଇଟି ୱିକେଟ୍ ନେଇ ପ୍ରୋଟିୟା ଦଳକୁ ୨୦/୩ରେ ସୀମିତ କରିଥିଲେ। ତଥାପି, ଭାରତୀୟ ବ୍ୟାଟସମ୍ୟାନଙ୍କ ବିଫଳତା ଯୋଗୁଁ ତାଙ୍କର ପ୍ରୟାସ ବ୍ୟର୍ଥ ହୋଇଥିଲା।ଦକ୍ଷିଣ ଆଫ୍ରିକା ପାଇଁ, ଡେଭିଡ୍ ମିଲର ୩୫ ବଲ୍ ରୁ ୬୩ ରନ୍ ର ଏକ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ । ତାଙ୍କୁ ଯୁବ ବ୍ୟାଟସମ୍ୟାନ୍ ଡେୱାଲ୍ଡ ବ୍ରେଭିସ୍ (୪୫ ରନ୍) ଏବଂ ଟ୍ରିଷ୍ଟାନ୍ ଷ୍ଟବ୍ସ (୪୪*) ପୂର୍ଣ୍ଣ ସମର୍ଥନ କରିଥିଲେ। ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ବିଶେଷ ସଫଳ ହୋଇନଥିଲେ, ଚାରି ଓଭରରେ ୪୭ ରନ୍ ଦେଇଥିଲେ।

After losing the match against South Africa, Suryakumar Yadav was seen looking quite upset in the dugout. He appeared to be having a serious discussion with Gautam Gambhir and the rest of the support staff. pic.twitter.com/FDgxSGKIN4

— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) February 22, 2026

ଗମ୍ଭୀରଙ୍କ ରଣନୀତି କାମ କଲା ନାହିଁ। ପରାଜୟ ପରେ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ ଭାବରେ ବିରକ୍ତ ଥିଲେ । ସେ ଡଗ୍ ଆଉଟରେ ସପୋର୍ଟ ଷ୍ଟାଫ୍‌ଙ୍କ ସହ ଏକ ଲମ୍ବା ବିତର୍କ କରୁଥିବାର ନଜର ଆସିଥିଲେ । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଏହି ମ୍ୟାଚ୍ ପାଇଁ ଦଳ ପରିଚାଳନାର ରଣନୀତି କାମ କରିପାରିଲା ନାହିଁ । ସୂର୍ଯ୍ୟଙ୍କ କ୍ରୋଧରୁ ତାହା ସ୍ପଷ୍ଟ ବାରି ହୋଇପଡିଥିଲା । ସୂର୍ଯ୍ୟ ଗମ୍ଭୀରଙ୍କ ସହ ମଧ୍ୟ କଥା ହୋଇଥିଲେ, ଯିଏ ଧ୍ୟାନ ଦେଇ ଶୁଣିଥିଲେ।ଭାରତ ରନ ପିଛା କରିବାରେ ଲଗାତାର ୱିକେଟ ହରାଇଥିଲା ।

ଅଧିନାୟକ ଏଡେନ ମାର୍କରାମ ଫର୍ମରେ ଥିବା ଇଶାନ କିଶାନ (୦)ଙ୍କୁ ଆଉଟ୍ କରି ଭାରତକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ତିଲକ ବର୍ମା (୧ ରନ୍)ଙ୍କ ଖରାପ ସଟ୍ ଚୟନ ଏବଂ ଡିଆରଏସ୍ ନଷ୍ଟ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅଭିଷେକ ଶର୍ମା (୧୫ ରନ୍) ମଧ୍ୟ ଲୟ ହରାଇଥିବା ପରି ମନେ ହେଉଥିଲେ ଏବଂ ମାର୍କୋ ଜାନସେନଙ୍କ ଏକ ଧୀର ବଲ୍ ଦ୍ୱାରା ଆଉଟ୍ ହୋଇଥିଲେ।

ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧୮ ରନ୍) ସଂଘର୍ଷ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା (୧୮ ରନ୍) ଏବଂ ଶିବମ୍ ଦୁବେ (୪୨ ରନ୍) ୩୫ ରନ୍ ର ଭାଗୀଦାରି କରିଥିଲେ, କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲରଙ୍କ ସଠିକ୍ ଯୋଜନାକୁ ସାମ୍ନା କରିପାରି ନଥିଲେ। ମାର୍କୋ ଜାନସେନ (୪/୨୨), କେଶବ ମହାରାଜ (୩/୨୪), ଏବଂ କର୍ବିନ୍ ବୋଶ୍ (୨/୧୨) ମିଳିତ ଭାବରେ ଭାରତୀୟ ବ୍ୟାଟିଂକୁ ଭାଙ୍ଗି ଦେଇଥିଲେ।

ଏହି ପରାଜୟ ପରେ, ଜିମ୍ବାୱେ (୨୬ ଫେବୃଆରୀ) ଏବଂ ୱେଷ୍ଟଇଣ୍ଡିଜ୍ (୧ ମାର୍ଚ୍ଚ) ବିପକ୍ଷ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଉଭୟ ମ୍ୟାଚ୍ ଜିତିବା ଜରୁରୀ ହେବ। ୨୦୨୨ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ଭାରତର ଏହି ପରାଜୟ ପ୍ରଥମ ବଡ଼ ପରାଜୟ। ଏବେ ଦେଖିବାକୁ ବାକି ରହିଲା ଯେ ଦଳ ଏହି ବିପର୍ଯ୍ୟୟରୁ କିପରି ମୁକୁଳିବ।

also read…

ହରାଇଦେଲେ ଗମ୍ଭୀର-ସୂର୍ଯ୍ୟ ! ଅଭିଷେକ-ତିଲକଙ୍କ ଫର୍ମ୍ ନାହିଁ, ଅକ୍ଷରଙ୍କୁ ବାହାରେ ବସାଇବା ପଡିଲା ମହଙ୍ଗା

Scroll to Top