ପଞ୍ଚୁକରେ ୨ୟ ଦିନ, ଆଜି ତ୍ରିବିକ୍ରମ ବେଶରେ ଦେଉଛନ୍ତି ଦର୍ଶନ ମହାପ୍ରଭୁ

ପଞ୍ଚୁକରେ-୨ୟ-ଦିନ,-ଆଜି-ତ୍ରିବିକ୍ରମ-ବେଶରେ-ଦେଉଛନ୍ତି-ଦର୍ଶନ-ମହାପ୍ରଭୁ

ପଞ୍ଚୁକରେ ୨ୟ ଦିନ, ଆଜି ତ୍ରିବିକ୍ରମ ବେଶରେ ଦେଉଛନ୍ତି ଦର୍ଶନ ମହାପ୍ରଭୁ

Published By: Kirti – Prameya-News7 Bureau | November 03, 2025 08:39 AM

NEWS7

puri

ପୁରୀ ୦୩।୧୧: ପଞ୍ଚୁକର ଦ୍ବିତୀୟ ଦିନ । ଆଜି ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଚାଲିଛି ପଞ୍ଚୁକ ନୀତି, ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଜମୁଛି ନାହିଁନଥିବା ଭିଡ଼ । ଏହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଉଠିଛି ଶ୍ରୀକ୍ଷେତ୍ର।

ସେହିପରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇ ପଡ଼ୁଛନ୍ତି। ପଞ୍ଚୁକ ପାଇଁ ପୁରୀରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼।  ପଞ୍ଚୁକରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ କରିବାକୁ ଉତ୍ସାହିତ ଭକ୍ତ। ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ତେବେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ଶ୍ରଦ୍ଧାଳୁ। ମହାକାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ। ଏହି ପାଞ୍ଚ ଦିନ ୫ଟି ବେଶରେ ଦର୍ଶନ ଦିଅନ୍ତି ଶ୍ରୀବିଗ୍ରହ। ତେବେ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ।

Scroll to Top