ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ୟୁନିଫର୍ମ : ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ବି ମିଳିବ

ଶିଶୁ-ବାଟିକା-ପିଲାଙ୍କୁ-ମାଗଣାରେ-ୟୁନିଫର୍ମ-:-ଜୋତା,-ମୋଜା,-ଟ୍ରାକ୍-ପ୍ୟାଣ୍ଟ-ବି-ମିଳିବ

ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ୟୁନିଫର୍ମ : ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ବି ମିଳିବ

Published By : Prameya-News7 Bureau | August 19, 2025 IST

ଭୁବନେଶ୍ବର ୧୯।୮: ପିଲାଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ଡ୍ରପ୍ ଆଉଟ୍ ରୋକିବା ପାଇଁ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ । ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲାଙ୍କୁ ମାଗଣାରେ ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ ମାଗଣାରେ ଦିଆଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ବାଲ୍ ବାଟିକା ତଥା ଶିଶୁ ବାଟିକା ପିଲା ପିଛା ଖର୍ଚ୍ଚ ହଜାରେ ଟଙ୍କା ବିଭାଗ ବହନ କରିବ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲାଯାଇଛି । ଏବେ ପିଲାଙ୍କୁ ୟୁନିଫର୍ମ ସହିତ ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ମଧ୍ୟ ଦିଆଯିବ । ୩ ଲକ୍ଷ ୧୦ ହଜାର ୮୪୯ ପିଲାଙ୍କୁ ୟୁନିଫର୍ମ ଦିଆଯିବ । ପ୍ରତି ପିଲା ପିଛା ହଜାରେ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି । ଏହା କରିବା ଦ୍ବାରା ପିଲାମାନେ ଖୁସିରେ ସ୍କୁଲ ଯିବେ ଓ ତାଙ୍କ ଅଭ୍ୟାସରେ ପରିଣତ ହେବ । ସ୍କୁଲ ଛାଡ଼ିବା ପାଇଁ ମନ କରିବେ ନାହିଁ ଏବଂ ଡ୍ରପ୍ ଆଉଟ୍ ବଢ଼ିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସମୁଦ୍ର କୂଳରେ ମରି ପଡ଼ିଛନ୍ତି ହଜାର ହଜାର ସଂଖ୍ୟାର ବିରଳ ଜେଲି ଫିସ୍, ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ଘଟିଥିବା ସନ୍ଦେହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top