ନୂଆଦିଲ୍ଲୀ ୦୩।୧୧; ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକ। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ଥିଲା। ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମରେ ୨୮ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା।
CCTV footage shows the moment a strong M6.3 earthquake struck Mazar-e-Sharif, Afghanistan, a short while ago. pic.twitter.com/NX0o04Ggi5
— Weather Monitor (@WeatherMonitors) November 2, 2025
USGS ଅନୁଯାୟୀ, ସୋମବାର ସ୍ଥାନୀୟ ସମୟ ୧୨.୫୯ ମିନିଟରେ ଭୂମିକମ୍ପ ହୋଇଥିଲା। ଏହି ସମୟରେ ଅଧିକାଂଶ ଲୋକ ଶୋଇଥିଲେ । ଯେତେବେଳେ ହଠାତ୍ ଭୂମିକମ୍ପ ହୋଇଥିଲା ସେମାନେ ହଠାତ୍ ଭୟଭୀତ ହୋଇଯାଇଥିଲେ ।ଘର ବାହାରୁକୁ ଆସିଯାଇଥିଲେ। ଯାହା ପରେ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ୩୧ ଅଗଷ୍ଟ ୨୦୨୫ରେ, ପାକିସ୍ତାନ ସୀମା ନିକଟର ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯେଉଁଥିରେ ୨,୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ତାଲିବାନ ସରକାରଙ୍କ ଅନୁଯାୟୀ, ୨୦୨୩ ମସିହା ୭ ଅକ୍ଟୋବରରେ ୬.୩ ତୀବ୍ରତାର ଭୂମିକମ୍ପରେ ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।
EQ of M: 6.3, On: 03/11/2025 01:59:02 IST, Lat: 36.51 N, Long: 67.50 E, Depth: 23 Km, Location: Afghanistan.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/3aODD7jOky
— National Center for Seismology (@NCS_Earthquake) November 2, 2025
ହିନ୍ଦୁକୁଶ ଅଞ୍ଚଳରେ ଭୂମିକମ୍ପ
୨୨ ଅକ୍ଟୋବରରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଭୂମିକମ୍ପ ହୋଇଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ୫.୧ ତୀବ୍ରତାର ସୂଚନା ଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ୨୪୪ କିଲୋମିଟର (୧୫୨ ମାଇଲ) ଗଭୀରତାରେ ଥିଲା। ରାଜଧାନୀ କାବୁଲରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ଥିଲା। ପୂର୍ବରୁ, ଏନସିଏସ ଅନୁଯାୟୀ, ପାକିସ୍ତାନରେ ୪.୭ ଏବଂ ୪.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା।




