ବାପାଙ୍କ ସହ ମାଛ ଧରିବାକୁ ଯାଇଥିଲେ ଯୁବକ, ପ୍ରଖର ବନ୍ୟାପାଣିରେ ଭାସି ନିଖୋଜ

ବାପାଙ୍କ-ସହ-ମାଛ-ଧରିବାକୁ-ଯାଇଥିଲେ-ଯୁବକ,-ପ୍ରଖର-ବନ୍ୟାପାଣିରେ-ଭାସି-ନିଖୋଜ

ବାପାଙ୍କ ସହ ମାଛ ଧରିବାକୁ ଯାଇଥିଲେ ଯୁବକ, ପ୍ରଖର ବନ୍ୟାପାଣିରେ ଭାସି ନିଖୋଜ

Published By : Prameya-News7 Bureau | August 19, 2025 IST

ମୋହନା ୧୯।୮: ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ଗଜପତି ଜିଲ୍ଲା ଅଡବା ହରଭଙ୍ଗୀ ନଦୀରେ ଏଭଳି ଅଭାବନୀୟ ଘଟଣା ଘଟିଛି l ନିଖୋଜ ଯୁବକ ହେଲେ ଅଡବା ଗାଁର ସୁବ୍ରତ ନାୟକ l 

ସୂଚନାଯୋଗ୍ୟ ଯେ, ସୁବ୍ରତ ସୋମବାର ଅପରାହ୍ନରେ ବାପା ସୁକାନ୍ତ ନାୟକଙ୍କ ସହ ଅନ୍ୟ କିଛି ବ୍ୟକ୍ତି ମିଶି ହରଭଙ୍ଗୀ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ l ତେବେ ନଦୀ କୂଳରେ ଅଳ୍ପ ପାଣିରେ ମାଛ ଧରୁଥିବା ବେଳେ ଅଚାନକ ପ୍ରଖର ବେଗରେ ବନ୍ୟା ପାଣି ମାଡ଼ି ଆସିଥିଲା l ଫଳରେ ସୁବ୍ରତ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି l ଅନ୍ୟ ମାନେ ପହଁରି ପହଁରି ନଦୀ କୂଳକୁ ଆସିଥିଲେ l ସୁବ୍ରତଙ୍କୁ ଗ୍ରାମବାସୀ ଓ ପରିବାର ଲୋକେ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା l ଖବର ପାଇ ସୋମବାର ସନ୍ଧ୍ୟା ଠାରୁ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l

You Can Read:

ସମୁଦ୍ର କୂଳରେ ମରି ପଡ଼ିଛନ୍ତି ହଜାର ହଜାର ସଂଖ୍ୟାର ବିରଳ ଜେଲି ଫିସ୍, ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ଘଟିଥିବା ସନ୍ଦେହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top